Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି ଜିଲ୍ଲାରେ ଶକ୍ତିଶାଳୀ ପଥର ମାଫିଆ ସକ୍ରିୟ,ଶୀତଳ ଭଣ୍ଡାରରେ ଲାଣ୍ଡିମୁଣ୍ଡି ଡଙ୍ଗରରେ ବିସ୍ଫୋରଣ ଘଟଣା
ଆଜିର ଖବର

କଳାହାଣ୍ଡି ଜିଲ୍ଲାରେ ଶକ୍ତିଶାଳୀ ପଥର ମାଫିଆ ସକ୍ରିୟ,ଶୀତଳ ଭଣ୍ଡାରରେ ଲାଣ୍ଡିମୁଣ୍ଡି ଡଙ୍ଗରରେ ବିସ୍ଫୋରଣ ଘଟଣା

December 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା 

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ବେଆଇନ ପଥର ଓ ବାଲି ଚୋରାଚାଲାଣ କାରବାର ଯୋରଦାର ଚାଲିଥିବା ଅଭିଯୋଗ ହେଉଛି । ଧର୍ମଗଡ ଉପଖଣ୍ଡର ପ୍ରାୟ ସମସ୍ତ ତହସିଲ ଅଂଚଳରେ ଲଗାମଛଡା ଭାବରେ ଅନେକ ପଥର ଖାଦାନରେ ସରକାରୀ ପଦାଧିକାରୀଙ୍କ ଆଖିରେ ଧୂଳି ଦେଇ ପଥର ଓ ବାଲି ଚୋରା ଚାଲାଣ ହେଉଥିବା ପ୍ରାୟତଃ ପ୍ରତ୍ୟହ ଅଭିଯୋଗମାନ ହେଉଛି । ହାତୀନଦୀ ଓ ତେଲ ନଦୀ ରୁ ପ୍ରାୟତଃ ବାଲି ମାଫିଆମାନେ ପୋକଲିନ ମେସିନ ଲଗାଇ ବ୍ରିଜ ପାଶ୍ୱର୍ରେ ବାଲି ଡିପୋ କରି ଚାଲାଣ କରୁଥିବା ଦେଖିବାକୁ ମିଳୁଛି । ସେହିପରି ବିଭିନ୍ନ ପଥର ଖାଦାନରୁ ବେଆଇନ ଭାବେ ପଥର ଉତୋଳନ କରାଯାଇ ଚାଲାଣ କରାଯାଉଥିବା ବେଳେ ସରକାରୀ ବିଭାଗ କେବଳ ନୀରବଦ୍ରଷ୍ଟା ସାଜିଥିବା ସାଧାରଣରେ ଆଲେଚନା ହେଉଛି ।

ଗତ ମାସେ ମଧ୍ୟରେ ଜିଲ୍ଲାପ୍ରଶାସନ ପକ୍ଷରୁ କଡା ତାଗିଦ ପରେ ସମସ୍ତ ତହସିଲରେ ବିଭିନ୍ନ ପଥର ଖାଦାନ ମାନଙ୍କରେ ଚଢଉ କରାଯାଇ କେତେକ ଖାଦାନ ସିଲ କରାଯାଇଥିବା ବେଳେ ଗୋଲାମୁଣ୍ଡା ଅଂଚଳରେ ବେଆଇନ ଭାବେ ଚାଲିଥିବା ବୈଜଳପୁରସ୍ଥିତ ପଥର କ୍ରସରକୁ ସିଲ କରାଯାଇଥିବା ବେଳେ ଜୁନାଗଡ ତହସିଲ ଅଂଚଳରେ ବେଆଇନ ଭାବେ ଚାଲିଥିବା କାଲୋପଲାସ୍ଥ ପଥର ଖାଦାନକୁ ସିଲ କରାଯାଇଥିବା ଜଣାପଡିଛି । ଅନ୍ୟପକ୍ଷରେ କୋକସରା ଓ ଜୟପାଟଣା ତହସିଲ ଅଂଚଳରେ ବେଆଇନ ଭାବେ ପଥର ଖାଦାନ ଗୁଡିକ ଚାଲିଥିବା ବେଳେ ସେସବୁ ପ୍ରତି ବିଭାଗ ପକ୍ଷରୁ କଡା ପଦକ୍ଷେପ ନିଆଯାଉନାହିଁ । କୋକସରା ତହସିଲ କାଶୀବାହାଲ ସୀମାରେ ଥିବା ଜୟପାଟଣା ତହସିଲର ମୋତୁଆଲଗୁଡା ଲାଣ୍ଡିମୁଣ୍ଡି ପାହାଡରେ ଗତବର୍ଷ ୨୦୧୯ ଦୀପାବଳି ପାଖାପାଖି ବେଆଇନ ପଥର ଖାଦାନ ଚାଲିଥିବା ବେଳେ ସେଠାରେ ପଥର ମାଫିଆ ମାନେ ସମଗ୍ର ଲାଣ୍ଡିମୁଣ୍ଡି ପାହାଡକୁ ଦୋହଲାଇ ଦେଲା ଭଲି  ପ୍ରଚଣ୍ଡ ଶକ୍ତିଶାଳୀ ବିସ୍ଫୋରଣ କରି ଦେଇଥରବା ବେଳେ ଆଖପାଖ ଅଂଚଳରେ ଭୂମିକମ୍ପ ଭଲି ଅନୁଭବ କରି ଜନସାଧାରଣରେ ଜୟପାଟଣା ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା । ସେସଂପର୍କରେ ଜୟପାଟନା ଥାନା ରେ କେଶ ନଂ. ୨୭୨/ତା.୨୭.୧୦.୨୦୧୯ ବିସ୍ଫୋରଣ ଆଇନ ୧୯୦୮ ଧାରା ୩ ଓ ୪ ଅନୁସାରେ କ୍ରସର ମାଲିକ ମୁକେଶ ଅଗ୍ରୱାଲ ଓ ସହେଯାଗୀ ଶମ୍ଭୁ ପଣ୍ଡାଙ୍କ ନାମରେ ଅଭିଯୋଗ ହୋଇଥିଲା । ସରଜମିନ ତଦନ୍ତରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିବା ବିଷୟ ସଂପୃକ୍ତ ତଦନ୍ତକାରୀ ଅଫିସର ଜାଣିବାକୁ ପାଇଥିବା ପ୍ରକାଶ । ହେଲେ ସଂପୃକ୍ତ ଘଟଣା ଏବେ ଶୀତଳ ଭଣ୍ଡାରରେ ପଡିରହିଥିବା ସାଧାରଣରେ ଆଲୋଚନା ହେଉଛି ।

