Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏୟାର କଣ୍ଡିସନର, ଏଲଇଡି ଲାଇଟ୍ସ ଉତ୍ପାଦନ ପାଇଁ କେନ୍ଦ୍ରର ପ୍ରୋତ୍ସାହନ, ୬୨୩୮ କୋଟି ଟଙ୍କାର ବଜେଟ୍
ଜାତୀୟ ଖବର

ଏୟାର କଣ୍ଡିସନର, ଏଲଇଡି ଲାଇଟ୍ସ ଉତ୍ପାଦନ ପାଇଁ କେନ୍ଦ୍ରର ପ୍ରୋତ୍ସାହନ, ୬୨୩୮ କୋଟି ଟଙ୍କାର ବଜେଟ୍

April 8, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଏୟାର କଣ୍ଡିସନର, ଏଲଇଡି ଲାଇଟ୍ସ ଉତ୍ପାଦନ ପାଇଁ କେନ୍ଦ୍ରର ପ୍ରୋତ୍ସାହନ, ୬୨୩୮ କୋଟି ଟଙ୍କାର ବଜେଟ୍

ନୂଆଦିଲ୍ଲୀ, ଆତ୍ମନିର୍ଭର ଭାରତର ସଂକଳ୍ପକୁ ସାକାର ସାକାର କରିବା ଦିଗରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶ୍ବେତ ବସ୍ତୁ (ଏୟାର କଣ୍ଡିସନର ଓ ଏଲଇଡି ଲାଇଟ୍) ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ମଞ୍ଜୁର ଦେଇଛନ୍ତି। ଏହି ଯୋଜନା ପାଇଁ ୬୨୩୮ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି।

ପିଏଲଆଇ ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ ହେଉଛି କ୍ଷେତ୍ର ଆଧାରିତ ଅକ୍ଷମତାକୁ ଦୂର କରି, ବ୍ୟାପକ ମାତ୍ରାରେ ଅର୍ଥବ୍ୟବସ୍ଥାର ନିର୍ମାଣ ଓ ଦକ୍ଷତା ସୁନିଶ୍ଚିତ କରିବା ତଥା ଭାରତରେ ଉତ୍ପାଦନକୁ ବିଶ୍ବସ୍ତରୀୟ ପ୍ରତିଦ୍ବନ୍ଦ୍ବିତାମୂଳକ କରିବା। ଏହାର ରୂପରେଖ ଭାରତରେ ଉପକରଣ ଏବଂ ଯନ୍ତ୍ରାଂଶ ନିର୍ମାଣର ସମ୍ପୂର୍ଣ୍ଣ ଇକୋସିଷ୍ଟମକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି।

ଯାହାଫଳରେ ଭାରତକୁ ବିଶ୍ବ ଯୋଗାଣ-ଶୃଙ୍ଖଳର ମହତ୍ବପୂର୍ଣ୍ଣ ଅଂଶବିଶେଷ କରାଯାଇପାରିବ। ଏହି ଯୋଜନା କାର‌୍ୟ୍ୟକାରୀ ଫଳରେ ବୈଶ୍ବିକ ନିବେଶ ଆକୃଷ୍ଟ କରିବା, ବ୍ୟାପକ ମାତ୍ରାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ରପ୍ତାନି ବୃଦ୍ଧି କରିବାରେ ସହାୟତା ମିଳିପାରିବ।

ପିଏଲଆଇ ଯୋଜନା ଅନ୍ତର୍ଗତ ଏୟାର କଣ୍ଡିସନର ଏବଂ ଏଲଇଡି ଲାଇଟ ନିର୍ମାଣ ସହ ଜଡ଼ିତ କମ୍ପାନୀଗୁଡ଼ିକୁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ନିର୍ମିତ ସାମଗ୍ରୀର ପରିବର୍ଦ୍ଧିତ ବିକ୍ରି ଉପରେ ୪ରୁ ୬ ପ୍ରତିଶତ ହାରରେ ପ୍ରୋତ୍ସାହନ ଦିଆଯିବ। ଆଶା କରାଯାଉଥିବା କ୍ଷେତ୍ରରେ ବୈଶ୍ବିକ ନିବେଶକୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ପ୍ରକାରର ସରଞ୍ଜାମକୁ ଧ୍ୟାନରେ ରଖି ବିଭିନ୍ନ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରାଯାଇଛି।

