ଭୁବନେଶ୍ବର : ପ୍ରଦୀପ ପାଣିଗ୍ରାହୀଙ୍କ ତଦନ୍ତ କରିବେ ଲୋକାୟୁକ୍ତ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଦୁର୍ନୀତି ମାମଲା ପ୍ରସଙ୍ଗରେ ଲୋକାୟୁକ୍ତ ତଦନ୍ତ ପାଇଁ ସୁପାରି୍ସ୍ ହୋଇଛି । ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାୟୁକ୍ତ ଗଠନ ପରେ ପ୍ରଥମ ମାମଲା ଭାବେ ସରକାର ସୁପାରିସ୍ କରିଛନ୍ତି ।
ସୂଚନାଯୋଗ୍ୟ, ଲୋକବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଗୋପାଳପୁର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କୃତ କରାଯିବା ପରେ ତାଙ୍କୁ ଗିରଫ ହୋଇ ଜେଲ୍ରେ ରହିଛନ୍ତି ପ୍ରଦୀପ । ଆକାଶ ପାଠକ ଲିଙ୍କ୍ରେ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।