ମୟୂରଭଞ୍ଜ : ଭାରସାମ୍ୟ ହରାଇ ବସ ଓଲଟି 20 ଜଣ ଯାତ୍ରୀ ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ବାରିପଦାକୁ ଯାଉଥିବା ଆପୁ ନାମକ ଏକ ଘରୋଇ ବସ ଦୁର୍ଘଟଣାର ଶିକାର ହୋଇଛି । ଖନ୍ତ ନିକଟ ହାତିବାରି ଜଙ୍ଗଲ ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ 20ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାରେ 10ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ଆହତଙ୍କୁ ଚିକିତ୍ସା ପାଇଁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।