Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଡିଟିଏଚ ସେବାରେ ଅଣାଗଲା ପରିବର୍ତ୍ତନ, କେନ୍ଦ୍ର କ୍ୟାବିନେଟ ଦେଲେ ଅନୁମୋଦନ
ଜାତୀୟ ଖବର

ଡିଟିଏଚ ସେବାରେ ଅଣାଗଲା ପରିବର୍ତ୍ତନ, କେନ୍ଦ୍ର କ୍ୟାବିନେଟ ଦେଲେ ଅନୁମୋଦନ

December 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦେଶରେ ଡିଟିଏଚ ପ୍ରସାରଣ ସଂକ୍ରାନ୍ତ ମାର୍ଗଦର୍ଶିକା ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ନିଷ୍ପତ୍ତିର ମୌଳିକ ବୈଶିଷ୍ଟତାଗୁଡିକ ହେଲା –

(କ) ଡିଟିଏଚ ପାଇଁ ଲାଇସେନ୍ସ ଅବଧି ଦଶବର୍ଷ ପରିବର୍ତ୍ତେ ୨୦ ବର୍ଷ ପାଇଁ ଜାରି ହେବ । ତେବେ ଦଶବର୍ଷ ପରେ ଲାଇସେନ୍ସ ଅବଧିର ନବୀକରଣ କରାଯାଇପାରିବ ।

(ଖ) ଲାଇସେନ୍ସ ବାବଦ ଦେୟ ଜିଆରର ଶତକଡା ଦଶଭାଗରୁ ଏଜିଆରର ଶତକଡା ୮ ଭାଗକୁ ସଂଶୋଧନ କରାଯାଇଛି । ଜିଆର ବାବଦ ଜିଏସଟିକୁ ବାଦ ଦେଇ ଏଜିଆର ହିସାବ କରାଯିବ ।

(ଗ) ଲାଇସେନ୍ସ ଦେୟ ବର୍ତ୍ତମାନ ବର୍ଷକରେ ଆଦାୟ କରାଯାଉଥିବା ବେଳେ ଏଣିକି ଏହା ଚାରି ମାସରେ ଆଦାୟ କରାଯିବ ।

(ଘ) ଡିଟିଏଚ ଅପରେଟରମାନଙ୍କୁ ସର୍ବାଧିକ ଶତକଡା ୫ ଭାଗ ପର‌୍ୟ୍ୟନ୍ତ ଚ୍ୟାନେଲ ମୋଟ ଚ୍ୟାନେଲର ସାମର୍ଥ୍ୟ ଅନୁସାରେ ଅନୁମତି ପ୍ରଦାନ କରାଯିବ । ଥରକରେ ଗୋଟିଏ ପିଏସ ଚ୍ୟାନେଲ ନିମନ୍ତେ ଅଣଫେରସ୍ତଯୁକ୍ତ ଦଶ ହଜାର ଟଙ୍କା ଡିଟିଏଚ ଅପରେଟରଙ୍କୁ ଦେବାକୁ ପଡିବ ।

(ଙ) ଡିଟିଏଚ ଅପରେଟରମାନେ ଟିଭି ଚ୍ୟାନେଲର ଟ୍ରାନ୍ସପୋର୍ଟ ଷ୍ଟ୍ରିମ ଓ ଡିଟିଏଚ ପ୍ଲାଟଫର୍ମ ସେୟାର କରିବାକୁ ଚାହୁଁ ନଥିଲେ ତାକୁ ଅନୁମତି ପ୍ରଦାନ କରାଯିବ । ଟିଭି ଚ୍ୟାନେଲ ବିତରକମାନେ ସବ୍ସକ୍ରାଇବରମାନେ ମ୍ୟାନେଜମେଣ୍ଟ ସିଷ୍ଟମ (ଏସଏମଏସ) ଓ ସିଏଏସ ପାଇଁ କମନ ହାର୍ଡୱେର ସେୟାର କରିବାକୁ ଚାହୁଁଥିଲେ ତାକୁ ଅନୁମତି ମିଳିବ ।

