କଟକ : କଟକ ଟାଙ୍ଗି ପୁଲିସ ଷ୍ଟେସନ ଅଧିନ ଦଳଯୋଡି ଜଙ୍ଗଲରୁ ବିପୁଳ ପରିମାଣର ଚୋରା ଚନ୍ଦନ କାଠ ଜବତ ହୋଇଛି। କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଚଢ଼ାଉ କରି ଚାରି କ୍ୱିଣ୍ଟାଲ 60କେଜି ଚନ୍ଦନ କାଠ ଜବତ କରିଛି । ଏଥିରେ ସମ୍ପୃକ୍ତି ଥିବା ତିନିଜଣକୁ ଗିରଫ କରାଯାଇଛି । ଜବତ ଚନ୍ଦନ କାଠର ମୂଲ୍ୟ ଆନୁମାନିକ ସୁତୁରୀ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।
ସୂଚନା ମୁତାବକ, ଦଳଯୋଡି ଜଙ୍ଗଲରେ ଚୋରା ଚନ୍ଦନ କାଠ ବେପାର ଚାଲିଥିବା ଖବର ପାଇ କ୍ରଇମବ୍ରାଂଚ ଏସଟିଏଫ ଚଢ଼ାଉ କରି ତିନି ଜଣଙ୍କୁ ଗିରଫ କରିଥିଲା । ଏନେଇ ଟାଙ୍ଗି ପୁଲିସ ମାମଲା ରୁଜୁ କରିବା ସହ ଏହି ଚନ୍ଦନ କାଠ ଚୋରା ମାମଲାରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ତଦନ୍ତ ଜାରି ରଖିଛି ।