Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍‌ସ ଜୁଏଲ୍‌ସ ପକ୍ଷରୁ ଚଳିତ ଖ୍ରୀଷ୍ଟମାସ ଓ ନବବର୍ଷ ପାଇଁ ସ୍ୱତନ୍ତ୍ର ଜୁଏଲାରୀ କଲେକ୍‌ସନର ଶୁଭାରମ୍ଭ
ଆଜିର ଖବର

ରିଲାଏନ୍‌ସ ଜୁଏଲ୍‌ସ ପକ୍ଷରୁ ଚଳିତ ଖ୍ରୀଷ୍ଟମାସ ଓ ନବବର୍ଷ ପାଇଁ ସ୍ୱତନ୍ତ୍ର ଜୁଏଲାରୀ କଲେକ୍‌ସନର ଶୁଭାରମ୍ଭ

December 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରିଲାଏନ୍‌ସ ଜୁଏଲ୍‌ସ ପକ୍ଷରୁ ଚଳିତ ଖ୍ରୀଷ୍ଟମାସ ଓ ନବବର୍ଷ ପାଇଁ ସ୍ୱତନ୍ତ୍ର ଜୁଏଲାରୀ କଲେକ୍‌ସନର ଶୁଭାରମ୍ଭ

ମୁମ୍ବାଇ / ଭୁବନେଶ୍ୱର: ଚଳିତ ଖ୍ରୀଷ୍ଟମାସ ଓ ନବବର୍ଷ ଅବସରରେ ରିଲାଏନ୍‌ସ ଜୁଏଲ୍‌ସ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର କଲେକ୍‌ସନ ବେଲା ଓ ନିତାରାର ଶୁଭାରମ୍ଭ କରାଯାଇଛିି । ‘ବେଲା’ କଲେକ୍‌ସନ ନାରୀମାନଙ୍କର ସୌନ୍ଦର‌୍ୟ୍ୟକୁ ପରିପୃଷ୍ଟ କରୁଥିବା ବେଳେ ‘ନିତାରା’ କଲେକ୍‌ସନ ପିଲାମାନଙ୍କ ପାଇଁ ପରୀରାଇଜର ଆକର୍ଷଣ ଆଣିଦେଇଛି ।

ପରୀରାଇଜ ଓ କଳ୍ପନା ଜଗତର ଡିଜାଇନରୁ ଅନୁପ୍ରାଣୀତ ‘ନିତାରା’ ହେଉଛି ଏକ ସୁନ୍ଦର କିଡ୍‌ସ ଜୁଏଲାରୀ ସମ୍ଭାର ଯାହାକୁ ଅତ୍ୟନ୍ତ ସୂକ୍ଷ୍ମ ଭାବରେ ପ୍ରସ୍ତୁତ କରାଯାଇଛି। ଏହି ଆକର୍ଷଣୀୟ ଅଳଙ୍କାରର ସମ୍ଭାର ପିଲାମାନଙ୍କ ପାଇଁ ବେଶ୍ ଆକର୍ଷଣୀୟ ହୋଇଛି। ନିତାରା କଲେକ୍‌ସନ ପିଲାମାନେ ପସନ୍ଦ କରୁଥିବା ୟୁନିକର୍ଣ୍ଣ, ଷ୍ଟାର ବା ତାରକା, ଫୁଲ, ପ୍ରଜାପତି ଓ ଡଲଫିନ ପରି ବିଭିନ୍ନ ଡିଜାଇନରେ ପରିପୂର୍ଣ୍ଣ ଏବଂ ଏଗୁଡିକ ସୁନା ଓ ହୀରାରେ ପେଣ୍ଡେଂଟ, ଇୟରିଂ ଓ ବ୍ରେସଲେଟ୍ ଆକାରରେ ମାତ୍ର ୩୦୦୦/- ଠାରୁ ଆରମ୍ଭ କରି ବିଭିନ୍ନ ମୂଲ୍ୟରେ ଉପଲବ୍ଧ ।

ଅନ୍ୟ ଏକ ଆକର୍ଷଣୀୟ ଡିଜାଇନ୍ ସମ୍ଭାର ହେଉଛି ‘ବେଲା’ କଲେକ୍‌ସନ ଯାହାକି ପ୍ରତିଟି ଦିନକୁ ସ୍ୱତନ୍ତ୍ର କରିଥାଏ। ଏହି ଗହଣା ଗୁଡ଼ିକ ଅତ୍ୟନ୍ତ ଆକର୍ଷଣୀୟ ଓ ଜ୍ୟାମିତିକ ପାଟର୍ଣ୍ଣରୁ ଅନୁପ୍ରାଣୀତ ଯାହାକି ମିଲେନିଆଲ୍ ଓ ମହିଳାମାନଙ୍କ ପାଇଁ ସର୍ବୋତମ ଅଟେ । ଚମତ୍କାର ଡିଜାଇନର ଏକ କଳାତ୍ମକ ସଂରଚନା ଯେଉଁଥିରେ ଉତ୍କୃଷ୍ଟ କାରିଗରିକୁ ସାମିଲ୍ କରାଯାଇଛି । ଏହି ଆକର୍ଷଣୀୟ ପେଣ୍ଡେଂଟ ଓ ବ୍ରେସଲେଟ୍ ସବୁ ଦିନ ବ୍ୟବହାର ପାଇଁ ବେଶ୍ ଉପଯୋଗୀ। ଏହା ପରିଧାନ କରି ମୁଭି ଠାରୁ ଆରମ୍ଭ କରି ବନ୍ଧୁମାନଙ୍କ ସହିତ ସପିଂ ସହିତ ସ୍କୁଲର ଅଭିଭାବକ ଶିକ୍ଷକ ମିଟିଂ ଓ ଅନ୍ୟାନ୍ୟ ଦୈନନ୍ଦିନ କାର‌୍ୟ୍ୟ ସମୟରେ ମଧ୍ୟ ଏହା ବ୍ୟବହାର କରାଯାଇପାରିବ । ବେଲା କଲେକ୍‌ସନ ସାରା ଭାରତରେ ଟ. ୫୮୦୦/- ମୂଲ୍ୟରୁ ଆରମ୍ଭ କରି ବିଭିନ୍ନ ମୂଲ୍ୟବର୍ଗରେ ଉପଲବ୍ଧ ।

ନୂତନ କଲେକ୍‌ସନ ବିଷୟରେ ମତପ୍ରକାଶ କରି ସୁନିଲ୍ ନାୟକ, ସିିଇଓ, ରିଲାଏନ୍‌ସ ଜୁଏଲ୍‌ସ କହିଛନ୍ତି ଯେ, “ଆମେ ରିଲାଏନ୍‌ସରେ ନିତାରା ଓ ବେଲା କଲେକ୍‌ସନ ଶୁଭାରମ୍ଭ ସହିତ ଅତ୍ୟନ୍ତ ଆନନ୍ଦିତ। ଖ୍ରୀଷ୍ଟମାସ ଓ ନବବର୍ଷରେ ପିଲାମାନଙ୍କ ପାଇଁ କିଛିଟା ମଜାଦାର ଏବଂ ମାଦ\’ ତଥା ମିଲେନିଆଲ୍ ମହିଳା ମାନଙ୍କ ନିମନ୍ତେ କିଛି ନୂତନ ଓ ଆକର୍ଷଣୀୟ ଡିଜାଇନ୍ ଆଣିବା ଆମର ଭାବନା ରହିଥିଲା । ନିତାରା ଓ ବେଲା କଲେକ୍‌ସନର ପ୍ରତିଟି ଡିଜାଇନ୍ ସୃଜନଶୀଳ ଉପାଦାନ ଓ ଉତ୍କର୍ଷତାରେ ଭରପୂର ଯାହା ପିଲା ଓ ମହିଳାଙ୍କର ସୌନ୍ଦର‌୍ୟ୍ୟକୁ ବହୁଗୁଣିତ କରିଥାଏ । ଏହି ଆକର୍ଷଣୀୟ ସମସାମୟିକ ଗହଣା ସମ୍ଭାରର ଶୁଭାରମ୍ଭ କରି ଆମେ ବେଶ୍ ଉତ୍ସାହିିତ ଓ ଆମ ଗାହକମାନଙ୍କ ପ୍ରତି ଆମର ରହଥିବା ଯତ୍ନଶୀଳତାର ଏହା ଏକ ପରିଚାୟକ।

ସ୍ୱତନ୍ତ୍ର ଅବସରକୁ ଅଧିକ ସ୍ମରଣୀୟ କରିବା ପାଇଁ ଜୁଏଲାରୀ ହେଉଛି ଏକ ସର୍ବୋତମ ଉପାୟ ଏବଂ ରିଲାଏନ୍‌ସ ଜୁଏଲ୍‌ସର ଏହି ନିତାରା ଓ ବେଲା କଲେକ୍‌ସନ ସହିତ ମହିଳା ଓ ଶିଶୁମାନେ ଏହି ସମୟକୁ ସବୁ ଦିନ ପାଇଁ ସ୍ମରଣୀୟ କରିପାରିବେ । ଏହି କଲେକ୍‌ସନର ପ୍ରତିଟି ସେଟ୍ ଅତ୍ୟନ୍ତ ଆକର୍ଷଣୀୟ ଏବଂ ଏଥିରେ ରହିଛି ରିଲାଏନ୍‌ସ ଜୁଏଲ୍‌ସର ଗୁଣାତ୍ମକ ମାନ ଓ ବିଶ୍ୱାସ।

ନିତାରା ଓ ବେଲା କଲେକ୍‌ସନ ଓଡିଶାର ଭୁବନେଶ୍ୱର, କଟକ, ରାଉରକେଲା, ଅନୁଗୁଳ, ବ୍ରହ୍ମପୁର ସମେତ ସାରା ଭାରତରେ ରିଲାଏନ୍‌ସ ଜୁଏଲ୍‌ସ ଆଉଟ୍‌ଲେଟରେ ଉପଲବ୍ଧ ରହିଛି। ଗ୍ରାହକମାନେ ରିଲାଏନ୍‌ସ ଜୁଏଲ୍‌ସ ସୋରୁମରେ କିଣାକିଣି କରିପାରିବେ ଏବଂ ସୁନା ଗହଣା ଗଢ଼ା ମଜୁରୀ ଉପରେ ୩୦% ପର‌୍ୟ୍ୟନ୍ତ ରିହାତି ପାଇପାରିବେ ଓ ହୀରା ଗହଣାରେ ୩୦% ପର‌୍ୟ୍ୟନ୍ତ ଛାଡ଼ ପାଇପାରିବେ । ଏହା ଏକ ସୀମିତ ଅବଧିର ଅଫର ଏବଂ ସର୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ ।

ରିଲାଏନ୍‌ସ ଜୁଏଲ୍‌ସ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.