ମୁମ୍ବାଇରେ 1000 କୋଟି ଟଙ୍କା ଦେଇ ଜଣେ ବ୍ୟକ୍ତି କିଣିଲେ ଘର, ମିଛ ନୁହେଁ ସତକଥା

Published: Apr 4, 2021, 1:12 pm IST

ମୁମ୍ବାଇ, ଗୋଟିଏ ଘରର ମୁଲ୍ୟ କେତେ ହେବ। ବେଶୀ ହେଲା 100 କୋଟି ନଚେତ 500 କୋଟି। ହେଲେ ଆପଣ କେବେ ଶୁଣିଛନ୍ତି ଯେ ଗୋଟିଏ ଘରର ଦାମ ହେବ 1000 କୋଟି ଟଙ୍କା। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ପ୍ରଖ୍ୟାତ ଅନ ଲାଇନ ବ୍ୟବସାୟୀ D Mart ର ମାଲିକ ରାଧାକ୍ରିଷ୍ଣନ ଦାମାନୀ ଏବଂ ତାଙ୍କ ଭାଇ ଗୋପୀକ୍ରିଷ୍ଣନ୍ ଦାମାନୀ ଏହି ଘର କିଣିଛନ୍ତି। ଯାହାର ଦାମ ମୋଟ 1000 କୋଟି ହୋଇଛି।

ମୁମ୍ବାଇର ମାଲାବାର ହିଲ୍ ଅଞ୍ଚଳରେ ଅବସ୍ଥିତ ଏହି ଘରଟି 5752.22 ବର୍ଗଫୁଟ ଅଞ୍ଚଳରେ ନିର୍ମାଣ କରାଯାଇଛି। ଏହାର ବିଲଡ ଅପ ଏରିଆ ପ୍ରାୟ 60 ହଜାର ବର୍ଗଫୁଟ ରହିଛି। ଏହି ଘରଟି ଏହି ଦୁଇ ଭାଇ ପୁରାଚାନ୍ଦ ଆଣ୍ଡ ରାୟଚାନ୍ଦ ସନସ୍ ଠାରୁ କିଣିଛନ୍ତି। ଏହି ଘର କାରବାରରେ 30 କୋଟି ଟଙ୍କା ଷ୍ଟାମ୍ପ ଡିୟୁଟି ଦେବାକୁ ପଡିଛି। ଏହା ହେଉଛି ଭାରତର ସବୁଠାରୁ ବ୍ୟୟ ବହୁଳ କୋଠା। ପୂର୍ବରୁ ପୁନାୱାଲା ଗ୍ରୁପର ଅଧ୍ୟକ୍ଷ ସାଇରସ ପୁନାୱାଲା 750 କୋଟି ଟଙ୍କାର ଏକ ଘର ମୁମ୍ବାଇରେ କିଣିଥିଲେ।

ଦାମାନୀ 2020ରେ ଫୋର୍ବସ ଇଣ୍ଡିଆ ପତ୍ରିକାର ସର୍ଭେ ଅନୁସାରେ 4ର୍ଥ ଶ୍ରେଷ୍ଠ ଧନୀ ତାଲିକାରେ ସାମିଲ ହୋଇଥିଲେ। ତାଙ୍କର ସଂପତ୍ତି ମୂଲ୍ୟ ସେତେବେଳେ 15.4 ବିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ଏହା ପ୍ରାୟ 1 ଲକ୍ଷ13 ହଜାର 2 କୋଟି ଟଙ୍କା ବୋଲି ଆକଳନ କରାଯାଇଥିଲା।

Related posts