ଖଲ୍ଲିକୋଟ : ବାହାଘର ପୂର୍ବରୁ ବୋମାମାଡର ଶିକାର ହେଲେ ଯୁବକ । ଦୁର୍ବୃତ୍ତଙ୍କ ବୋମାମାଡରେ ଯୁବକ ଗୁରୁତର ହୋଇ ବ୍ରହ୍ମପୁର ଏମ୍କେସିଜିରେ ଭର୍ତ୍ତି ହୋଇଛନ୍ତି। ସମ୍ପର୍କୀୟଙ୍କ ଘର ମାଣିକପୁର ଗାଁକୁ ଆସିଥିବାବେଳେ ବୋମାମାଡର ଶିକାର ହୋଇଛନ୍ତି ଯୁବକ । ବିଳମ୍ବିତ ରାତିରେ 2ରୁ ତିନିଜଣ ଦୁର୍ବୃତ୍ତ ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି । ଆଜି ଯୁବକଙ୍କ ବାହାଘର ଥିବାବେଳେ ଯୁବକ ଜଣକ ବୋମାମାଡର ଶିକାର ହୋଇଛନ୍ତି । ତେବେ କ’ଣ ପାଇଁ ଓ କାହିଁକି ବୋମାମାଡ କରାଗଲା ତାହା ଏବେବି ଅସ୍ପଷ୍ଟ ରହିଛି । ପୋଲିସ୍ ତଦନ୍ତ ପରେ ଏହି ଘଟଣା ଉପରୁ ପରଦା ଉଠିବ ।