Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍‌ସ ଡିଜିଟାଲ୍ ପକ୍ଷରୁ ବୃହତ୍ ଓ ଉନ୍ନତ ଅଫର ସହିତ ଡିଜିଟାଲ୍ ଇଣ୍ଡିଆ ସେଲର ଶୁଭାରମ୍ଭ
ଆଜିର ଖବର

ରିଲାଏନ୍‌ସ ଡିଜିଟାଲ୍ ପକ୍ଷରୁ ବୃହତ୍ ଓ ଉନ୍ନତ ଅଫର ସହିତ ଡିଜିଟାଲ୍ ଇଣ୍ଡିଆ ସେଲର ଶୁଭାରମ୍ଭ

January 21, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଚଳିତ ସାଧାରଣତନ୍ତ୍ର ଦିବସରେ, ରିଲାଏନ୍‌ସ ଡିିଜିଟାଲ୍ ପକ୍ଷରୁ ଆକର୍ଷଣୀୟ ‘ଡିଜିଟାଲ୍ ଇଣ୍ଡିଆ ସେଲ’ ର ଶୁଭାରମ୍ଭ କରାଯାଇଛିି। ଏହି ଡିଜିଟାଲ୍ ଇଣ୍ଡିଆ ସେଲ୍‌ରେ ଏକ୍ସକ୍ଲୁସିଭ୍ ଡିଲ୍ ଓ ଅତୁଳନୀୟ ଅଫର ସମୂହ ବ୍ୟାପକ ବର୍ଗର ଇଲେକ୍‌ଟ୍ରୋନିକ୍‌ସ ସାମଗ୍ରୀରେ ୨୨ ରୁ ୨୬ ଜାନୁୟାରୀ, ୨୦୨୧ ପର୍ଯ୍ୟନ୍ତ ପ୍ରଦାନ କରାଯାଉଛି।

ସାଧାରଣତନ୍ତ୍ର ଦିବସ ଉତ୍ସବ ସହିତ, ରିଲାଏନ୍‌ସ ଡିଜିଟାଲ୍ ୧୦,୦୦୦/- ଟଙ୍କା ପର୍ଯ୍ୟନ୍ତ ୧୦ ପ୍ରତିଶତ ତତ୍‌କ୍ଷଣାତ୍ ରିହାତି (ଇନ୍‌ଷ୍ଟାଂଟ ଡିସକାଉଂଟ) ସୁବିଧା ସିଟି, ଆଇସିଆଇସିଆଇ ଓ କୋଟକ ମହିନ୍ଦ୍ରା ବ୍ୟାଙ୍କର ଡେବିଟ୍ ଓ କ୍ରେଡିଟ୍ କାର୍ଡ଼ରେ ଇଏମଆଇ/ ଅଣ-ଇଏମଆଇ ଟ୍ରାନ୍‌ଜାକ୍‌ସନରେ ରିଲାଏନ୍‌ସ ଡିଜିଟାଲ୍ ଓ ମାଇ ଜିଓ ଷ୍ଟୋରରେ ପ୍ରଦାନ କରୁଛି। ଏହି ସୁବିଧାକୁ ମଧ୍ୟ କୋଟକ ମହିନ୍ଦ୍ରା ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କର କଞ୍ଜୁମର ଡ୍ୟୁରେବଲ୍ ଲୋନ୍ ଉପରେ ଉପଲବ୍ଧ କରାଯାଇପାରିବ। ଯେଉଁଥିରେ ମଧ୍ୟ ରହିଛି କାର୍ଡ଼ଲେସ୍ ଇଏମଆଇ ଟ୍ରାନ୍‌ଜାକ୍‌ସନ ତଥା କ୍ୟାସବ୍ୟାକର ସୁବିଧା।

