ନୂଆଦିଲ୍ଲୀ :ସୀମାରେ ଦେଶର ସୁରକ୍ଷା କରୁଥିବା ବୀର ଯବାନମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଡିସେମ୍ବର7 ରେ ସଶସ୍ତ୍ର ବାହିନୀ ପତକା ଦିବସ ପାଳନ କରାଯାଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ସଶସ୍ତ୍ର ବାହିନୀର ସୈନ୍ୟଙ୍କ ସାହସିକତାକୁ ଅଭିବାଦନ ଜଣାଇଛନ୍ତି। ସେନାବାହିନୀଙ୍କ କାର୍ୟ୍ୟକୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି, “ସଶସ୍ତ୍ର ବାହିନୀ ପତାକା ଦିବସ ଆମର ସଶସ୍ତ୍ର ବାହିନୀ ଏବଂ ସେମାନଙ୍କ ପରିବାର ପ୍ରତି କୃତଜ୍ଞତା ଜଣାଇବାର ଦିନ। ଭାରତ ମଧ୍ୟ ତାଙ୍କର ବୀରତ୍ୱ, ସେବା ଏବଂ ନିସ୍ୱାର୍ଥପର ବଳିଦାନ ପାଇଁ ଗର୍ବିତ। ଆମର ସୈନ୍ୟ ବାହିନୀଙ୍କ ଶକ୍ତିର କଲ୍ୟାଣରେ ସହଯୋଗ କରନ୍ତୁ। ଏହି କାର୍ୟ୍ୟ ଆମର ଅନେକ ସାହସୀ ସୈନ୍ୟ ଏବଂ ସେମାନଙ୍କ ପରିବାରକୁ ସହଯୋଗ କରିବ”।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଟ୍ୱିଟ୍ କରି କହିଛନ୍ତି, “ସଶସ୍ତ୍ର ବାହିନୀ ପତାକା ଦିବସରେ ମୁଁ ଭାରତର ସଶସ୍ତ୍ର ବାହିନୀର ବୀରତ୍ୱ ଏବଂ ସେବାକୁ ଅଭିବାଦନ ଜଣାଉଛି। ଯୁଦ୍ଧରେ ଆହତ ହୋଇଥିବା ସେନା ତଥା ଦେଶକୁ ସୁରକ୍ଷା ଦେବାବେଳେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଲୋକଙ୍କ ମହତ କର୍ତ୍ତବ୍ୟ ବିଷୟରେ ଏହି ଦିନ ଆମକୁ ମନେ ପକାଇ ଦିଏ”। ଭାରତ 1949 ମସିହା 7 ଡିସେମ୍ବରରୁ ସଶସ୍ତ୍ର ବାହିନୀ ପତାକା ଦିବସ ପାଳନ କରିଆସୁଛି। ଏହି ଦିନ ସେନାବାହିନୀ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ।