ଭୁବନେଶ୍ଵର: ଆଜି ରାଜ୍ୟରୁ ୫୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ବଲାଙ୍ଗିର ରୁ ୫୫, ମୟୂରଭଞ୍ଜରୁ ୫୨, ଖୋରଧାରୁ ୫୧, ସୁନ୍ଦରଗଦାରୁ ୪୭, କଟକ ରୁ ୪୫, ଅନୁଗୁଳ ରୁ ୩୨, ଯାଜପୁର ରୁ ୨୯, ବାଲେଶ୍ବରରୁ ୨୬, ବରଗଡ ରୁ ୨୪, ନୂଆପଦରୁ ୨୪, ଜଗତସିଂପୁରରୁ ୨୧, ସମ୍ବଲପୁର ରୁ ୧୬, କେନ୍ଦ୍ରାପଡାରୁ ୧୪, ପୁରୀ ରୁ ୧୩, ଗଞ୍ଜାମ, କେଉଁଝର ଓ ରାୟଗଡାରୁ ୯ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି କୋରାପୁଟ ରୁ ୮, ନୟାଗଡ ରୁ ୭, ଭଦ୍ରକ ରୁ ୬, କଳାହାଣ୍ଡି ରୁ ୬, ଝାରସୁଗୁଡାରୁ ୩, ମାଲକାନଗିରିରୁ ୩, ଢେଙ୍କାନାଳରୁ ୨, ନବରଙ୍ଗପୁରରୁ ୨ ଜଣ, ଦେବଗଡରୁ ଜଣେ ଓ ଷ୍ଟେଟପୁଲରୁ ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୬ ହଜାର ୯୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୯୧୩ କୁ ବୃଦ୍ଧି ହୋଇଛି।ସେହିପରି ଆଜି ୬ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।