ଏଲୁରୁ: ଆନ୍ଧ୍ରପ୍ରଦେଶର ଏଲୁରୁ ଜିଲ୍ଲାରେ ଅଜଣା ରୋଗର ଆତଙ୍କ ଦେଖାଦେଇଛି । ଅଜଣା ରୋଗରେ 200ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେଠାରେ 150ରୁ ଅଧିକ ରୋଗୀ ବାନ୍ତି ଓ ଅପସ୍ମାରରେ ପୀଡିତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ସ୍ୱାସ୍ଥ୍ୟ ଅଧିକାରୀମାନେ ରୋଗର କାରଣ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି। ଉକ୍ତ ଅଞ୍ଚଳର ଲୋକଙ୍କ ମଧ୍ୟରେ ହଠାତ୍ ଅସୁସ୍ଥ ହେବାର କାରଣ ଖୋଜିବା ପାଇଁ ଡାକ୍ତରମାନେ ରୋଗୀମାନଙ୍କ ଉପରେ ପରୀକ୍ଷା କରାଯାଇଛି ।
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ହଏଲୁରୁ ସରକାରୀ ଡାକ୍ତରଖାନା ପରିଦର୍ଶନ କରିବା ସହ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ।