ନୂଆଦିଲ୍ଲୀ : ଚାଷୀ ଆନ୍ଦୋଳନକୁ ନେଇ ପୁଣି ଥରେ ମୋଦି ସରକାରଙ୍କୁ ଘେରିଛନ୍ତି ହାଇଦ୍ରାବାଦ ସାଂସଦ ଅସଦୁଦ୍ଧିନ ଓୱେସୀ। ବିଜେପି ଦେଶରେ ଗଣତନ୍ତ୍ରକୁ ଅପଙ୍ଗ କରିଛି ବୋଲି ଓୱେସୀ କହିଛନ୍ତି । ସୋସିଆଲ ମିଡିଆରେ ଏକ ଟ୍ୱିଟ ଜରିଆରେ ଓୱେସୀ ବିଜେପିକୁ ଆକ୍ରମଣ କରିଛନ୍ତି ।
“ଅଳ୍ପ ପାଣି ନିଆଁ ଲିଭାଇବା ପାଇଁ ଯଥେଷ୍ଟ । ଗଣତନ୍ତ୍ରର ସାମାନ୍ୟ ଝଲକ ତାନାଶାହୀକୁ ହଟାଇବା ପାଇଁ ଜରୁରୀ । ବିଜେପି ସରକାର ପ୍ରତିଥର ଦେଶବାସୀଙ୍କୁ ଧୋକା ଦେଇଛି । ଗଣତନ୍ତ୍ର ନାମରେ ବିମୁଦ୍ରାକରଣ, କାଶ୍ମୀରରୁ ଧାରା 370 ଉଚ୍ଛେଦ ଏବଂ ନୂତନ କୃଷି ବିଲ ପାଶ କରିଛି ବିଜେପି । ବିଜେପିର ଏକଜିଦିଆ ପଣ କାରଣରୁ ଦେଶ ବିଭିନ୍ନ ସମୟରେ ସମସ୍ୟା ମଧ୍ୟ ଦେଇ ଗତି କରିଛି । ତେଣୁ ଦେଶରେ ଗଣତନ୍ତ୍ର ନୁହେଁ, ବିଜେପି ହିଁ ବାସ୍ତବ ସମସ୍ୟା” ବୋଲି ଟ୍ୱିଟ କରିଛନ୍ତି ଓୱେସୀ । ନିତି ଆୟୋଗର ସିଇଓ ଅମିତାଭ କାନ୍ତଙ୍କ ଏକ ଟ୍ୱିଟର ଉତ୍ତର ଦେବାକୁ ଯାଇ ଓୱେସୀ ଏହି ଟ୍ୱିଟ କରିଛନ୍ତି ।