କଟକ: ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଆସନ୍ତାକାଲି ହେବାକୁ ଥିବା ଓଡ଼ିଶା ସିଭିଲ ସର୍ଭିସ ଏକଜାମିନେସନ (ଓସିଏସଇ)-2019 ମୁଖ୍ୟ ଲିଖିତ ପରୀକ୍ଷା (ମେନ)କୁ ଘୁଞ୍ଚାଇ ଦିଆଯାଇଛି। ଏହି ପରୀକ୍ଷା ଆସନ୍ତା 2021 ଜାନୁଆରୀ 2 ତାରିଖରେ ହେବ ବୋଲି ଧାର୍ଯ୍ୟ ହୋଇଛି। ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିବାରୁ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାର ସମସ୍ୟା ହୋଇପାରେ ବୋଲି ପରୀକ୍ଷାର୍ଥୀମାନେ ପରୀକ୍ଷା ପରିଚାଳନାକାରୀ ଓଡ଼ିଶା ଲୋକସବା ଆୟୋଗ (ଓପିଏସସି)କୁ ଜଣାଇଥିଲେ। ପରୀକ୍ଷାର୍ଥୀଙ୍କ ସମସ୍ୟାକୁ ବିଚାରକୁ ନେଇ ଓପିଏସସି ହେବାକୁ ଥିବା ପରୀକ୍ଷାକୁ ବନ୍ଦ କରି ଦେଇଛି । ଏହା ପରିବର୍ତ୍ତେ ପରୀକ୍ଷା ପାଇଁ ଆଉ ଏକ ଦିନ ଧାର୍ଯ୍ୟ କରାଯାଇଛି । ତେବେ ଯେଉଁ ପରୀକ୍ଷାର୍ଥୀଙ୍କ ପାଇଁ ଯେଉଁ କେନ୍ଦ୍ର ଧାର୍ଯ୍ୟ କରାଯାଇଥିଲା ସେଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ପରୀକ୍ଷା ସମୟରେ ମଧ୍ୟ କୌଣସି ଅଦଳ ବଦଳ କରାଯାଇନାହିଁ । କେନ୍ଦ୍ର ଲାଗି ଯେଉଁ ଆଡମିଶନ ସାର୍ଟିଫିକେଟ୍ ରହିଥିଲା ତାହା ମଧ୍ୟ ଅପରିବର୍ତ୍ତିତ ରହିଛି ବୋଲି ଓପିଏସସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।