ବ୍ୟାଙ୍କ ଅଫ ବରୋଦାରେ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କ ମିଶ୍ରଣ ହେବେ। ଅର୍ଥାତ୍ ଦେନା ଏବଂ ବିଜୟା ବ୍ୟାଙ୍କର ଗ୍ରାହକଙ୍କ ଖାତା ବ୍ୟାଙ୍କ ଅଫ ବରୋଦାକୁ ଟ୍ରାନ୍ସଫର ହୋଇଯିବ। ବ୍ୟାଙ୍କ ଅଫ ବରୋଦାର ନିର୍ଦ୍ଦେଶକ ମଣ୍ଡଳୀ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କ ସେୟାର ଧାରକଙ୍କ ଇକ୍ୱିଟ ସେୟାର ଜାରି କରିବା ଏବଂ ଆବଂଟନ କରିବା ପାଇଁ ମାର୍ଚ୍ଚ ୧୧ରେ ରେକର୍ଡ ତାରିଖ ନିର୍ଦ୍ଧାରିତ କରିଥିଲେ। ବିଲୟ ଯୋଜନା ଆଧାରରେ ବିଜୟ ବ୍ୟାଙ୍କର ସେୟାର ଧାରକଙ୍କୁ ପ୍ରତ୍ୟେକ ୧ହଜାର ସେୟାରରେ ବ୍ୟାଙ୍କ ଅଫ ବରୋଦାର ୪୦୨ ଇକ୍ୱିଟି ସେୟାର ମିଳିବ। ଏହି ଭଳି ଦେନା ବ୍ୟାଙ୍କର ସେୟାର ଧାରକଙ୍କୁ ପ୍ରତ୍ୟେକ ହଜାର ସେୟାରରେ ବ୍ୟାଙ୍କ ଅଫ ବରୋଦାକୁ ୧୧୦ ସେୟାର ମିଳିବ। ଏହି ମିଶ୍ରଣ ପରେ ବ୍ୟାଙ୍କ ଅଫ ବରୋଦା ଦେଶର ତୃତୀୟ ବଡ ବ୍ୟାଙ୍କ ହେବ। ଏବେ ୪୫.୮୫ ଲକ୍ଷ କୋଟି ଟଙ୍କାର ମୂଲ୍ୟ ବ୍ୟବସାୟ ସହ ଏସବିଆଇ ପ୍ରଥମରେ ରହିଛି। ୧୫.୮ ଲକ୍ଷ କୋଟି ଟଙ୍କା ବ୍ୟବସାୟ ସହ ଏଚଡିଏଫସି ଦ୍ୱିତୀୟ ସ୍ଥାନରେ ଏବଂ ୧୧.୦୨ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ସହ ଆଇସିଆଇସି ବ୍ୟାଙ୍କ ତୃତୀୟ ସ୍ଥାନରେ ରହିଛି। ଏବେ ବ୍ୟାଙ୍କ ଅଫ ବରୋଦା ୧୫.୪ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ସହ ବ୍ୟାଙ୍କ ଅଫ ବରୋଦା ଆଇସିଆଇସିଆଇ ବ୍ୟାଙ୍କକୁ ପଛରେ ପକାଇ ତୃତୀୟ ସ୍ଥାନରେ ରହିବ। ଏହି ମିଶ୍ରଣ ଆସନ୍ତା ଏପ୍ରିଲ୍ ୧ ତାରିଖରେ ଅନୁଷ୍ଠକିତ ହେବ ବୋଲି ଜଣାପଡିଛି।
ବ୍ୟାଙ୍କ ଅଫ ବରୋଦାରେ ମିଶିବ ଦେନା ଓ ବିଜୟା ବ୍ୟାଙ୍କ
Published:
Mar 28, 2019, 4:28 pm IST