ନୂଆଦିଲ୍ଲୀ : ଏଣିକି କୌଣସି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଘରକାନ୍ଥରେ ସୂଚନା ପୋଷ୍ଟର ଲଗାଯିବ ନାହିଁ। ଏସମ୍ପର୍କରେ ବୁଧବାର ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏଭଳି କରିବା ଦ୍ୱାରା ଆକ୍ରାନ୍ତଙ୍କ ସହିତ ଭେଦଭାବ ହେଉଛି । କେତେକ ଆକ୍ରାନ୍ତଙ୍କୁ ଲୋକେ ଅଛୁଆଁ ବିବେଚିତ କରୁଛନ୍ତି। ଏହାଦ୍ୱାରା ଆକ୍ରାନ୍ତଙ୍କ ମାନସିକ ସ୍ଥିତି ବିପର୍ଯ୍ୟସ୍ତ ହେଉଥିବାର କହିଛନ୍ତି ସୁପ୍ରିମ୍କୋର୍ଟ । ପଡ଼ୋଶୀମାନେ ଆକ୍ରାନ୍ତ ପରିବାର ପ୍ରତି କେତେକ କ୍ଷେତ୍ରରେ ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ତେଣୁ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ବ୍ୟବହାର କରାଯାଉଥିବା ପୋଷ୍ଟର ଲଗାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ବାରଣ କରିଛନ୍ତି।
ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ ଗ୍ରାଫ୍ ଧୀରେ ଧୀରେ ଖସୁଥିବାର ଦେଖାଯାଇଛି । ଦେଶରେ ଏବେ ସୁଦ୍ଧା ସଂଖ୍ୟା ୩ ଲକ୍ଷ ୭୮ ହଜାର ୯୦୯ରେ ପହଞ୍ଚିଛି ।