ଡିିଜିଟାଲ୍ ଇଣ୍ଡିଆ ସେଲ୍ ସହିତ ଗ୍ରାହକମାନେ ଅତୁଳନୀୟ ମୂଲ୍ୟ ସୁବିଧା ଓ ଇଏମଆଇ ବିକଳ୍ପକୁ ବିଭିନ୍ନ ବର୍ଗର ସାମଗ୍ରୀ ଯଥା ଟେଲିଭିଜନ, ଗୃହ ଉପକରଣ (ହୋମ୍ ଆପ୍‌ଲିଆନ୍‌ସେସ୍‌), ମୋବାଇଲ୍ ଫୋନ୍‌, ଲାପଟପ୍‌, ଆକ୍‌ସେସୋରିଜ୍‌, ୱିରେବଲ୍ ଓ ଆହୁରି ଅନେକ ସାମଗ୍ରୀରେ ପାଇପାରିବେ। ଗ୍ରାହକମାନେ ମଧ୍ୟ ରିଲାଏନ୍‌ସ ଡିଜିଟାଲ୍ ଷ୍ଟୋର ଓ ମାଇ ଜିଓ ଷ୍ଟୋରରୁ କ୍ରୟ କରିପାରିବେ କିମ୍ବା reliancedigital.in ରେ ଅନ୍‌ଲାଇନ୍ କ୍ରୟ ସହିତ ଇନଷ୍ଟା ଡେଲିଭରି (୩ ଘଂଟାରୁ କମ୍ ସମୟ ମଧ୍ୟରେ ଡେଲିଭରି) ଏବଂ ସେମାନଙ୍କର ନିକଟତମ ଷ୍ଟୋରରୁ ଷ୍ଟୋର ପିକ-ଅପ୍ ବିକଳ୍ପ ସୁବିଧା ପାଇପାରିବେ।

ଡିଜିଟାଲ୍ ଇଣ୍ଡିଆ ସେଲ୍ ସମୟରେ, ରିଲାଏନ୍‌ସ ଡିଜିଟାଲରେ ଅନେକ ବର୍ଗରେ ବିଭିନ୍ନ ଆକର୍ଷଣୀୟ ଅଫର ରହିଛି। ଗ୍ରାହକମାନେ ଏହି ଡିଜିଟାଲ୍ ଇଣ୍ଡିଆ ସେଲ୍‌ରେ ଅତ୍ୟାଧୁନିକ ଗ୍ୟାଜେଟ୍ ମାନ ପାଇପାରିବେ। ଏଥିମଧ୍ୟରେ ଆଇଫୋନ୍ ୧୨ ମିନି ର ମୂଲ୍ୟ ଟ.୪୯,୬୫୦/-* ରୁ ଆରମ୍ଭ ହେଉଥିବା ବେଳେ ସାମସଙ୍ଗ ୱାଚ୍ ଏଲଟିଇ (୪୨ ମିମି) ର ମୂଲ୍ୟ ଟ.୧୫,୯୯୯/- ରୁ ଆରମ୍ଭ ଏବଂ ଏହା ସହିତ ଆହୁରି ଅନେକ ଗୁଡ଼ିଏ ଆକର୍ଷଣୀୟ ଅଫର ସୁବିଧା ରହିଛି। ଆଉ ମଧ୍ୟ ଏହି ଅଫର ସାମସଙ୍ଗ ଏସ୨୦ ଏଫଇ ୨୫୬ଜିବି ରେ ରହିଛି ଯାହାର ଆକର୍ଷଣୀୟ ମୂଲ୍ୟ ହେଉଛି  ୩୯,୯୯୯/-  ଟଙ୍କା।

ଡିଜିଟାଲ୍ ଇଣ୍ଡିଆ ସେଲରେ ଲାପଟପଗୁଡ଼ିକରେ ମଧ୍ୟ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି ଯେଉଁଥିରେ ରହିଛି ଲୋକପ୍ରିୟ ଡେଲ ଇନ୍‌ସ୍ପିରିୟନ ୫୪୯୦ ଥିନ୍ ଓ ଲାଇଟ୍ ଡିଜାଇନ୍, ଏଥିରେ ରହିଛି ୧୦ମ ଜେନ୍ କୋର ଆଇ ୫ ପ୍ରୋସେସର, ୫୧୨ ଏସଏସଡି ଷ୍ଟୋରେଜ୍‌, ୮ ଜିବି ରାମ, ୨ ଜିବି ଡେଡିକେଟେଡ୍ ଗ୍ରାଫିକ୍‌ସ ମେମୋରି ଓ ପ୍ରି-ଇନ୍‌ଷ୍ଟାଲଡ ମାଇକ୍ରୋସଫ୍‌ଟ ଅଫିସ ଯାହାକି କେବଳ ରିଲାଏନ୍‌ସ ଡିଜିଟାଲରେ ଉପଲବ୍ଧ ରହିଛି ଏବଂ ବର୍ତମାନ ଏହାର ଆକର୍ଷଣୀୟ ମୂଲ୍ୟ ରହିଛି ଟ.୬୧,୯୯୯/-।