ସେହିପରି କୋକସରା ତହସିଲ ଅନ୍ତର୍ଗତ ପୋଲକା ଡଙ୍ଗରୀ ଓ ଡୋକରୀ ଡଙ୍ଗରିରୁ ବେଆଇନ ଭାବେ ପଥର ଚାଲାଣ ହେଉଥିବା ଅଭିଯୋଗ ହେଉଛି । କୋକସରା ତହସିଲ କାଶୀବାହାଲ ମୌଜାର ପ୍ଲଟ ନଂ.୧୪୪୨, ୧୪୪୫,୧୪୪୬ ରେ ଥିବା ପୋଲକା ଡଙ୍ଗରୀରୁ ଏବଂ ପ୍ଲଟ ନଂ. ୧୩୫୩,୧୩୫୪ ଓ ୧ ନମ୍ବର  ସ୍ଥିତ ଡୋକରୀ ଡଙ୍ଗର ରୁ ବେଆଇନ ଭାବରେ ପତର ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି । ଏହି ଡୋକରୀ ଡଙ୍ଗରୀର ଉତର ପାଶ୍ୱର୍ରେ ଥିବା ପାହାଡକୁ  ପଥର ମାଫିଆ ମାନେ ବିଭିନ୍ନ ଉପାୟରେ ପଥର ଚାଲାଣ କରି ଡଙ୍ଗରୀକୁ ସମତଳ କରିସାରିଦେଇଥିବା ବେଳେ ତାହା ବିଭାଗିୟ ଦୃଷ୍ଟିକୁ ଆସିନଥିବା ଜଣାପଡିଛି । ଏସଂପର୍କରେ କୋକସରା ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ କାଶୀବାହାଲ ଆରଆଇଙ୍କୁ ପଠାଇ ତଦନ୍ତ କରିଥିବା ଜଣାପଡିଛି । ହେଲେ ଏକ ବଡ ପାହାଡକୁ ପଥର ଫଟାଇ ସମତଳ କରିଦେଇଥିବା ବେଳେ ତାହା ଦୀର୍ଘ ବର୍ଷ ତମାମ କିପରି ବିଭାଗୀୟ କର୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିପାରିନାହିଁ ତାହା ସାଧାରଣରେ ସନେ୍ଦହ ପ୍ରକାଶ ପାଇବାରେ ଲାଗିଛି । ଅନ୍ୟପକ୍ଷରେ ଏସବୁ ଅଂଚଳରେ ବେଆଇନ ପଥର ଚାଲାଣ କରୁଥିବା ପଥର ମାଫିଆମାନେ ଶକ୍ତିଶାଳି ହୋଇଥିବା ବେଳେ ପ୍ରଭାବଶାଳି ବ୍ୟକ୍ତି ମାନଙ୍କ ଛତ୍ରଛାୟାତଳେ ରହୁଥରବା ହେତୁ ବିଭାଗୀୟ କାର୍ଯୟାନୁଷ୍ଠାନ ଶୀତଳ ଭଣ୍ଡାରରେ ରହିଯାଉଥିବା ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇବାରେ ଲାଗିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଧାନସଭା ପରିସରରେ ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କର ଜନ୍ମ ଶତବାର୍ଷିକୀ

October 5, 2025

ଆଇଆଇଟି ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ନମୋ ସେମିକଣ୍ଡକ୍ଟର ପ୍ରୟୋଗଶାଳା

October 5, 2025

ଟଳିଲା ବଡ଼ ଦୁର୍ଘଟଣା: ବ୍ରିଟେନରେ ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ

October 5, 2025

ବାଣପୁର ମାଟିରେ କବିଗୋଦାବରୀଶ ମହାପାତ୍ରଙ୍କ ୧୨୭ତମ ଜୟନ୍ତୀ ପାଳିତ

October 5, 2025
Latest News

ବିଧାନସଭା ପରିସରରେ ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କର ଜନ୍ମ ଶତବାର୍ଷିକୀ

October 5, 2025

ଆଇଆଇଟି ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ନମୋ ସେମିକଣ୍ଡକ୍ଟର ପ୍ରୟୋଗଶାଳା

October 5, 2025

ଟଳିଲା ବଡ଼ ଦୁର୍ଘଟଣା: ବ୍ରିଟେନରେ ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ

October 5, 2025

କେବେ ଅନୁଷ୍ଠିତ ହେବ ବିହାର ବିଧାନସଭା ନିର୍ବାଚନ?: ସବୁ କିଛି ସ୍ପଷ୍ଟ କଲେ ସିଇସି ଜ୍ଞାନେଶ କୁମାର

October 5, 2025

ବାଣପୁର ମାଟିରେ କବିଗୋଦାବରୀଶ ମହାପାତ୍ରଙ୍କ ୧୨୭ତମ ଜୟନ୍ତୀ ପାଳିତ

October 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.