Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଫେବୃଆରୀ ୭ରେ ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, 2 ହଜାର 4 ଶହ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ
ଜାତୀୟ ଖବର

ଫେବୃଆରୀ ୭ରେ ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, 2 ହଜାର 4 ଶହ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ

February 6, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୭, ୨୦୨୧ରେ ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ ୧୧ଟା ୪୫ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ଆସାମର ସୋନିତପୁର ଜିଲ୍ଲାର ଢ଼େକିଆଜୁଲି ଠାରେ ଦୁଇଟି ଡାକ୍ତରଖାନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ରାଜ୍ୟ ରାଜପଥ ଏବଂ ବୃହତ ଜିଲ୍ଲା ସଡ଼କ କାର‌୍ୟ୍ୟକ୍ରମ ପାଇଁ ‘ଆସୋମ ମାଲା’ କାର‌୍ୟ୍ୟକ୍ରମ ଆରମ୍ଭ କରିବେ।

ଏହାପରେ, ଅପରାହ୍ଣ ପାଖାପାଖି ୪.୫୦ ମିନିଟ୍ ସମୟରେ ସେ ପଶ୍ଚିମବଙ୍ଗର ହଳଦିଆ ଠାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହିତ କେତେକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ପ୍ରଧାନମନ୍ତ୍ରୀ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଦ୍ବାରା ନିର୍ମାଣ କରାଯାଇଥିବା ଏଲପିଜି ରପ୍ତାନି ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହା ୧୧୦୦ କୋଟି ଟଙ୍କାର ନିବେଶ ସହିତ ନିର୍ମାଣ କରାଯାଇଛି ଏବଂ ଏହାର ବାର୍ଷିକ କ୍ଷମତା ହେଉଛି ଏକ ମିଲିୟନ ମେଟ୍ରିକ୍ ଟନ୍।

ଏହା ପଶ୍ଚିମବଙ୍ଗ ତଥା ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ଥିବା ଅନ୍ୟ ରାଜ୍ୟରେ ବୃଦ୍ଧି ପାଉଥିବା ଏଲପିଜି ଚାହିଦା ମେଣ୍ଟାଇବାରେ ସହାୟକ ହୋଇପାରିବ। ଏହା ମଧ୍ୟ ପ୍ରତ୍ୟେକ ପରିବାରକୁ ସ୍ବଚ୍ଛ ରନ୍ଧନ ଗ୍ୟାସ ଯୋଗାଇ ଦେବା ଲାଗି ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ବାସ୍ତବ ରୂପ ଦେବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।

ପ୍ରଧାନମନ୍ତ୍ରୀ ଊର୍ଜା ଗଙ୍ଗା ପ୍ରକଳ୍ପର ଏକ ଅଂଶବିଶେଷ ଭାବେ, ୩୪୮ କିମି ଲମ୍ବ ଧୋଭି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ‘ଏକ ରାଷ୍ଟ୍ର, ଏକ ଗ୍ୟାସ ଗ୍ରୀଡ ଲକ୍ଷ୍ୟ ହାସଲ ଦିଗରେ ଏହା ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ।

ମୋଟ ୨୪୦୦ କୋଟି ଟଙ୍କାର ନିବେଶ ସହିତ ନିର୍ମାଣ ହୋଇଥିବା ଏହି ପାଇପଲାଇନ ଫଳରେ ଏଚୟୁଆରଏଲ ସିନ୍ଦ୍ରି (ଝାଡ଼ଖଣ୍ଡ) ସାର କାରଖାନାର ପୁନରୁଦ୍ଧାର ସମେତ ଦୁର୍ଗାପୁର (ପଶ୍ଚିମବଙ୍ଗ) ସ୍ଥିତ ମାଟ୍ରିକ୍ସ ସାର କାରଖାନାକୁ ଗ୍ୟାସ ଯୋଗାଇ ଦିଆଯାଇପାରିବ। ଏହାବ୍ୟତୀତ ରାଜ୍ୟର ସମସ୍ତ ଶିଳ୍ପ, ବାଣିଜ୍ୟ, ଅଟୋମେବାଇଲ କ୍ଷେତ୍ର ଏବଂ ବଡ଼ ସହରଗୁଡ଼ିକୁ ସହରାଞ୍ଚଳ ଗ୍ୟାସ ବିତରଣ ପାଇଁ ଆବଶ୍ୟକ ଗ୍ୟାସ ଚାହିଦାକୁ ପୂରଣ କରାଯାଇପାରିବ।

ପ୍ରଧାନମନ୍ତ୍ରୀ ମଧ୍ୟ ଇଣ୍ଡିଆନ ଅଏଲ କର୍ପୋରେସନର ହଳଦିଆ ତୈଳ ବିଶୋଧନାଗାରର ଦ୍ବିତୀୟ କାଟାଲିଟିକ-ଆଇସୋଡଓ୍ବାକ୍ସିଂ ୟୁନିଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ବାର୍ଷିକ ୨୭୦ ହଜାର ମେଟ୍ରିକ ଟନ୍ କ୍ଷମତାବିଶିଷ୍ଟ ଏହି ୟୁନିଟ୍ କାର‌୍ୟ୍ୟକ୍ଷମ ହୋଇପାରିଲେ ଏହା ପାଖାପାଖି ୧୮୫ ନିୟୁତ ଆମେରିକୀୟ ଡଲାର ବୈଦେଶିକ ମୁଦ୍ରା ସଞ୍ଚୟ କରିବାରେ ସହାୟକ ହୋଇପାରିବ।

ପ୍ରଧାନମନ୍ତ୍ରୀ ମଧ୍ୟ ହଳଦିଆର ରାଣୀଛକ ଠାରେ ୪୧ ନମ୍ବର ଜାତୀୟ ରାଜପଥର ୪ ଲେନ୍ ବିଶିଷ୍ଟ ଆରଓବି ତଥା ଫ୍ଲାଏଓଭରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହାକୁ ୧୯୦ କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଛି। ଏହି ଫ୍ଲାଏଓଭର କାର‌୍ୟ୍ୟକ୍ଷମ ହେବା ଫଳରେ କୋଲାଘାଟରୁ ହଳଦିଆ ଡକ୍ କମ୍ଲେ।ଲକ୍ସ ଏବଂ ଆଖାପାଖ ଅଞ୍ଚଳରେ ବାଧାମୁକ୍ତ ଯାନବାହାନ ଗମନାଗମନ ସୁଗମ ହୋଇପାରିବ।

ଏହାମଧ୍ୟ ଯାତ୍ରା ସମୟ ଏବଂ ବନ୍ଦର ବାହାରେ ଓ ଭିତରେ ଚଳାଚଳ କରୁଥିବା ଗାଡ଼ି ଗୁଡ଼ିକର ପରିଚାଳନା ଖର୍ଚ୍ଚ ହ୍ରାସ କରିବ। ଏହିସବୁ ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ସଂକଳ୍ପକୁ ସାକାର କରିବା ସହିତ ପୂର୍ବ ଭାରତରେ ଅଭିବୃଦ୍ଧିର ବାହକ ସାଜିବ। ଏହି ଅବସରରେ ପଶ୍ଚିମବଙ୍ଗର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଉପସ୍ଥିତ ରହିବେ।

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଇନ୍ଧନ ଯୋଗାଣ ଓ ଉତ୍ପାଦନ ବ୍ୟବସ୍ଥାକୁ ଦୃଢ଼ କରିବାରେ ଭାରତର ସଫଳତା

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.