Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜିଲ୍ଲାପାଳ ଓ ବ୍ୟାଙ୍କରମାନଙ୍କ ସହିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କଣ କହିଲେ ଜାଣିଛନ୍ତି ! ପଢନ୍ତୁ
ବିଶେଷ ଖବର

ଜିଲ୍ଲାପାଳ ଓ ବ୍ୟାଙ୍କରମାନଙ୍କ ସହିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କଣ କହିଲେ ଜାଣିଛନ୍ତି ! ପଢନ୍ତୁ

December 22, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଆଜି ବ୍ୟାଙ୍କର ଏବଂ ଜିଲ୍ଲାପାଳଙ୍କ ଋଣ ପ୍ରଦାନକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କହିଲେ ତାହା ଥିଲା ଏହିପରି। ଓଡିଶା ଆଜି ସଫଳତାର ସହ କୋଭିଡ ପରିଚାଳନା କରି ସାରା ଦେଶରେ ଉଦାରହଣ ସୃଷ୍ଟି କରିପାରିଛି । ଟୀକା ଆସିବାର ସମ୍ଭାବନା ସହିତ ନୂଆବର୍ଷକୁ ଆମେ ନୂଆ ଆଶା ସହିତ ସ୍ବାଗତ କରୁଛୁ । ଏଭଳି ସମୟରେ ଅର୍ଥନୀତିର ପୁନରୁଦ୍ଧାରର ଆଶାକୁ ଆମେ ରାଜ୍ୟର ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚାଇବାକୁ ଚାହୁଁଛୁ । କିନ୍ତୁ ଯଦି ସେମାନଙ୍କର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ଆମେ ପୂରଣ ନ କରି ପାରୁ, ତେବେ ଆମ ବ୍ୟବସ୍ଥା, ଆମର ସଂସ୍ଥା ମାନଙ୍କର କୌଣସି ମୂଲ୍ୟ ରହିବ ନାହିଁ ।

ରାଜ୍ୟର ଲକ୍ଷ ଲକ୍ଷ ଚାଷୀ, ମିଶନ ଶକ୍ତି ଗୋଷ୍ଠୀ ଓ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗୀ ମାନଙ୍କର ବର୍ତ୍ତମାନ ଋଣ ହେଉଛି ପ୍ରଥମ ଆବଶ୍ୟକତା । ଋଣ ପାଇଲେ ହିଁ ସେମାନେ ନିଜ ଗୋଡରେ ହିଁ ଠିଆ ହୋଇପାରିବେ ଏବଂ ଆମର ଅର୍ଥନୀତି ମଧ୍ୟ ଗତିଶୀଳ ହୋଇପାରିବ। ଆମେ ସେମାନଙ୍କୁ ପୂର୍ଣ୍ଣ ପ୍ରାଣରେ ସାହାଯ୍ୟ କରିବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କୃଷକ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, MSME କୁ ଋଣ ପ୍ରଦାନ ସଂପର୍କରେ ଜିଲ୍ଲାପାଳ ଓ ବ୍ୟାଙ୍କର ମାନଙ୍କ ସହିତ ସମୀକ୍ଷା କରି ଏହି ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କିଛି ସପ୍ତାହ ମଧ୍ୟରେ ଋଣ ପ୍ରଦାନ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଥିଲେ ମଧ୍ୟ ଋଣ ଚାହୁଁଥିବା ପ୍ରତ୍ୟେକ ନାଗରିକର ଆବଶ୍ୟକତା ପୂରଣ ହେବା ପର‌୍ୟ୍ୟନ୍ତ ଏହି ଧାରା ଅବ୍ୟାହତ ରହିବା ଜରୁରୀ।

ଚାଷୀମାନଙ୍କ ସମସ୍ୟା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରତିବର୍ଷ ଅନିୟମିତ ପାଣିପାଗର କଷ୍ଟ ସହୁଥିବା ଚାଷୀମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଋଣ ପ୍ରଦାନ କରି ସେମାନଙ୍କୁ ସାହାଯ୍ୟ କରିପାରିବା। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଧିକାଂଶ ଜିଲ୍ଲାରେ ଚାଷୀମାନଙ୍କୁ ଋଣପ୍ରଦାନ କ୍ଷେତ୍ରରେ ଭଲ ଅଗ୍ରଗତି ହୋଇଛି । ସୁନ୍ଦରଗଡ, ସୋନପୁର ଓ ବଲାଙ୍ଗୀର ଜିଲ୍ଲାରେ ଚାଷୀମାନଙ୍କୁ ଋଣପ୍ରଦାନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ। ମାଲକାନଗିରି, ଢେଙ୍କାନାଳ ଓ କଳାହାଣ୍ଡି ଜିଲ୍ଲାକୁ ଏ କ୍ଷେତ୍ରରେ ଅଧିକ ଉନ୍ନତି ଆଣିବା ପାଇଁ ପରାମର୍ଶ ଦେଇଥିଲେ ।

