ହାଇଦ୍ରାବାଦ : ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ପାଇଁ ଭୋଟ ଗଣନା ଜାରି ରହିଛି । ଏଠାରେ ପ୍ରାରମ୍ଭିକ ସ୍ତରରେ ବିଜେପି ଆଗରେ ରହିଛି । ସକାଳ 10 ଟା ପର୍ଯ୍ୟନ୍ତ ଭାଜପା 74ଟି ଆସନରେ ଆଗୁଆ ଥିବାବେଳେ ଟିଆରଏସ 31 ଟି ସିଟରେ ଆଗରେ ଅଛି। ଏଥି ସହିତ ଏଆଇଏମଆଇଏମ 13ଟି ସିଟ ଆଗରେ ଅଛି ଏବଂ ଗୋଟିଏ ସିଟ ଜିତିଛି। କେବଳ ଗୋଟିଏ ଆସନରେ କଂଗ୍ରେସ ଆଗରେ ରହିଛି।ମୋଟ୍ 150ଟି ଆସନ ପାଇଁ ନିର୍ବାଚନ ହୋଇଥିଲା । ତେଲେଙ୍ଗାନାରେ ଟିଆରଏସଙ୍କ ସରକାର ରହିଥିବାବେଳେ ଓ୍ବଓ୍ବେସୀଙ୍କ ଦବଦବା ରହିଛି । ଚଳିତ ମହାନଗର ନିର୍ବାଚନ ପାଇଁ ବିଜେପି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ଏପରିକି ଗୃହମନ୍ତ୍ରୀ ଅମିତ ଶାହ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଠାରେ ପ୍ରଚାର କରିଥିଲେ । ଭାରତୀୟ ଜନତା ପାର୍ଟି, ଟିଆରଏସ ଓ ଅସଦ୍ଦୁଦୀନ ଓଓ୍ୱେସୀଙ୍କ ଏଆଇଏମଆଇଏମ ମଧ୍ୟରେ ଏଠାରେ କଡା ମୁକାବିଲା ହେଉଛି ।