ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାର ଗ୍ରାମାଂଚଳ କୋତୱାଲି ଅଂଚଳରେ ଗୁରୁବାର ରାତିରେ ଯାତ୍ରୀବାହୀ ବସ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଥିବବେଳେ 3 ଜଣ ଗୁରୁତର ରହିଛନ୍ତି । ଜମାଲପୁର ଗାଁର ପେଟ୍ରୋଲପମ୍ପ ନିକଟରେ ଚିଲ୍ଲାରୁ ଆସୁଥିବା ଯାତ୍ରୀବାହୀ ବସ ଓ ବିପରୀତ ଦିଗରୁ ଆସୁଥିବା ଅଟୋ ମଧ୍ୟ ଧକ୍କା ହୋଇଥିଲା । ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ସ୍ଥାନୀୟ ଥାନାରୁ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ଥିଲେ । ସମସ୍ତ ଗୁରୁତରଙ୍କ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।