ଏବେ ଭାରତରେ ନିର୍ବାଚନୀ ଋତୁ ଚାଲିଥିବାବେଳେ ବଲିଉଡ୍ରେ ରାଜନୈତିକ ବ୍ୟକ୍ତିବିଶେଷଙ୍କର ବାୟୋପିକ୍ର ସିଜିନ୍ ଚାଲିଛି। ନିକଟରେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ମନମୋହନ ସିଂଙ୍କୁ ନେଇ ପ୍ରସ୍ତୁତ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ ଓ ବାଲାସାହେବ ଠାକ୍ରେଙ୍କ ଜୀବନୀକୁ ନେଇ ‘ଠାକ୍ରେ’ ଆଦି ଚଳଚ୍ଚିତ୍ର ପରଦାକୁ ଆସିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ନିର୍ମିତ ଜୀବନୀ ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦି’ ଏପ୍ରିଲ୍ ମାସରେ ପରଦାକୁ ଆସିବ। ସେହିପରି ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀଙ୍କ ଉପରେ ଏକ ବାୟୋପିକ୍ର ନିର୍ମାଣ କାମ ଆରମ୍ଭ ହୋଇଗଲାଣି। ସୁଭାଷ କପୁର୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବିଦ୍ୟା ବଲାନ୍ ମାୟାବତୀଙ୍କ ଚରିତ୍ରରେ ନଜର ଆସିବେ ବୋଲି ଜଣାପଡିଛି। ରାହୁଲ୍ ଗାନ୍ଧିଙ୍କ ଉପରେ ନିର୍ମିତ ବାୟୋପିକ ଫିଲ୍ମ ‘ରାଗା’ ବାୟୋପିକ୍ ପରଦାକୁ ଆସିବାକୁ ରହିଛି। ସେହିପରି ତାମିଲନାଡୁର ଆମ୍ମା ରୂପେ ପରିଚିତା ରାଜନେତ୍ରୀ ‘ଜୟଲଳିଥା’ଙ୍କ ଉପରେ ମଧ୍ୟ ଫିଲ୍ମ ପରଦାକୁ ଆସିବ, ଏଥିରେ କଙ୍ଗନା ରଣାଓ୍ବତ ମୁଖ୍ୟ ଭୂମିକାରେ ନଜର ଆସିବେ। ତେବେ, ସେ ଯାହାବି ହେଉ ଲୋକପ୍ରିୟ ରାଜନେତାମାନଙ୍କର ଚରିତ୍ରରେ ଲୋକପ୍ରିୟ ଅଭିନେତା ଅଭିନେତ୍ରୀମାନଙ୍କ ପ୍ରଦଶର୍ନକୁ ଦର୍ଶକେ ବେଶ୍ ଉପଭୋଗ କରୁଛନ୍ତି।