Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଇ ଥାକିଆ କଣ୍ଟେନର ଟ୍ରେନ ଚଳାଚଳ କ୍ଷେତ୍ରରେ ବିଶ୍ୱର ହାତଗଣତି ରାଷ୍ଟ୍ରଙ୍କ ସହ ସାମିଲ ହେଲା ଭାରତ
ଆଜିର ଖବର

ଦୁଇ ଥାକିଆ କଣ୍ଟେନର ଟ୍ରେନ ଚଳାଚଳ କ୍ଷେତ୍ରରେ ବିଶ୍ୱର ହାତଗଣତି ରାଷ୍ଟ୍ରଙ୍କ ସହ ସାମିଲ ହେଲା ଭାରତ

January 8, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମ ସମର୍ପିତ ମାଲ ପରିବହନ କରିଡର (ଡବ୍ଲୁଡିଏଫ୍‌ସି)ର ୩୦୬ କିମି ଦୈର୍ଘ୍ୟ ବିଶିଷ୍ଟ ରେୱାରି-ମଦାର ସେକ୍ସନକୁ ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହାସହିତ ମଧ୍ୟ ଏହି ରେଳପଥରେ ପ୍ରଥମକରି ଡବଲ ଷ୍ଟାକ୍ ଲଙ୍ଗ ହାଉଲ (ଦୁଇ ଥାକିଆ) କଣ୍ଟେନର ଟ୍ରେନର ଚଳାଚଳ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି ।

ଏହି କାର୍ଯ୍ୟକ୍ରମରେ ରାଜସ୍ଥାନ ଓ ହରିୟାଣାର ରାଜ୍ୟପାଳ ଦ୍ୱୟ, ଉଭୟ ରାଜ୍ୟର ଦୁଇ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ, ଗଜେନ୍ଦ୍ର ସିଂହ ଶେଖାୱତ, ଅର୍ଜୁନରାମ ମେଘୱାଲ, କୈଳାସ ଚୌଧୁରୀ, ରାଓ ଇନ୍ଦରଜିତ ସିଂହ, ରତନଲାଲ କଟାରିଆ ଓ କୃଷ୍ଣପାଲ ଗୁର୍ଜ୍ଜର ଉପସ୍ଥିତ ଥିଲେ ।

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଭିତ୍ତିଭୂମିର ଆଧୁନିକୀକରଣ ପାଇଁ ଯେଉଁ ମହାଯଜ୍ଞ ଆରମ୍ଭ ହୋଇଥିଲା ତାହା ଆଜି ନୂଆ ଗତି ପାଇଛି । ଦେଶକୁ ଆଧୁନିକ କରିବା ପାଇଁ ଗତ ୧୨ ଦିନ ମଧ୍ୟରେ କେନ୍ଦ୍ର ସରକାର ଯେଉଁସବୁ କାର‌୍ୟ୍ୟ ଆରମ୍ଭ କରିଛନ୍ତି ତାହାର ଏକ ହିସାବ ତାଲିକା ଏହି ଅବସରରେ ସେ ଉପସ୍ଥାପନ କରିଥିଲେ।

ସେ କହିଥିଲେ ଯେ ଚାଷୀଙ୍କୁ ଡିବିଟି ସୁବିଧା ଯୋଗାଣ, ଏୟାରପୋର୍ଟ ଏକ୍ସପ୍ରେସ ଲାଇନରେ ଜାତୀୟ ମୋବିଲିଟ କାର୍ଡ ବ୍ୟବସ୍ଥା ଆରମ୍ଭ, ରାଜକୋଟର ଏମ୍‌ସ, ସମ୍ବଲପୁରର ଆଇଆଇଏମ୍‌, ୬ଟି ନଗରୀରେ ଲାଇଟ ହାଉସ ପ୍ରକଳ୍ପ, ଜାତୀୟ ଆଟୋମିକ୍ ଟାଇମ ସ୍କେଲ ଓ ଭାରତୀୟ ନିର୍ଦ୍ଦେଶକ ଦ୍ରବ୍ୟ, ଜାତୀୟ ପରିବେଶ ମାନ ଲାବରେଟୋରୀ, କୋଚି-ମାଙ୍ଗାଲୁରୁ ଗ୍ୟାସ୍ ପାଇପ ଲାଇନ, ଶତତମ କିଷାନ ରେଳ ଓ ଇଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡରର ଗୋଟିଏ ସେକ୍ସନର ଉଦ୍‌ଘାଟନ ଆଦି ସେଥିମଧ୍ୟରୁ ଅନ୍ୟତମ । କରୋନା ମହାମାରୀ ସମୟରେ ଦେଶର ଆଧୁନିକୀକରଣ ପାଇଁ ଏହି ସ୍ୱଳ୍ପ ସମୟ ମଧ୍ୟରେ ଏତେଗୁଡିଏ କାର‌୍ୟ୍ୟ ଆରମ୍ଭ ହୋଇପାରିଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.