Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନ, ଶିଳାନ୍ୟାସ କଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର
ଜାତୀୟ ଖବର

ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନ, ଶିଳାନ୍ୟାସ କଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର

February 11, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନ, ଶିଳାନ୍ୟାସ କଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର

ନୂଆଦିଲ୍ଲୀ, ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନ (ଆଇଆଇପିଆର)ର ଆଞ୍ଚଳିକ କେନ୍ଦ୍ର। ଏହାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର। ଏଥିସହିତ ତୋମର ମଧ୍ୟ ଭୋପାଳ ଓ ବିକାନେରରେ ଆଇଆଇପିଆର ଆଞ୍ଚଳିକ କେନ୍ଦ୍ରର କାର‌୍ୟ୍ୟାଳୟ ଏବଂ ପରୀକ୍ଷାଗାର ଭବନକୁ ଉଦଘାଟନ କରିଛନ୍ତି।

ଆଇଆଇପିଆର ପକ୍ଷରୁ ଆୟୋଜିତ ବିଶ୍ବ ଡାଲି ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତୋମର ଏହି ଶିଳାନ୍ୟାସ ଓ ଉଦଘାଟନ କରିଥିଲେ। ଏହି ଅବସରରେ “ଆତ୍ମ ନିର୍ଭରଶୀଳତା ଏବଂ ପୋଷଣ ନିରାପତ୍ତା” ଶୀର୍ଷକ ଏକ ତିନି ଦିନିଆ ଜାତୀୟ ସେମିନାର ଆୟୋଜନ କରାଯାଇଥିଲା। ଏଥିରେ ୭୦୦ରୁ ଊର୍ଦ୍ଧ୍ବ ବୈଜ୍ଞାନିକ, ଗବେଷକ, ନୀତି ନିର୍ଦ୍ଧାରକ, ଛାତ୍ରଛାତ୍ରୀ ଓ କୃଷକମାନେ ଅଂଶଗ୍ରହଣ କରିଥିଲେ, ଯେଉଁମାନେ ଡାଲି ଓ ପୋଷଣ ନିରାପତ୍ତା ଉପରେ ବ୍ୟାପକ ବିଚାର ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ତୋମର କହିଥିଲେ ଯେ, ଡାଲି ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମ ନିର୍ଭରଶୀଳ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି। ବିଗତ ୫-୬ ବର୍ଷ ମଧ୍ୟରେ ଆମ କୃଷକ ଓ ବୈଜ୍ଞାନିକମାନଙ୍କର କଠିନ ପରିଶ୍ରମ ଏବଂ କେନ୍ଦ୍ର ସରକାରଙ୍କର କୃଷି ଅନୁକୂଳ ନୀତି ଯୋଗୁ ଦେଶରେ ଡାଲି ଉତ୍ପାଦନ ୧୪୦ ଲକ୍ଷ ଟନରୁ ୨୪୦ ଲକ୍ଷ ଟନକୁ ବୃଦ୍ଧି ପାଇଛି। ବର୍ତ୍ତମାନ ଆମକୁ ଭବିଷ୍ୟତର ଆବଶ୍ୟକତା ପ୍ରତି ଦୃଷ୍ଟି ଦେବାକୁ ହେବ।
ମନ୍ତ୍ରୀ କହିଥିଲେ ଯେ ଏକ ଆକଳନ ଅନୁଯାୟୀ, ୨୦୫୦ ସୁଦ୍ଧା, ୩୨୦ ଲକ୍ଷ ଟନ୍ ଆବଶ୍ୟକତା ଦେଖାଦେବ। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ପରେ ଡାଲି ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇଛି। ଯାହାଫଳରେ ଦେଶ ୧୫,୦୦୦ କୋଟି ଟଙ୍କା ସଞ୍ଚୟ କରିପାରିଛି।

ଲୋକମାନଙ୍କର ସ୍ବାସ୍ଥ୍ୟ ଉପରେ ଡାଲିର ଉତ୍ତମ ପ୍ରଭାବକୁ ଆଖି ଆଗରେ ରଖି ବିଶ୍ବ ଖାଦ୍ୟ ଏବଂ କୃଷି ସଂଗଠନ ପକ୍ଷରୁ ବିଶ୍ବ ଡାଲି ଦିବସ ପାଳନ କରାଯାଉଛି। ଏଥିସହିତ ବିଶ୍ବ ଡାଲି ଫସଲକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ବାରୋପ କରିବ। ମନ୍ତ୍ରୀ କହିଥିଲେ ଯେ ୬ ବର୍ଷ ମଧ୍ୟରେ ଡାଲି ଉପରେ ଏମଏସପି ୪୦ରୁ ୭୩ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହା ନିଶ୍ଚିତ ଭାବେ ଚାଷୀଙ୍କୁ ଲାଭବାନ କରିବ। କୁପୋଷଣ ଦୂର କରିବାକୁ ହେଲେ ଡାଲି ଚାଷ ଉତ୍ପାଦନ କ୍ଷେତ୍ରରେ ଅଧିକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଥିଲେ। ଏହାକୁ ସୁନିଶ୍ଚିତ କରିବା କ୍ଷେତ୍ରରେ ଭାରତୀୟ କୃଷି ଗବେଷଣା ପରିଷଦ ପ୍ରମୁଖ ଭୂମିକା ନିର୍ବାହ କରିପାରିବ।

୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ଲକ୍ଷ୍ୟ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଏହି ଲକ୍ଷ୍ୟ ହାସଲ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ଆଇସିଏଆର ଏବଂ ଚାଷୀମାନେ ସମ୍ପୂର୍ଣ୍ଣ ତତ୍ପରତାର ସହିତ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ସଂଶୋଧିତ ଭାବେ ଲାଗୁ କରାଯାଇଛି ଯାହାଫଳରେ ଚାଷୀମାନେ ନିରାପତ୍ତା କଭର ପାଇବା ସହିତ ଫସଲ ହାନି ଜନିତ କ୍ଷତିଭରଣା କରିପାରିବେ। ଗତ ୪ ବର୍ଷ ମଧ୍ୟରେ ଚାଷୀମାନେ ବୀମା ପ୍ରିମିୟମ ଆକାରରେ ୧୭ ହଜାର କୋଟି ଟଙ୍କା ପଇଠ କରିଥିବା ବେଳେ ଆମେ ଏହାଠାରୁ ୫ଗୁଣା ଅଧିକ ବୀମା ଦାବି ୯୦ହଜାର କୋଟି ଟଙ୍କା ପ୍ରଦାନ କରିସାରିଛୁ। ଏହା ଚାଷୀମାନଙ୍କୁ ବେଶ ଲାଭବାନ କରିବ।

ତୋମର କହିଥିଲେ ଯେ ଦେଶର ୮୬ ପ୍ରତିଶତ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଲାଭ ଦେବା ପାଇଁ ଆମେ ୧୦ ହଜାର ଏଫପିଓ ପ୍ରତିଷ୍ଠା କରିବୁ, ଏଥିପାଇଁ ୬୮୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହା ଛଡ଼ା ଚାଷୀଙ୍କ ପାଇଁ ଏକ ଲକ୍ଷ କୋଟି ଟଙ୍କାର ଭିତ୍ତିଭୂମି ପାଣ୍ଠି ମଧ୍ୟ ସ୍ଥାପନ କରାଯାଇଛି। ଏହା ଅନ୍ତର୍ଗତ ବିଭିନ୍ନ ରାଜ୍ୟରେ ଏକାଧିକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। କୃଷି ଏବଂ ଉଦ୍ୟାନକୃଷି ଜାତ ଉତ୍ପାଦ ନଷ୍ଟ ହେବାରୁ ସୁରକ୍ଷା ଦେବା ଲାଗି କିଷାନ ରେଳ ଏବଂ କୃଷି ଉଡ଼ାନ ଭଳି ଯୋଜନା ଆରମ୍ଭ କରାଯାଇଛି। ୧୫୦ରୁ ଅଧିକ କିଷାନ ରେଳ ଚଳାଚଳ ଆରମ୍ଭ ହୋଇଛି ଏବଂ ଟିଓପି ଯୋଜନା ଅଧୀନରେ ଭଡ଼ା ଉପରେ ୫୦ ପ୍ରତିଶତ ସବସିଡି ପ୍ରଦାନ କରାଯାଉଛି।

ଏହି କାର୍ଯ୍ୟକ୍ରମ ଅବସରରେ କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ, ଆଇସିଏଆର ମହାନିର୍ଦ୍ଦେଶକ ଡ. ତ୍ରିଲୋଚନ ମହାପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ, କୃଷି ବୈଜ୍ଞାନିକମାନେ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ମୋବାଇଲ ଏବଂ ସାଇକେଲ ଚୋରି ଘଟଣା: ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ

August 28, 2025

ରାୟପୁରରେ ମହାନଦୀ ଗୋଲ ଟେବୁଲ ବୈଠକ, ନିଆଗଲା ଏହିସବୁ ନିଷ୍ପତି

August 28, 2025

ଉତ୍କଳ ଆଲୁମିନା ସିଏସଆର, ଗ୍ରାମବାସୀଙ୍କ ଜୀବନଶୈଳୀରେ ଆଣିଲା ପରିବର୍ତ୍ତନ

August 28, 2025

ନୂଆ ଓଡ଼ିଆ ଫିଲ୍ମ ‘ବିଘ୍ନ ବିନାଶିବେ ବିନାୟକ’ ର ଅଡିଓ ରିଲିଜ୍, ଏହି ଦିନ ୱାର୍ଲଡ ଟିଭି ପ୍ରିମିୟର

August 28, 2025
Latest News

ମୋବାଇଲ ଏବଂ ସାଇକେଲ ଚୋରି ଘଟଣା: ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ

August 28, 2025

ରାୟପୁରରେ ମହାନଦୀ ଗୋଲ ଟେବୁଲ ବୈଠକ, ନିଆଗଲା ଏହିସବୁ ନିଷ୍ପତି

August 28, 2025

ଉତ୍କଳ ଆଲୁମିନା ସିଏସଆର, ଗ୍ରାମବାସୀଙ୍କ ଜୀବନଶୈଳୀରେ ଆଣିଲା ପରିବର୍ତ୍ତନ

August 28, 2025

ନୂଆ ଓଡ଼ିଆ ଫିଲ୍ମ ‘ବିଘ୍ନ ବିନାଶିବେ ବିନାୟକ’ ର ଅଡିଓ ରିଲିଜ୍, ଏହି ଦିନ ୱାର୍ଲଡ ଟିଭି ପ୍ରିମିୟର

August 28, 2025

ଲଞ୍ଚ୍ ହେଲା ନୂତନ ଇଲେକ୍ଟ୍ରିକ୍ ସ୍କୁଟର TVS Orbiter, ଜାଣନ୍ତୁ ମୂଲ୍ୟ କେତେ?

August 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.