
ନୂଆଦିଲ୍ଲୀ: ନୂଆ ବର୍ଷର ପ୍ରଥମ ଦିନରେ ତୈଳ ବଜାର କମ୍ପାନୀଙ୍କ ଠାରୁ ଗ୍ରାହାକମାନଙ୍କୁ ଝଟକା ଲାଗିଛି। କମ୍ପାନୀଗୁଡିକ ପ୍ରଥମ ଦିନରେ ରୋଷେଇ ଗ୍ୟାସ୍ ର ଦାମ୍ ବୃଦ୍ଧି କରିଛନ୍ତି। ବ୍ୟବସାୟିକ ସିଲିଣ୍ଡର ମୂଲ୍ୟରେ ୫୬ ଟଙ୍କା ବୃଦ୍ଧି କରାଯାଇଛି। କିନ୍ତୁ ବିନା ସବସିଡି ଏଲପିଜି ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି।
ଦେଶର ରାଜଧାନୀ ଦିଲ୍ଲୀରେ ୧୯ କିଲୋ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୩୩୨ ଟଙ୍କାରୁ ବୃଦ୍ଧି କରାଯାଇ ୧୩୪୯ ଟଙ୍କା ହୋଇଛି। ୧୯ କିଲୋଗ୍ରାମ ରନ୍ଧନ ଗ୍ୟାସ ର ମୂଲ୍ୟ ୧୭ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି।
କଲିକତାରେ ୧୯ କିଲୋଗ୍ରାମ ରନ୍ଧନ ଗ୍ୟାସ୍ ର ମୂଲ୍ୟ ୧୩୮୭.୫୦ ଟଙ୍କାରୁ ବୃଦ୍ଧି ହୋଇ ୧୪୧୦ ଟଙ୍କା ହୋଇଛି। ଏଠାରେ ମୂଲ୍ୟରେ ୨୨.୫୦ ଟଙ୍କା ବର୍ଦ୍ଧିତ ହୋଇଛି।
ମୁମ୍ବାଇରେ ୧୯ କିଲୋ ରନ୍ଧନ ଗ୍ୟାସର ମୂଲ୍ୟ ୧୨୮୦.୫୦ ଟଙ୍କାରୁ ବଢି ୧୨୯୭.୫୦ ତାଙ୍କ ପ୍ରତି ସିଲିଣ୍ଡର ହୋଇଛି।
ଚେନ୍ନାଇରେ ୧୯ କିଲୋ ରନ୍ଧନ ଗ୍ୟାସର ମୂଲ୍ୟ ୧୪୪୬.୫୦ ଟଙ୍କାରୁ ବଢି ୧୪୬୩.୫୦ ଟଙ୍କା ହୋଇଛି।
ସୂଚନା ଯୋଗ୍ୟ ଯେ, ପୂର୍ବରୁ ଗତ ମାସରେ ଦୁଇଥରରେ ସିଲିଣ୍ଡର ଦାମ ୧୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା। ଫଳରେ ବିନା ସବସିଡି ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟ ୬୯୪ ଟଙ୍କାରେ ପହଞ୍ଚିଥିଲା। ହେଲେ ତେଲ କମ୍ପାନୀ ଗୁଡିକ ବିନା ସବସିଡ଼ର ସିଲିଣ୍ଡରର ମୂଲ୍ୟରେ କୌଣସି ବୃଦ୍ଧି କରିନାହାନ୍ତି , ତାର ମୂଲ୍ୟ ୬୯୪ ଟଙ୍କାରେ ସ୍ଥିର ରଖାଯାଇଛି।