ଭୁବନେଶ୍ୱର: କୋଭିଡ୍ ନିୟମ ନ ମାନିବାରୁ ରାଜଧାନୀ ଭୁବନେଶ୍ବରର ଏକ ସ୍କୁଲକୁ ସିଲ୍ କରାଯାଇଛି । ଭୁବନେଶ୍ବରର ଚିନ୍ତାମଣିଶ୍ବରରେ ଥିବା ସାଇ ସରସ୍ବତୀ ବିଦ୍ୟା ମନ୍ଦିରକୁ ସିଲ୍ କରିଛି ବିଏମ୍ସି । କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ସମ୍ପୃକ୍ତ ସ୍କୁଲ୍କୁ ସିଲ୍ କରଯାଇଛି । ଏହି ସ୍କୁଲରେ ଅଫ୍ଲାଇନ୍ କ୍ଲାସ୍ ହେବା ସହ ପରୀକ୍ଷା ମଧ୍ୟ ଚାଲିଥିଲା । ଖବର ପାଇଁ ବିଏମ୍ସି ଏହି ସ୍କୁଲକୁ ସିଲ୍ କରିଛି । କରୋନା ମହାମାରୀ ଯୋଗୁ ମାର୍ଚ୍ଚ ମାସରୁ ରାଜ୍ୟ ସାରା ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। ସ୍କୁଲ ଖୋଲିବା ନେଇ ସ୍କୁଲଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି ଡିସେମ୍ବର ଗାଇଡଲାଇନ୍ରେ ସୂଚନା ରହିଛି । ତେବେ ଡିସେମ୍ବର 31 ଯାଏଁ ସ୍କୁଲ ବନ୍ଦ ରହିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଅନ୍ଲାଇନ୍ ଜରିଆରେ ପିଲାଙ୍କର ପାଠପଢାଚାଲିଛି । ତେବେ ସ୍କୁଲ ଖୋଲାଯିବା ନେଇ ସରକାର ଏଯାଏଁ କୌଣସି ନିଷ୍ପତ୍ତିନେଇନାହାନ୍ତି ।