ଗ୍ରାହକମାନେ ମଧ୍ୟ ଇଂଟେଲ୍‌ର ସଦ୍ୟତମ ୧୦ମ ଜେନ ଆଇ୩ ଲାପଟପ୍ ସହିତ ପ୍ରିଇନ୍‌ଷ୍ଟାଲ୍‌ଡ ମାଇକ୍ରୋସଫ୍‌ଟ ଅଫିସ୍ ଟ.୩୩,୯୯୯/- ରେ ଓ ଆସସ୍ ଇ-ବୁକ୍ ୧୪ ଇଂଚ ମାତ୍ର ଟ. ୧୮,୯୯୯/-ରେ ୨ ବର୍ଷର ୱାରେଂଟି ସହିତ ପାଇପାରିବେ। ଏହା ସହିତ ଟ.୭୭୯୯/- ମୂଲ୍ୟର ମାଇକ୍ରୋସଫ୍‌ଟ ଅଫିସ୍ ହୋମ୍ ଓ ଷ୍ଟୁଡେଂଟ ୨୦୧୯ ମାତ୍ର ଟ.୧୦୦୦/- ରେ ପାଇପାରିବେ। ଆଉ ମଧ୍ୟ ଗେମିଂ ଲାପଟପରେ ଫ୍ଲାଟ୍ ୧୦% ରିହାତି଼ ସୁବିଧା ଲାଭ କରିପାରିବେ।

ଗ୍ରାହକମାନେ ମଧ୍ୟ ବ୍ୟାପକ ବର୍ଗର ଟିଭି ଉପରେ ଆକର୍ଷଣୀୟ ଅଫରମାନ ପାଇପାରିବେ ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ୩୨ଇଞ୍ଚ ସ୍ମାର୍ଟ ଟିଭି (ହାଇ-ସେନ୍‌ସ, ତୋସିବା, ୱାନପ୍ଲସ, ଟିସିଏଲ ଓ ଆଇଫାଲକନ) ୨ ବର୍ଷର ୱାରେଂଟି  ସହିତ ଯାହାର ମୂଲ୍ୟ ଟ.୧୨,୪୯୦/-  ରୁ ଆରମ୍ଭ ହେଉଛି। ସାମସଙ୍ଗ ୫୦ ଇଞ୍ଚ କ୍ୟୁଏଲଇଡି ସ୍ମାର୍ଟ ଟିଭି ର ମୂଲ୍ୟ ୩ ବର୍ଷର ୱାରେଂଟି ଓ ୩ ମାସ ପାଇଁ ମାଗଣା ନେଟଫ୍ଲିକ୍ସ ସବସ୍କ୍ରିପ୍‌ସନ ସୁବିଧା ସହିତ ହେଉଛି ଟ.୬୪,୯୯୦/-। ଗ୍ରାହକମାନେ ମଧ୍ୟ ୫୫ ଇଞ୍ଚ ୟୁଏଚଡି ସ୍ମାର୍ଟ ଆଣ୍ଡ୍ରଏଡ୍ ଟିଭି କୁ ୨ ବର୍ଷର ୱାରେଂଟି ସହିତ ପାଇପାରିବେ ଯାହାର ପ୍ରାରମ୍ଭିକ ମୂୂଲ୍ୟ ରହିଛି ଟ.୩୪,୯୯୦/- ଓ ଏଥିରେ ମିଳିପାରିବ ଟ.୧୦,୦୦୦/- ପର୍ଯ୍ୟନ୍ତ ମାଗଣା ଉପହାର।

