ସାବଧାନ, ଗାଡିରେ ଫାସଟ୍ୟାଗ ଲଗାନ୍ତୁ, ନଚେତ ଜାନୁୟାରୀ 1 ତାରିଖରୁ ଗାଡି ନେଲେ ରାସ୍ତାରେ କାନ୍ଦିବେ

Published: Dec 27, 2020, 9:33 am IST

ଭୁବନେଶ୍ବର, ଜାତୀୟ ରାଜପଥ କର୍ତ୍ତୁପକ୍ଷ ଆସନ୍ତା ନୂଆ ବର୍ଷରୁ ଚାରିଚକିଆ ଗାଡିରେ ଫାସଟ୍ୟାଗ ବାଧ୍ୟତା ମୂଳକ କରିଛନ୍ତି। ଏ ନେଇ କେନ୍ଦ୍ର ସରକାର ଘୋଷଣା ମଧ୍ୟ କରିଛନ୍ତି। ଏଣିକି ଫାସଟ୍ୟାଗ ନ ଲାଗିଥିଲେ ଆପଣ ଡବଲ ଟାକ୍ସ ଦେବାକୁ ବାଧ୍ୟ ହେବେ। ତାହା ଯଦି ନ ମାନନ୍ତି ତେବେ ଆପଣଙ୍କ ବିରୋଧରେ ମାମଲା ଋଜୁ କରାଯିବ।

ଏହି ଫାଷ୍ଟଟ୍ୟାଗ କଣ

ବିଭିନ୍ନ ଜାତୀୟ ରାଜପଥରେ ଟୋସଗେଟ କରାଯାଇଛି। ଏଙି ଟୋଲଗେଟରେ ଗାଡିଗୁଡିକରୁ ଟାକ୍ସ ଆଦାୟ କରାଯାଉଛି। ସେଥିପାଇଁ ଜାତୀୟ ରାଜପଥରେ ବିଭିନ୍ନ ଗେଟ କରାଯାଇଛି। ଏହି ସ୍ଥାନରେ କର୍ମଚାରୀମାନେ ବସି ଗାଡିରୁ ଟାକ୍ସ ଆଦୟ କରିଥାନ୍ତି। ସେଥିପାଇଁ ଟୋଲଗେଟ ନିକଟରେ ଗାଡିର ଲମ୍ବା ଧାଡି ଦେଖିବାକୁ ମିଳିଥାଏ।

ଏହି ଲମ୍ବା ଅପେକ୍ଷାକୁ ଦୂର କରିବା ପାଇଁ ଏଣିକି ଗାଡିରେ ଫାସଟ୍ୟାଗ ଲାଗିବ। ଅର୍ଥାତ ଏକ ପ୍ରକାର ଇଲୋଟ୍ରେନିକ ପ୍ଲେଟ ଆପଣଙ୍କ ଗାଡି ବାହାରେ ସଂଯୋଗ କରାଯିବ। ଯେତେବେଳେ ଟୋଲଗେଟ ଆସିବ, ସେତେବେଳେ ଏହି ପ୍ଲେଟର ଯନ୍ତ୍ରାଂଶ ଟୋଲଗେଟର ମେସିନ ସହିତ ଅଟମୋଟିକ ଡିଟେକ୍ଟ କରିବ।

ପୂର୍ବରୁ ଆପଣଙ୍କ ଇଲଟ୍ରୋନିକ ଡିଭାଇସ ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୋଗ ହୋଇଥିବା। ସେହି ଅନୁସାରେ ଆପଣଙ୍କ ଗାଡି ପାଇଁ ଆପଣ୍ହକ ଆକାଉଣ୍ଟରୁ ପଇସା କଟିବ। ଏହି ପ୍ଲେଟଟି ଲଗାଇଲେ ଗେଟ ଅଟୋମେଟିକ ଖୋଲିଯିବ।

ବର୍ତ୍ତମାନ ଜାତୀୟ ରାଜପଥର ନିଷ୍ପତି ଅନୁସାରେ ଆସନ୍ତା ଜାନୁୟାରୀ 1 ତାରିଖରୁ ସମସ୍ତ ଟୋଲଗେଟରୁ କର୍ମଚାରୀଙ୍କୁ ବାହାର କରିଦିଆଯିବ। ସେଠାରେ ଏହି ଫାସଟ୍ୟାଗ ବ୍ୟବସ୍ଥା ରହିବ। ଓଡିଶାରେ ଥିବା 14ଟି ଗେଟରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ସମସ୍ତ ବନ୍ଦୋବସ୍ତ ଆରମ୍ଭ ହୋଇସାରିଛି। ଏପରିକି ପରୀକ୍ଷା ମଧ୍ୟ କରାଯାଇଛି।

Related posts