ଉତ୍ତରପ୍ରଦେଶ : ବରଯାତ୍ରୀରେ ସାମିଲ୍ ହେବା ପାଇଁ ବରଯାତ୍ରୀଙ୍କୁ ନେଇଆସିଥିବା ଏକ କାର୍ କୂଅ ଭିତରକୁ ଖସି ପଡିଥିଲା । ଏହି ଘଟଣାରେ ଡ୍ରାଇଭର ସମେତ 6ଜଣଙ୍କର ମୃତ୍ୟୁ ଘଟିଛି । ଉତ୍ତରପ୍ରଦେଶ ମହୋବାରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ମଧ୍ୟପ୍ରଦୋର ଦିଓ୍ବାନ ଜି ପୁରଭା ଗାଁରେ ହୋଇଥିଲା। ସମସ୍ତ ମୃତକ ଚରଖାରି ଥାନା ଅନ୍ତର୍ଗତ ଖାସା ଗାଁର ବୋଲି ସୂଚନା ରହିଛି । ମଙ୍ଗଳବାର ରାତ୍ରିରେ ବରଯାତ୍ରୀରେ ସାମିଲ୍ ହେବା ପାଇଁ ଏକ ଇନୋଭା କାରରେ 9 ଜଣ ଯାତ୍ରୀ ଦିଓ୍ବାନ ଜି ପୁରଭା ଗ୍ରାମକୁ ଯାଇଥିଲେ । ତେବେ ରାତିରେ ଫେରିବା ବେଳେ ଗାଡି ଏକ ଖୋଲା କୂଅ ଭିତରେ ଖସି ପଡିଥିଲା। ଯାହାଫଳରେ ଡ୍ରାଇଭର ସହିତ 6 ଜଣଙ୍କର ମୃତ୍ୟୁ ହୋଇଛି। ତିନି ଜଣଙ୍କୁ ପୋଲିସ ଉଦ୍ଧାର କରିଛି। (ଏଜେନ୍ସି)