Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କିଡନୀରେ ପଥର ଥିବା ରୋଗୀଙ୍କ ପାଇଁ ଏକ ଖୁସି ଖବର, ଏନବିଆରଆଇ ବାହାର କଲେ ହର୍ବାଲ ଔଷଧ
ବିଶେଷ ଖବର

କିଡନୀରେ ପଥର ଥିବା ରୋଗୀଙ୍କ ପାଇଁ ଏକ ଖୁସି ଖବର, ଏନବିଆରଆଇ ବାହାର କଲେ ହର୍ବାଲ ଔଷଧ

January 13, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
କିଡନୀରେ ପଥର ଥିବା ରୋଗୀଙ୍କ ପାଇଁ ଏକ ଖୁସି ଖବର, ଏନବିଆରଆଇ ବାହାର କଲେ ହର୍ବାଲ ଔଷଧ

ଲକ୍ଷ୍ନୌ, ନ୍ୟାସନାଲ ବଟାନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ବା ଏନବିଆରଆଇ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟକ୍ସିକୋଲୋଜି ରିସର୍ଚ୍ଚ ବା ଆଇଆଇଟିଆର ଏବଂ ୟୁରୋଲୋଜିଷ୍ଟ ସାଲିଲ ଟଣ୍ଡନଙ୍କ ମିଳିତ ସହଯୋଗରେ କିଡନୀରେ ପଥର ହଟାଇବା ପାଇଁ ଏକ ହର୍ବାଲ ଔଷଧ ପ୍ରସ୍ତୁତ କରିଛନ୍ତି। ନୂତନ ଔଷଧର ନାମ ରହିଛି URO-05 । ପାଞ୍ଚ ବର୍ଷର ଗବେଷଣା ମାଧ୍ୟମରେ ଏହି ଔଷଧ ବିକଶିତ କରାଯାଇଛି।

ଏହାର ଉତ୍ପାଦନ ପାଇଁ ଆଇଆଇଟିଆର 67 ତମ ବାର୍ଷିକ ଦିବସରେ ଏନବିଆରଆଇକୁ ହସ୍ତାନ୍ତର କରାଯାଇଥିଲା। ସଂସ୍ଥା ଯୁଦ୍ଧ କାଳିନ ଭିତ୍ତିରେ ଏହାର ଉତ୍ପାଦନ କରି ଆସନ୍ତା ଛଅ ମାସ ମଧ୍ୟରେ ବଜାରରେ ଉପଲବ୍ଧ କରାଇବ ବୋଲି ଜଣାପଡିଛି। ଏହି ଔଷଧର କ୍ଲିନିକାଲ୍ ପରୀକ୍ଷା କିଙ୍ଗ ଜର୍ଜଙ୍କ ମେଡିକାଲ୍ ୟୁନିଭରସିଟିରେ କରାଯାଇଥିଲା। ଏହି ଔଷଧ ରୋଗୀଙ୍କୁ ଖାଇବାକୁ ଦିଆଯାଇଥିଲା। ପରୀକ୍ଷା ପରେ ଏହା ବେଶ୍ ସଫଳତା ହାସଲ କରିଛି। ଆଶ୍ଚର୍ଯ୍ୟ ଜନକ ଭାବେ କିଡନରେ ପଥର ଥିବା ରୋଗୀଙ୍କର ଯନ୍ତ୍ରଣା କମିଯାଇଛି। ଧିରେଧିରେ ପଥରର ଆକାର ମଧ୍ୟ ହ୍ରାସ ପାଇଛି।

ଏକ ସେଣ୍ଟିମିଟର ପଥରର ଆକାର ପର୍ଯ୍ୟନ୍ତ ଏହି ଔଷଧ ବେଶ୍ ଭଲ ଭାବେ କାମ କରୁଛି ବୋଲି ଟଣ୍ଡନ୍ କହିଛନ୍ତି। ପ୍ରାରମ୍ଭିକ ଫଳାଫଳରେ ପଥରର ଆକାର ପ୍ରାୟ 75 ପ୍ରତିଶତ ହ୍ରାସ ଘଟିଥିଲା। ଏହାର କୈଣସି ପାଶ୍ବ ପ୍ରତିକ୍ରିୟା ନ ଥିଲା।

ଗାଙ୍ଗେଟିକ୍ ଅଞ୍ଚଳରୁ ମିଳୁଥିବା ପାଞ୍ଚଟି ଉଦ୍ଭିଦରୁ ଏହି ଔଷଧ ପ୍ରସ୍ତୁତ କରାଯାଇଛି। କେବଳ ଏତିକି ନୁହେଁ, ଏଥିରେ ବ୍ୟବହୃତ ଉଦ୍ଭିଦ ମଧ୍ୟ ପ୍ରଚୁର ପରିମାଣରେ ଉପଲବ୍ଧ। ଫଳରେ ଔଷଧ ଉତ୍ପାଦନ ପାଇଁ କଞ୍ଚାମାଲର କୌଣସି ଅସୁବିଧା ହେବ ନାହିଁ । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏହି ହର୍ବାଲ ମେଡିସିନ୍, ପଥର ପାଇଁ ଦିଆଯାଉଥିବା ଏଲୋପାଥିକ୍ ଔଷଧ ଟେମସୁଲୋସିନ୍ ପରି ବେଶ୍ ପ୍ରଭାବଶାଳୀ।

ଆର୍ୟୁବେଦ କିଡନୀ ଅପରେସନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ମମତା ବାନାର୍ଜୀ ବିଜୟର ହ୍ୟାଟ୍ରିକ୍ ମାରିବେ, ନା ପ୍ରଥମ ଥର ପାଇଁ ପଦ୍ମ ଫୁଟିବ?: ଜାଣନ୍ତୁ ସର୍ଭେ

March 16, 2026

ସାଂସଦ ନିଶୁଳ୍କ ସ୍ବାସ୍ଥ୍ୟ ଶିବିରକୁ ଉଦ୍ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ

March 16, 2026

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026
Latest News

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026

ମମତା ବାନାର୍ଜୀ ବିଜୟର ହ୍ୟାଟ୍ରିକ୍ ମାରିବେ, ନା ପ୍ରଥମ ଥର ପାଇଁ ପଦ୍ମ ଫୁଟିବ?: ଜାଣନ୍ତୁ ସର୍ଭେ

March 16, 2026

ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

March 16, 2026

ସାଂସଦ ନିଶୁଳ୍କ ସ୍ବାସ୍ଥ୍ୟ ଶିବିରକୁ ଉଦ୍ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.