(ଚ) ଶତକଡା ୪୯ ଭାଗ ବିଦେଶୀ ପୁଞ୍ଜି ନିବେଶ ପାଇଁ ଡିଟିଏଚ ମାର୍ଗଦର୍ଶିକା ସରକାରଙ୍କ ଡିପିଆଇଆଇଟି ନୀତି ସହ ଯୋଡା ହୋଇ ଏଫଡିଆଇ ନୀତିରେ ସମୟକ୍ରମେ ସଂଶୋଧନ କରାହେବ ।

(ଛ) ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ଵାରା ଜାରି ହେଉଥିବା ଡିଟିଏଚ ମାର୍ଗଦର୍ଶିକା ସହ ଏହି ନିଷ୍ପତ୍ତି କାର‌୍ୟ୍ୟକାରୀ ହେବ ।

ଏହି ପ୍ରସ୍ତାବ ଟେଲିକମ କ୍ଷେତ୍ରରେ ଲାଗୁ ହେଉଥିବା ଲାଇସେନ୍ସ ମୁକ୍ତ ନୀତି ସହ ଲାଗୁହେବ । ଯେଉଁ ଅର୍ଥର ପାର୍ଥକ୍ୟ ହେବ ତାହାକୁ ଡିଟିଏଚ ଅପରେଟରମାନେ ଅଧିକ ପ୍ରସାରଣ ଦିଗରେ ବ୍ୟୟ କରିବେ । ପ୍ଲାଟଫର୍ମ ସେବା ନିମନ୍ତେ ପଞ୍ଜୀକୃତ ଦେୟ ହାରାହାରି ୧୨ ଲକ୍ଷ ହେବ । ଡିଟିଏଚ ଅପରେଟରମାନେ ଭିତ୍ତିଭୂମି ସେୟାର କରିବା ଯୋଗୁଁ ଅପରେଟରମାନେ ମାମୁଲି ଉପଗ୍ରହ ଗଠନ ଦେୟ ପଇଠ କରୁଥିବାରୁ ଉପଭୋକ୍ତାମାନଙ୍କ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ପ୍ରଚଳିତ ଏଫଡିଆଇ ନୀତି ଯୋଗୁଁ ଦେଶରେ ଅଧିକ ବିଦେଶୀ ପୁଞ୍ଜି ନିବେଶ ସୁଯୋଗ ମଧ୍ୟ ସୃଷ୍ଟି ହେବ ।

ଡିଟିଏଚ ସାରା ଦେଶରେ କାର‌୍ୟ୍ୟ କରୁଛି । ଏହି କ୍ଷେତ୍ର ବେଶ ନିଯୁକ୍ତି ସୃଷ୍ଟିକାରୀ କ୍ଷେତ୍ର । ଏହା ପ୍ରତ୍ୟକ୍ଷ ଭାବେ ଡିଟିଏଚ ଅପରେଟର ଓ କଲ ସେଣ୍ଟର ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦେଉଥିବା ବେଳେ, ତୃଣମୂଳ ସ୍ତରରେ ବେଶୀ ସଂଖ୍ୟାରେ ସ୍ଥାପନକାରୀ ମଧ୍ୟ ପରୋକ୍ଷ ନିଯୁକ୍ତି ପାଇଥାନ୍ତି। ଡିଟିଏଚ ସଂଶୋଧିତ ମାର୍ଗଦର୍ଶିକାରେ ଥିବା ଦୀର୍ଘ ମିଆଦି ଲାଇସେନ୍ସ ଅବଧି, ନବିକରଣୀୟ ସ୍ଵଚ୍ଛତା, ଏଫଡିଆଇ ସୀମା ରିହାତି ଇତ୍ୟାଦି ଡିଟିଏଚ କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026
Latest News

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.