ସେହିପରି ରାଜ୍ୟ ସମବାୟ ବ୍ୟାଙ୍କ, କାନାରା ବ୍ୟାଙ୍କ ଓ ବନ୍ଧନ ବ୍ୟାଙ୍କ ଋଣ ପ୍ରଦାନରେ ଭଲ ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନେସ୍‌ନାଲ ବ୍ୟାଙ୍କ ଓ ୟୁକୋ ବ୍ୟାଙ୍କକୁ ଏ କ୍ଷେତ୍ରରେ ଆହୁରି ଭଲ ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ।

ମିଶନ ଶକ୍ତି ଗୋଷ୍ଠୀ ମାନଙ୍କୁ ଋଣ ପ୍ରଦାନ ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମ୍ବଲପୁର, କନ୍ଧମାଳ, ନୂଆପଡା ଓ ବାଲେଶ୍ବର ଜିଲ୍ଲା ଏ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛନ୍ତି । ଯାଜପୁର, ମୟୁରଭଂଜ, ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ଉନ୍ନତି ଆଣିବା ପାଇଁ ସେ ପରାମର୍ଶ ଦେଇଥିଲେ। ସେହିପରି ବ୍ୟାଙ୍କ ମାନଙ୍କ କ୍ଷେତ୍ରରେ ଗ୍ରାମ୍ୟ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, କାନାରା ବ୍ୟାଙ୍କ ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଭଲ ପ୍ରଦର୍ଶନ କରିଛନ୍ତି ବୋଲି ପ୍ରକାଶ କରି ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ, ଆକ୍‌ସିସ ବ୍ୟାଙ୍କ ଆଦି ଅଧିକ ଋଣ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ଗୁଡିକ ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏମାନଙ୍କୁ ଋଣ ପ୍ରଦାନର ଧାରା ସନ୍ତୋଷଜନକ ରହିଛି । ନୟାଗଡ, ଯାଜପୁର ଆଦି ଜିଲ୍ଲା ସେମାନଙ୍କର ଲକ୍ଷ୍ୟ ଠାରୁ ଅଧିକ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଗଜପତି, ଦେବଗଡ ଓ ନୂଆପଡା ଆଦି ଜିଲ୍ଲା ଗୁଡିକର ପ୍ରଦର୍ଶନରେ ଉନ୍ନତିର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ସେହିପରି ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଓ ପଞ୍ଜାବ ନେସନାଲ ବ୍ୟାଙ୍କ ତାଙ୍କର ବାର୍ଷିକ ଋଣପ୍ରଦାନ ଲକ୍ଷ୍ୟ ଠାରୁ ଅଧିକ ଋଣ ପ୍ରଦାନ କରିଛନ୍ତି ବୋଲି ସେ କହିଥିଲେ। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା ଗଝଗଋ କ୍ଷେତ୍ରକୁ ସର୍ବାଧିକ ୭୨୫୦ କୋଟି ଟଙ୍କା ପ୍ରଦାନ କରିଛି । ତେବେ ବ୍ୟାଙ୍କ ଅଫ ବରୋଦା, ଇଣ୍ଡିଆନ ବ୍ୟାଙ୍କ ଓ ଆକ୍‌ସିସ ବ୍ୟାଙ୍କ ଏ କ୍ଷେତ୍ରରେ ଅଧିକ ଉନ୍ନତି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ଚଳିତ ଆର୍ଥକ ବର୍ଷର ଶେଷ ତିନିମାସ ମଧ୍ୟରେ ସବୁ ଜିଲ୍ଲା ଓ ବ୍ୟାଙ୍କ ମାନେ ବର୍ଷ ଶେଷ ସୁଦ୍ଧା ସେମାନଙ୍କର ଋଣ ପ୍ରଦାନର ଲକ୍ଷ୍ୟ ପୂରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ। ଆଗାମୀ ଫେବୃଆରୀ ୨୬ ତାରିଖରେ ଏ ସଂପର୍କରେ ସେ ଆଉ ଥରେ ସମୀକ୍ଷା ହେବ ବୋଲି କହିଥିଲେ।

