ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 23 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 23 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 8 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 15 ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି।
Update on newly detected #COVID19 cases in the last
24 hrs under the BMC area on 9th Dec (till 9am) pic.twitter.com/vFdcO1FDT7— BMC (@bmcbbsr) December 9, 2020
ସେହିପରି ଆଜି 30 ଜଣ ସୁସ୍ଥ ହୋଇଛନ୍ତି । ନୂତନ 23 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 31 ହଜାର 4ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 30 ହଜାର 434ଜଣ ସୁସ୍ଥ ହୋଇଥିବାବେଳେ 227ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 322ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।