ଭୁବନେଶ୍ୱର :ମାସ୍କ ଓ ପିପିଇ କିଟ କିଣାରେ ଦୁର୍ନୀତି ଅଭିଯୋଗ ପ୍ରସଙ୍ଗରେଏକ ବଡ଼ ଖବର ସାମାନାକୁ ଆସିଛି । ଲୋକାୟୁକ୍ତଙ୍କ ନିକଟରେ ଦୁଇଜଣ ବରିଷ୍ଠ ଆଇଏଏସ ପୁଣି ଥରେ ହାଜର ହୋଇଛନ୍ତି । ଦୁଇ ଜଣ ବରିଷ୍ଠ ଆଇଏଏସ ହାଜର ହୋଇଥିବା ଏନେଇ ମାମଲାର ଆବେଦନକାରୀ କଂଗ୍ରେସ ନେତା ସୁଦର୍ଶନ ଦାସଙ୍କ ପକ୍ଷରୁ ସୂଚନା ମିଳିଛି ।
କରୋନା ମହାମାରୀ ସମୟରେ ଓଡ଼ିଶା ଔଷଧ ନିଗମ ଦ୍ୱାରା ମାକ୍ସ, ଟେଷ୍ଟିଂ କିଟ, ରିଅଲଟାଇମ ପିସିଆର, ରାପିଡ୍ ଟେଷ୍ଟିଂ ମେସିନ, ପିପିଇ, ନେବୁଲାଇଜର, ବାଇପାସ ମେସିନ୍ ଇତ୍ୟାଦି କିଣାରେ ଦୁର୍ନୀତିର ତଦନ୍ତ ସହିତ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଗତ ଜୁନ 17 ତାରିଖ ଦିନ ସୁଦର୍ଶନ ଦାସ ଲୋକାୟୁକ୍ତଙ୍କ ପାଖରେ ଏକ ମାମଲା ଦାୟର କରିଥିଲେ ।
ପରବର୍ତ୍ତୀ ସମୟରେ ସେପ୍ଟେମ୍ବର 14 ଏବଂ ନଭେମ୍ବର 4 ତାରିଖ ଦିନ ଲୋକାୟୁକ୍ତଙ୍କ ପାଖରେ ହାଜର ହୋଇଥିଲେ ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ । ତକ୍ରାଳନୀ କ୍ରୟ କମିଟି ମୁଖ୍ୟ ତଥା ବରିଷ୍ଠ ଆଇଏଏସ ଅଧିକାରୀ ହେମନ୍ତ ଶର୍ମା ଓ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷ ଯାମିନୀର ଷଡ଼ଙ୍ଗୀ ଲୋକାୟୁକ୍ତଙ୍କ ପାଖରେ ହାଜର ହୋଇଥିଲେ । ମାସ୍କ ଓ ପିପିଇ କିଣା ଦୁର୍ନୀତି ଅଭିଯୋଗର ପକ୍ଷ ରଖିବାକୁ ଉଭୟ ହାଜର ହୋଇଥିଲେ । ତେବେ ନଭେମ୍ବର 4 ତାରିଖରେ ଅନୁଷ୍ଠିତ ଶୁଣାଣିରେ ଲୋକାୟୁକ୍ତ କ୍ଷୋଭ ପ୍ରକାଶ କରିଥିଲେ । ପିପିଇ କିଟ ଓ ମାସ୍କ କିଣାର ସମ୍ପୂର୍ଣ୍ଣ ତଥ୍ୟ ନଦେବାରୁ ଲୋକାୟୁକ୍ତ କ୍ଷୋଭ ପ୍ରକାଶ କରିଥିଲେ । ସରକାରଙ୍କ ପକ୍ଷରୁ ଦିଆଯ୍ଧବଥିବା ଚିଠିରେ ସମ୍ପୂର୍ଣ୍ଣ ତଥ୍ୟ ନଥିବାରୁ ଲୋକାୟୁକ୍ତ କ୍ଷୋଭ ପ୍ରକାଶ କରିଥିଲେ । ।