ଭଲ ପ୍ରଦର୍ଶନ କରୁଥିବା ବ୍ୟାଙ୍କ ମାନଙ୍କ ସଂପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ପ୍ରକାଶ କରି ସେମାନଙ୍କୁ ଚଳିତ ଆର୍ଥିକ ବର୍ଷ ଶେଷରେ ପୁରସ୍କୃତ ମଧ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ବୈଠକରେ ପ୍ରାରମ୍ଭିକ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଥିଲେ ଯେ କୃଷି, ମହିଳା ଓ MSME କ୍ଷେତ୍ରରେ ବ୍ୟାପକ ଅର୍ଥନୈତିକ କାର‌୍ୟ୍ୟକ୍ରମର ଆବଶ୍ୟକତା ରହିଛି । ଏହି ତିନୋଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରକୁ ପର‌୍ୟ୍ୟାପ୍ତ ପରିମାଣରେ ଋଣପ୍ରଦାନ କରାଯିବା ଉଚିତ ବୋଲି ସେ ମତ ଦେଇଥିଲେ ।

କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ସୌରଭ ଗର୍ଗ ଏବଂ ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗର ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ ଋଣପ୍ରଦାନ କ୍ଷେତ୍ରରେ ଅଧିକ ଉନ୍ନତିର ଆବଶ୍ୟକତା ରହିଛି ବୋଲି କହିଥିଲେ । କୃଷି ଓ ପଶୁପାଳନରେ କିଶାନ କ୍ରେଡିଟ କାର୍ଡ ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟାଗ ଯୋଜନାକୁ ଋଣପ୍ରଦାନ କ୍ଷେତ୍ରରେ ବ୍ୟାଙ୍କ ମାନେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା ।

MSME ବିଭାଗର ପ୍ରମୁଖ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ୬୩ ପ୍ରତିଶତ ଋଣପ୍ରଦାନ ଲକ୍ଷ୍ୟ ହାସଲ ହୋଇସାରିଛି । ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ଲକ୍ଷ୍ୟ ପୂରଣ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ମିଶନ ଶକ୍ତି ସଂପର୍କରେ ସୂଚନା ଦେଇ ବିଭାଗର କମିଶନର ତଥା ନିର୍ଦ୍ଦେଶକ ଶ୍ରୀମତୀ ସୁଜାତା କାର୍ତ୍ତିକେୟ କହିଥିଲେ ଯେ ପ୍ରତ୍ୟେକ ସ୍ବୟଂ ସହାୟକ ଗୋଷ୍ଠୀକୁ ହାରାହାରୀ ଭାବେ ଅତିକମ୍‌ରେ ୨ ଲକ୍ଷ ଟଙ୍କା ଋଣ ଦେବା ଆବଶ୍ୟକ। ବ୍ୟାଙ୍କ ମାନେ ଋଣପ୍ରଦାନ ଆବେଦନକୁ ପକାଇ ନ ରଖି ତୁରନ୍ତ ଫଇସଲା କରିବାକୁ ସେ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ଉନ୍ନୟନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଶ୍ରୀ ରାଜକୁମାର ଶର୍ମା, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ବ୍ୟାଙ୍କମାନଙ୍କ ପଦାଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ଜିଲ୍ଲାପାଳ ବ୍ୟାଙ୍କରସ ବୈଠକ ସମୀକ୍ଷା ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: କୋର୍ଟ ଚାଲାଣ ହେଲେ ୪ ଅଭିଯୁକ୍ତ

August 20, 2025

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025

ବ୍ରଡବ୍ୟାଣ୍ଡ ସଂଯୋଗରେ ମିଳୁଛି 6,000 ଟଙ୍କାର ରିହାତି, ଅନେକ OTT ମାଗଣାରେ ଉପଲବ୍ଧ

August 20, 2025

ଅପରାଧିକ ମାମଲାରେ ପଦରୁ ହଟିବେ ପିଏମ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ!: ସଂସଦରେ ଆଗତ ହେବ ୩ ଗୁରୁତ୍ୱପୂର୍ଣ୍ଣ ବିଲ୍

August 20, 2025
Latest News

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: କୋର୍ଟ ଚାଲାଣ ହେଲେ ୪ ଅଭିଯୁକ୍ତ

August 20, 2025

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କଲା ୮ମ ଛାତ୍ର, ସ୍କୁଲ ବାହାରେ ଉତ୍ତେଜନା

August 20, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ସିପି ରାଧାକୃଷ୍ଣନ, ପ୍ରସ୍ତାବକ ହେଲେ ପ୍ରଧାନମନ୍ତ୍ରୀ ମୋଦି

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.