
ଭୁବନେଶ୍ବର: ଆପଣ ବାଇକ ଚଲାଉଛନ୍ତି କି ? ତେବେ ସାବଧାନ ହୋଇଯାନ୍ତୁ!! ଏଣିକି ବାଇକ ଚାଳକ ପାଇଁ ହେଲମେଟ ବାଧ୍ୟତାମୂଳକ ହୋଇଯାଇଛି। କେବଳ ବାଇକ ଚାଳକଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ ନୁହଁ, ଚାଳକଙ୍କ ପଛରେ ବସି ଯାତ୍ରା କରୁଥିବା ବ୍ୟକ୍ତି ମଧ୍ୟ ହେଲମେଟ ପିନ୍ଧିବା ଜରୁରୀ। ଯଦି ଏହି ନିୟମକୁ ଉଲ୍ଲଘଂନ କରାଯାଏ, ତେବେ ବାଇକ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ। ଏନେଇ ଏସଟିଏ ପକ୍ଷରୁ ସୂଚନା ଦିଆଯାଇଛି।
ଅପରପକ୍ଷେ ଗତକାଲି କଟକ ଆରଟିଓ ଏବଂ ଓଲଟପୁର ପୋଲିସର ମିଳିତ ଚେକିଂରେ ୯୨ ଜଣ ମୋଟର ସାଇକେଲ ଚାଳକଙ୍କୁ ଜରିମାନା କରାଯାଇଛି। ଯେଉଁମାନେ ବିନା ହେଲମେଟରେ ଯାତ୍ରା କରୁଥିଲେ। ଏଥିରେ ୪୨ ଟି ଡିଏଲ ବାତିଲ ହୋଇଥିବା ବେଳେ ୧ ଲକ୍ଷ ୩୪ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏନେଇ କଟକ ଆରଟିଓ ଟୁଇଟ ଯୋଗେ ସୂଚନା ଦେଇଛି।