ୱାସିଂ ମେସିନ ଗୁଡିକରେ ରହିଥିବା ଅଫରରେ ଅନ୍ତର୍ଭୁକ୍ତ ରହିଛି କେଲଭିନେଟର ୬ କେଜି ଫ୍ରଂଟ ଲୋଡ୍ ଯାହାର ପ୍ରାରମ୍ଭିକ ମୂଲ୍ୟ ହେଉଛି ଟ.୧୯,୯୯୦/-, ସାମସଙ୍ଗ ୬.୫ କେଜି ଟପଲୋଡ୍ ଯାହାର ମୂଲ୍ୟ ଟ.୧୩,୯୯୦/- ଓ ହାୟର ୧୯୫ ଏଲ୍ ଡିସି ଯାହାର ପ୍ରାରମ୍ଭିକ ମୂଲ୍ୟ ଟ.୧୧,୯୯୦/-। ପାନାସୋନିକ୍ ଏସବିଏସ ର ମୂଲ୍ୟ ହେଉଛି ଟ.୪୯,୯୯୦/- ଓ ୧.୫ ଟନ୍ ୩ ଷ୍ଟାର ଏସି ମୂଲ୍ୟ ଟ.୨୯,୯୯୦/-, ଏଲଜି ୧.୫ ଟନ୍  ୩ ଷ୍ଟାର ଏସି ର ମୂଲ୍ୟ ଟ.୩୩,୯୯୦/- ରହିଛି।

ଚଳିତ ବର୍ଷର ଡିଜିଟାଲ୍ ଇଣ୍ଡିଆ ସେଲ୍ ଅନୁଭୂତି ସହଜିଆ ଫାଇନାନ୍ସ ସୁବିଧା ଓ ଇଏମଆଇ ବିକଳ୍ପ ସହିତ ଏଥର ଆହୁରି ଅଧିକ ଆକର୍ଷଣୀୟ ହୋଇଛି।

ସମସ୍ତ ଅଫର ଓ ମୂଲ୍ୟ ଉପରେ ସର୍ତ୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ।

ରିଲାଏନ୍‌ସ ଡିିଜିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରେନ୍ ଉପରେ ପଥର ଫିଙ୍ଗିବା ମାମଲା: 45 ଅଭିଯୁକ୍ତ ଗିରଫ, ସହଯୋଗ ପାଇଁ ପୂର୍ବତଟ ରେଳପଥର ନିବେଦନ

November 27, 2025

ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କର ସମସ୍ୟା ସମାଧାନ କରନ୍ତୁ ସରକାର: ସମନ୍ୱୟ ସମିତି

November 27, 2025

ଦ୍ୱିତୀୟ ବିବାହ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ: ଆସାମ ବିଧାନସଭାରେ ଆଗତ ହେଲା ବିଲ୍

November 27, 2025

ୟୁପିଏସସିର ଶତାବ୍ଦୀ ସମ୍ମେଳନ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

November 27, 2025
Latest News

ଟ୍ରେନ୍ ଉପରେ ପଥର ଫିଙ୍ଗିବା ମାମଲା: 45 ଅଭିଯୁକ୍ତ ଗିରଫ, ସହଯୋଗ ପାଇଁ ପୂର୍ବତଟ ରେଳପଥର ନିବେଦନ

November 27, 2025

ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କର ସମସ୍ୟା ସମାଧାନ କରନ୍ତୁ ସରକାର: ସମନ୍ୱୟ ସମିତି

November 27, 2025

ଦ୍ୱିତୀୟ ବିବାହ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ: ଆସାମ ବିଧାନସଭାରେ ଆଗତ ହେଲା ବିଲ୍

November 27, 2025

ୟୁପିଏସସିର ଶତାବ୍ଦୀ ସମ୍ମେଳନ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

November 27, 2025

IITF 2025: ପ୍ରଥମ ସ୍ଥାନ ଅଧିକାର କଲା ଓଡ଼ିଶା, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

November 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.