ଯେଉଁସବୁ ଉପକରଣକୁ ବର୍ତ୍ତମାନ ଭାରତରେ ସମ୍ପୂର୍ଣ୍ଣ କ୍ଷମତା ସହିତ ନିର୍ମାଣ କରାଯାଉନାହିଁ ସେସବୁର ଯନ୍ତ୍ରାଂଶ ନିର୍ମାଣ କିମ୍ବା ଉପକରଣର ଅଂଶବିଶେଷ ନିର୍ମାଣ (ସବ ଆସେମ୍ବଲିଂ)କୁ ପ୍ରୋତ୍ସାହନ ଦିଆଯିବା ଆଧାରରେ ଯୋଜନା ଲାଗି କମ୍ପାନୀଗୁଡ଼ିକର ଚୟନ କରାଯିବ । ପ୍ରସ୍ତୁତ ସାମଗ୍ରୀଗୁଡ଼ିକୁ କେବଳ ଯୋଡ଼ିବା (ଆସେମ୍ବଲ) କରିବା ଲାଗି ପ୍ରୋତ୍ସାହନ ଦିଆଯିବ ନାହିଁ।

ବିଭିନ୍ନ ଲକ୍ଷ୍ୟ ଧାର‌୍ୟ୍ୟ କ୍ଷେତ୍ର ପାଇଁ ପ୍ରାକ-ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା କମ୍ପାନୀ ଯୋଜନାରେ ଅଂଶଗ୍ରହଣ ଲାଗି ଯୋଗ୍ୟ ବିବେଚିତ ହେବେ। ବ୍ରାଉନ ଫିଲ୍ଡ ଏବଂ ଗ୍ରୀନ ଫିଲ୍ଡ ନିବେଶ କରୁଥିବା କମ୍ପାନୀଗୁଡ଼ିକୁ ମଧ୍ୟ ପ୍ରୋତ୍ସାହନ ଯୋଜନା ପାଇଁ ଯୋଗ୍ୟ ଭାବେ ଗ୍ରହଣ କରାଯିବ। ପ୍ରୋତ୍ସାହନ ଦାବି କରିବା ଲାଗି ଆଧାର ବର୍ଷରେ ନିର୍ମିତ ସାମଗ୍ରୀ ସନ୍ଦର୍ଭରେ ପରିବର୍ଦ୍ଧିତ ନିବେଶ ଏବଂ ପରିବର୍ଦ୍ଧିତ ସର୍ତ୍ତକୁ ପୂରଣ କରିବାକୁ ହେବ।

ଭାରତ ସରକାରଙ୍କ ଅନ୍ୟ କୌଣସି ପିଏଲଆଇ ଯୋଜନାର ଲାଭ ଉଠାଉଥିବା କମ୍ପାନୀ ସମାନ ଉତ୍ପାଦ ସନ୍ଦର୍ଭରେ ଯୋଜନା ଅନ୍ତର୍ଗତ ଯୋଗ୍ୟ ବୋଲି ଗ୍ରହଣୀୟ ହେବେ ନାହିଁ, କିନ୍ତୁ କମ୍ପାନୀ ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ଅନ୍ୟ ଯୋଜନାର ଲାଭ ପାଇପାରିବେ। ଯୋଜନାକୁ ସମ୍ପୂର୍ଣ୍ଣ ଦେଶରେ ଲାଗୁ କରାଯିବ ଏବଂ ଏଥିପାଇଁ ଯେକୌଣସି ସ୍ଥାନ, କ୍ଷେତ୍ର କିମ୍ବା ଜନସଂଖ୍ୟା ବିଶେଷକୁ ଧ୍ୟାନରେ ରଖାଯାଇନାହିଁ। ଏମଏସଏମଇ କମ୍ପାନୀଗୁଡ଼ିକ ସମେତ ଦେଶ ଓ ବିଦେଶର ବିଭିନ୍ନ କମ୍ପାନୀଗୁଡ଼ିକୁ ଏହି ଯୋଜନାରୁ ଲାଭ ମିଳିବାର ସମ୍ଭାବନା ରହିଛି।

ଆଶା କରାଯାଉଛି ଯେ ଏହି ଯୋଜନା, ଏସି ଏବଂ ଏଲଇଡି ଲାଇଟ ଉଦ୍ୟୋଗରେ ଉଚ୍ଚ ବିକାଶ ହାର ହାସଲ କରିବାରେ, ଭାରତରେ ସହାୟକ ଯନ୍ତ୍ରାଂଶର ସମ୍ପୂର୍ଣ୍ଣ ଇକୋ-ସିଷ୍ଟମ ବିକଶିତ କରିବାରେ ଏବଂ ଭାରତରେ ଉତ୍ପାଦନ କ୍ଷେତ୍ରରେ ବିଶ୍ବସ୍ତରୀୟ କମ୍ପାନୀ ପ୍ରସ୍ତୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି କମ୍ପାନୀଗୁଡ଼ିକୁ ଘରୋଇ ବଜାରରେ ବିକ୍ରି ନିମନ୍ତେ ବାଧ୍ୟତାମୂଳକ ବିଆଇଏସ ଏବଂ ବିଇଇ ମାନକ ତଥା ବିଶ୍ବ ବଜାରରେ ଲାଗୁ ମାନକଗୁଡ଼ିକୁ ପୂରଣ କରିବାକୁ ହେବ। ଏହି ଯୋଜନା ଫଳରେ ଗବେଷଣା, ବିକାଶ ଓ ନବୋନ୍ମେଷରେ ନିବେଶ ଏବଂ ପ୍ରଯୁକ୍ତି ଉନ୍ନୟନରେ ସହାୟତା ମିଳିବ।

ଆଶା କରାଯାଉଛି ଯେ ପିଏଲଆଇ ଯୋଜନା ଫଳରେ ଆସନ୍ତା ୫ ବର୍ଷ ମଧ୍ୟରେ ୭୯୨୦ କୋଟି ଟଙ୍କାର ବର୍ଦ୍ଧିତ ନିବେଶ ହେବ; ୧,୬୮,୦୦୦ କୋଟି ଟଙ୍କାର ବୃଦ୍ଧିଶୀଳ ଉତ୍ପାଦନ ହେବ, ୬୪,୦୦୦ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ରପ୍ତାନି ହେବ; ୪୯,୩୦୦ କୋଟି ଟଙ୍କାର ପ୍ରତ୍ୟକ୍ଷ ଓ ପରୋକ୍ଷ ରାଜସ୍ବ ଆୟ ହେବା ସହିତ ଚାରି ଲକ୍ଷ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏୟାର କଣ୍ଡିସନର
Share. Facebook Twitter LinkedIn Email WhatsApp Copy Link

Related Posts

Assembly Elections 2026: ଦେଖନ୍ତୁ ସମସ୍ତ ପାଞ୍ଚଟି ରାଜ୍ୟର ସମ୍ପୂର୍ଣ୍ଣ ନିର୍ବାଚନ କାର୍ଯ୍ୟସୂଚୀ

March 15, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ, ଜାଣନ୍ତୁ କେବେ?

March 15, 2026

ରାଜ୍ୟସଭା ନିର୍ବାଚନ: ମିଳୁ ନାହାଁନ୍ତି କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, କାରଣ ଦର୍ଶା ନୋଟିସ ଜାରୀ କଲା ଦଳ

March 15, 2026

କାନଭାସରେ ୬୪ ଯୋଗିନୀ, ଆକର୍ଷିତ କରୁଛି ‘ଏକା- ଦି ୱାନ’ ଜାତୀୟ କଳା ପ୍ରଦର୍ଶନୀ

March 15, 2026
Latest News

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026

Assembly Elections 2026: ଦେଖନ୍ତୁ ସମସ୍ତ ପାଞ୍ଚଟି ରାଜ୍ୟର ସମ୍ପୂର୍ଣ୍ଣ ନିର୍ବାଚନ କାର୍ଯ୍ୟସୂଚୀ

March 15, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ, ଜାଣନ୍ତୁ କେବେ?

March 15, 2026

ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ପଦ୍ମଶ୍ରୀ ପ୍ରଫେସର ହର୍‍ମାନ କୁଲ୍‍କେଙ୍କ ସ୍ମୃତିସଭା

March 15, 2026

ରାଜ୍ୟସଭା ନିର୍ବାଚନ: ମିଳୁ ନାହାଁନ୍ତି କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, କାରଣ ଦର୍ଶା ନୋଟିସ ଜାରୀ କଲା ଦଳ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.