ଆମ୍ ଆଦ୍ମୀ ପାର୍ଟିକୁ ବଡ଼ ଝଟ୍କା ଲାଗିଛି । ୨୦୧୪ ଲୋକସଭାରେ ଆପ୍ ଟିକେଟରୁ ପ୍ରଥମ ଥର ପାଇଁ ଫତେଗଡ଼ ସାହେବରୁ ସାଂସଦ ହୋଇଥିବା ହରିନ୍ଦର ଖାଲ୍ସା ଆଜି ବିଜେପିରେ ସାମିଲ୍ ହୋଇଛନ୍ତି । ବିତ୍ତୀୟ ମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ଉପସ୍ଥିତିରେ ବିଜେପିର ସଦ୍ୟସତା ଗ୍ରହଣ କରିଛନ୍ତି ହରିନ୍ଦର । ହରିନ୍ଦର ଆପ୍ ସାଂସଦ ଭଗଓ୍ବନ୍ତ ମାନଙ୍କ ବିରୋଧରେ ସଂସଦକୁ ମଦ୍ୟ ପାନ କରି ଆସିଥିବାର ଅଭିଯୋଗ କରିଥିଲେ । ଏହାପରେ ତାଙ୍କୁ ପାର୍ଟିରୁ ନିଲମ୍ବନ କରାଯାଇଥିଲା । ଏବେ ବିଜେପିର ମିଶିବା ପରେ ବିଜେପି ତରଫରୁ ପଞ୍ଜାବରେ ନିର୍ବାଚନ ଲଢିବାର ସୂଚନା ରହିଛି । ପଂଜାବରେ ବିଜେପି ଓ ଅକାଳୀ ଦଳ ପୂର୍ବରୁ ମେଣ୍ଟ କରିକି ନିର୍ବାଚନ ଲଢିଛନ୍ତି । ମେଣ୍ଟ ନିୟମ ଅନୁଯାୟୀ ବିଜେପି ତିନୋଟି ସିଟ୍ ଓ ଅକାଳୀ ଦଳ ୧୦ଟି ସିଟ୍ରେ ନିଜର ପ୍ରାର୍ଥୀ ଛିଡ଼ା କରାଇବେ । ପଞ୍ଜାବର ସମସ୍ତ ୧୫ଟି ସିଟ୍ ପାଇଁ ମେ ୧୯ରେ ଭୋଟ୍ଗ୍ରହଣ କରାଯିବ । ୨୦୧୪ ଲୋକସଭା ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି ପ୍ରଥମ ଥର ପାଇଁ ପଂଜାବରେ ୪ଟି ଲୋକସଭା ଆସନ ଜିତିଥିବାବେଳେ ବିଜେପି ୨ଟି, ଅକାଳୀ ଦଳ ଚାରୋଟି ଓ କଂଗ୍ରେସ ତିନୋଟି ସିଟ୍ ଜିତିଥିଲା । ୨୦୧୪ରେ ପଂଜାବରେ ବିଜେପି-ଅକାଳୀ ଦଳର ସତ୍ତା ରହିଥିବାବେଳେ ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜେପି-ଅକାଳୀ ଦଳକୁ ହରାଇ ଦେଇଥିଲା । ଏହି ନିର୍ବାଚନରେ ବିଜେପି-ଅକାଳୀ ଦଳ ତୃତୀୟ ସ୍ଥାନରେ ରହିଥିଲେ ।
ଆପ୍ ନେତା ହରିନ୍ଦର ସିଂ ଖାଲ୍ସା ବିଜେପିରେ ସାମିଲ୍ ହେଲେ
Published:
Mar 28, 2019, 3:49 pm IST
Tags: