Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ନେଇଆସିଛି ଅତୁଲ୍ୟ ଫାଇଦା
ଆଜିର ଖବର

ଜିଓ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ନେଇଆସିଛି ଅତୁଲ୍ୟ ଫାଇଦା

April 9, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର/ମୁମ୍ବାଇ: ବର୍ଷର ପୁଣି ସେହି ସମୟ ଉପନୀତ ହୋଇଛି। ବିଶ୍ୱର ସବୁଠାରୁ ଲୋକପ୍ରିୟ ଟ୍ୱେଣ୍ଟି ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ରେ ସେମାନଙ୍କର ପ୍ରିୟ ଦଳ ଓ ଖେଳାଳି ଆକ୍ସନକୁ ଓହ୍ଲାଇବା ପରେ ବିଶ୍ୱବ୍ୟାପୀ କ୍ରିକେଟ ପ୍ରଶଂସକମାନେ ଗଗନ ପବନରେ ଏକ ରୋମାଂଚ ଅନୁଭବ କରିବେ। ଟୁର୍ଣ୍ଣାମେଣ୍ଟର ଚଳିତ ସଂସ୍କରଣ ଆଜି (ଏପ୍ରିଲ ୯ ତାରିଖ, ଶୁକ୍ରବାର) ଠାରୁ ଚେନ୍ନଇସ୍ଥିତ ଏମଏ ଚିଦମ୍ବରମ୍ ଷ୍ଟାଡିୟମରେ ଆରମ୍ଭ ହେଉଛି। କର୍ମଚଂଚଳ ସମୁଦାୟ, ବିଶେଷକରି ଏହିଭଳି ଆହ୍ୱାନମୂଳକ ସମୟରେ ଆନନ୍ଦ, ଆଶ୍ୱସ୍ତି ଏବଂ ଏକତ୍ର ହେବାର ସୁଯୋଗ ଆଣିଦେବା କ୍ଷେତ୍ରରେ କ୍ରିକେଟର ଅତୁଳନୀୟ ସ୍ପର୍ଦ୍ଧା ନିଶ୍ଚିତରେ ପାଳନ କରିବାଭଳି।

ଏହି ପରିପ୍ରେକ୍ଷୀରେ ଭାରତର ସର୍ବବୃହତ ଟେଲିକମ୍ ଅପରେଟର ଏବଂ ଡିଜିଟାଲାଇଜେସନ ଚମ୍ପିଆନ, ଜିଓ, ଏକ ସ୍ଥାୟୀ ସ୍ମୃତି  ଜାଗ୍ରତ କରିବା ଏବଂ ଦେଶର ପ୍ରତ୍ୟେକ ନାଗରିକ ଏହି ଉତ୍ସବ ପାଳନର ଯେଭଳି ଅଂଶବିଶେଷ ହେବେ ତାହା ସୁନିଶ୍ଚିତ କରିବାକୁ ଚାହୁଁଛି। କ୍ରୀଡା ପ୍ରତି ଜିଓର ପ୍ରତିବଦ୍ଧତାର ଅଂଶବିଶେଷ ଭାବରେ ଜିଓ କ୍ରିକେଟ ପ୍ରଶଂସକ ଏବଂ ଜିଓ ବ୍ୟବହାରକାରୀଙ୍କ ପାଇଁ ବହୁବିଧ ପ୍ରୟାସ ଶୁଭାରମ୍ଭ କରୁଛି।

ଜିଓ ଏକମାତ୍ର ବ୍ରାଣ୍ଡ୍ ଭାବରେ ଚଳିତ ଆଇପିଏଲ୍‌ର ସମସ୍ତ ୮ଟି ଦଳର ସହିତ ସହଭାଗୀ ହେବା ବଜାୟ ରଖିଛି ଆଇପିଏଲ୍ ୨୦୨୧ର ସମସ୍ତ ଆଠଟି ଫ୍ରାଚାଇଜି ଦଳଙ୍କ ସହିତ ଜିଓ ପ୍ରାୟୋଜକ ହେବାର ଗର୍ବ ହାସଲ କରିଛି। ଜିଓ ଭାରତୀୟଙ୍କ ଦ୍ୱାରା ପ୍ରସ୍ତୁତ ଓ ଭାରତୀୟଙ୍କ ପାଇଁ ଏବଂ ସେଥିପାଇଁ ଜିଓର ବ୍ରାଣ୍ଡ୍ ରଣକୌଶଳ ଭାରତର କୋଣ ଅନୁକୋଣ, ପ୍ରତ୍ୟେକ ସହର ଓ ପ୍ରତ୍ୟକ ରାଜ୍ୟ ପାଇଁ ଉଦ୍ଦିଷ୍ଟ।

ଜିଓ କ୍ରିକେଟ ପ୍ଲାନ୍ ସମୂହ ଡିଜ୍‌ନି+ହଟ୍‌ଷ୍ଟାର ସହିତ ସହଭାଗିତାରେ ବ୍ୟବହାରକାରୀଙ୍କୁ ୧୦୦% ଫାଇଦା ପହଂଚାଇବ ଜିଓ ଆଇପିଏଲ୍ ବିଷୟବସ୍ତୁ କ୍ଷେତ୍ରରେ ଭାରତରେ ସମସ୍ତ ଅପରେଟରଙ୍କ ମଧ୍ୟରେ ସର୍ବୋତ୍ତମ ସୁବିଧା ଓ ଲାଭ ପ୍ରଦାନ ଅବ୍ୟାହତ ରଖିଛି। ସମସ୍ତ ଜିଓପୋଷ୍ଟପେଡ ପ୍ଲସ୍ ପ୍ଲାନ୍‌ରେ ଆଇପିଏଲ୍ ଉପଭୋଗ କରିବାର ସୁବିଧା ସନ୍ନିବେଶିତ ହୋଇଛି।

ସେହିଭଳି ଜିଓ ପ୍ରିପେଡ ପ୍ଲାନଗୁଡିକରେ ଆଇପିଏଲ୍ ଉପଭୋଗ କରିବା ପ୍ଲାନ୍‌ସହିତ ଏହି ଶ୍ରେଣୀରେ ସବୁଠାରୁ ସୁଲଭ ସେବା ପ୍ରଦାନ କରୁଛି। ଏହି ପ୍ରି-ପେଡ୍ ପ୍ଲାନ୍ ଗୁଡିକ ମଧ୍ୟରେ ରହିଛି ୪୦୧ ଟଙ୍କା ପ୍ଲାନ୍‌ରେ ୨୮ ଦିନ ବୈଧତା ସହ ପ୍ରତିଦିନ ୩ ଜିବି ଡାଟା ସହିତ ମାସିକ ଅତିରିକ୍ତ ୬ ଜିବି ଡାଟା, ଦେଶରେ ଯେକୌଣସି ନେଟ୍‌ୱର୍କକୁ ଅସୀମିତ ଭଏସ କଲ ଏବଂ ଏବଂ ଲାଇଭ୍ ମ୍ୟାଚ୍ ଦେଖିବା ପାଇଁ ଡିଜ୍‌ନି+ହଟ୍‌ଷ୍ଟାର ଭିଆଇପିର ଏକ ବର୍ଷ ସବ୍‌ସ୍କ୍ରିପ୍‌ସନ୍ସୁ ବିଧା। ସେହିଭଳି ୫୯୮ ଟଙ୍କା ପ୍ଲାନ୍‌ରେ ଦିନକୁ ୨ ଜିବି ଡାଟା ସହିତ ଅସୀମିତ ଭଏସ୍ କଲ ସୁବିଧା ରହିଛି ଏବଂ ଏହା ୫୬ ଦିନ ପାଇଁ ବୈଧ ରହିବ। ୭୭୭ ଟଙ୍କା ପ୍ଲାନ୍‌ରେ ଦିନକୁ ୧.୫ ଜିବି ଡାଟା ସହିତ ଅତିରିକ୍ତ ୫ ଜିବି ଡାଟା ଓ ଅସୀମିତ ଭଏସ କଲ୍ ସୁବିଧା ୮୪ ଦିନ ପାଇଁ ଉପଲବ୍ଧ ହେଉଛି। ଏକ ବର୍ଷ ବା ୩୬୫ ଦିନ ବୈଧତା ରହିଥିବା ୨୫୯୯ ଟଙ୍କା ପ୍ଲାନ୍‌ରେ ଦିନକୁ ୨ ଜିବି ଡାଟା (ଏଥିସହିତ ଅତିରିକ୍ତ ୧୦ ଜିବି) ଓ ଅସୀମିତ ଭଏସ କଲ୍ସୁ ବିଧା ରହିଛି। ଏହି ସମସ୍ତ ପ୍ଲାନ୍‌ରେ ଅତିରିକ୍ତ ଫାଇଦା ଭାବରେ ମ୍ୟାଚଗୁଡିକର ସିଧା ପ୍ରସାରଣ ଦେଖିବାକୁ ଏକବର୍ଷର ଡିଜ୍‌ନି+ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ସୁବିଧା ଉପଲବ୍ଧ ହେଉଛି।

ଚଳିତ ଆଇପିଏଲ ସିଜିନ୍‌ରେ ଜିଓ କ୍ରିକେଟ-ପ୍ଲେ-ଏଲଙ୍ଗ ଏକ ନୂଆ ଅବତାରରେ ଏବଂ ଆକର୍ଷଣୀୟ ପୁରସ୍କାର ସହିତ ଉପଲବ୍ଧ କ୍ରିକେଟର ମନମୋହକ ଅବସରକୁ ଅଧିକ ଭଲ ଭାବରେ ଉପଭୋଗ କରିବାକୁ ଜିଓର ଲାଇଭ୍ ଗେମିଂ ପ୍ରୟାସ ‘ଜିଓ କ୍ରିକେଟ ପ୍ଲେ ଏଲଙ୍ଗ’ ପ୍ରତିଯୋଗିତା ଏହାର ପ୍ରଶଂସକମାନଙ୍କୁ ମନୋରଂଜନର ଏକ ଭିନ୍ନ ସ୍ୱାଦ ପ୍ରଦାନ କରିବ। ଏହି ଆନ୍ତଃନିୟୋଜନକାରୀ ଖେଳ ସମସ୍ତ ବ୍ୟବହାରକାରୀଙ୍କ (ଜିଓ ଅଥବା ଅଣ ଜିଓ) ପାଇଁ ମାଗଣାରେ ଉପଲବ୍ଧ ହେବ ଏବଂ କିଛି ବୃହତ ଜିତିବାର ସୁଯୋଗ ପ୍ରଦାନ କରିବ।

କ୍ରିକେଟପ୍ରେମୀମାନେ ସେମାନଙ୍କର ଭାବପ୍ରବଣତାକୁ ଖେଳର ଏକ ସ୍ୱତନ୍ତ୍ର ଚାଟ୍ ବାର୍‌ରେ  ଇମୋଜି ଷ୍ଟିକର ଜରିଆରେ ପରିପ୍ରକାଶ କରିପାରିବେ। ସାଧାରଣ କ୍ରିକେଟ ପ୍ରଶଂସକମାନେ କ୍ରିକେଟ ଭିତ୍ତିକ କୁଇଜରେ ସେମାନଙ୍କ ଜ୍ଞାନର ପରିଚୟ ଦେଇପାରିବେ। ଜିଓ କ୍ରିକେଟ ପ୍ଲେ ଏଲଙ୍ଗ ଖେଳ ମାଇଁଜିଓ ଆପ୍ ଜରିଆରେ ବ୍ୟବହାର କରାଯାଇପାରିବ।

ଜିଓଫୋନ ବ୍ୟବହାରକାରୀଙ୍କ ପାଇଁ ଜିଓ କ୍ରିକେଟ ଆପ୍ ପ୍ରଚଳନ ଜିଓଫୋନ ବ୍ୟବହାରକାରୀମାନେ ନୂଆ ଜିଓ କ୍ରିକେଟ ଆପ୍ ଦ୍ୱାରା କ୍ରିକେଟର ଏହି ମହାଉତ୍ସବ ପାଳନରେ ସାମିଲ ହୋଇପାରିବେ। ଏହି ଆପ୍ ସମସ୍ତ ଜିଓଫୋନ ବ୍ୟବହାରକାରୀଙ୍କ ପାଇଁ ମାଗଣାରେ ଉପଲବ୍ଧ ହେଉଛି। ବ୍ୟବହାରକାରୀମାନେ ସ୍କୋର ଅପ୍‌ଡେଟ ଦେଖିବା ସହିତ କୁଇଜରେ ଭାଗନେଇ ପୁରସ୍କାର ଜିତିପାରିବେ।

ଉଲ୍ଲେଖଯୋଗ୍ୟ ଯେ ଅନ୍ୟ ଅପରେଟରମାନେ କେବଳ ସ୍କୋର ଜାଣିବା ପାଇଁ ସେମାନଙ୍କ ଫିଚର ଫୋନ୍ ଗ୍ରାହକମାନଙ୍କୁ ଦିନକୁ ୫ଟଙ୍କା ଚାର୍ଜ କରୁଛନ୍ତି। ପ୍ରତିଦିନ ଜିଓ ବ୍ୟବହାରକାରୀମାନେ ବିଭିନ୍ନ ପ୍ରତିଯୋଗିତା ଏବଂ ଆଇପିଏଲ କ୍ରୀଡା ସାମଗ୍ରୀ ଜିତିପାରିବେ ଜିଓ ବ୍ୟବହାରକାରୀମାନେ ଚମତ୍କାର ବିଷୟବସ୍ତୁରେ ଅଂଶଗ୍ରହଣ କରିପାରିବେ ଏବଂ ପ୍ରତିଦିନ କ୍ରୀଡା ସାମଗ୍ରୀ ଜିତିପାରିବେ। ଉକ୍ତ ସାମଗ୍ରୀଗୁଡିକ ମଧ୍ୟରେ ରହିଛି ସ୍ୱତନ୍ତ୍ର ଭାବରେ ସ୍ୱାକ୍ଷର କରାଯାଇଥିବା କ୍ରିକେଟ ବ୍ୟାଟ୍ ଓ ବଲ୍‌, ଦଳର ଜର୍ସି ଏବଂ ତାହାସହିତ ଜିଓ ବ୍ୟବହାରକାରୀଙ୍କ ପାଇଁ ଆହୁରି ଅନେକ କିଛି ଉପଲବ୍ଧ ହେଉଛି।

ଜିଓ ବ୍ୟବହାରକାରୀଙ୍କ ପାଇଁ ସମସ୍ତ ଦଳକୁ ଭେଟିବା ଓ ଅଭିନନ୍ଦନ ଜଣାଇବା ସୁଯୋଗ ଜିଓ ବ୍ୟବହାରକାରୀମାନେ ସମସ୍ତ ୮ଟି ଦଳର ଖେଳାଳିମାନଙ୍କୁ ଏକ ମିଟ୍ ଓ ଗ୍ରିଟ୍ କଫି ସେସନ୍‌ରେ ଭେଟିବା ଏବଂ ସେମାନଙ୍କୁ ଅଭିନନ୍ଦନ ଜଣାଇବାର ସୁଯୋଗ ନେଇପାରିବେ। ଏହିଭଳି ଅନନ୍ୟ ଫାଇଦା ବ୍ୟବହାରକାରୀଙ୍କୁ ଆଗକୁ ଆସି ସେମାନଙ୍କର ପ୍ରିୟ କ୍ରିକେଟ ଖେଳାଳିଙ୍କ ନିକଟତର ହେବାକୁ ସୁଯୋଗ ଦେବ।

BJP Ads
ଆଇପିଏଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ କେଉଁ ଦଳର ପ୍ରାର୍ଥୀ ଅଧିକ ଦାଗୀ?: ଆଗରେ ଜନ ସୂରାଜ

November 7, 2025

୧୬ ଦିନ ପରେ ଜେଲରୁ ମୁକୁଳିଲେ ଆରଜେଡି ପ୍ରାର୍ଥୀ: ସତ୍ୟେନ୍ଦ୍ର ଶାହଙ୍କୁ ସ୍ୱାଗତ କଲେ ସମର୍ଥକ

November 7, 2025

Vande Mataram ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଲେ….

November 7, 2025

ଆଜି ମୁହାଁମୁହିଁ ହେବ ଭାରତ ଏବଂ ପାକିସ୍ତାନୀ କ୍ରିକେଟ୍ ଦଳ: ଜାଣନ୍ତୁ କେବେ ଓ କିପରି ଦେଖିବେ ଲାଇଭ୍ ଷ୍ଟ୍ରିମିଂ?

November 7, 2025
Jindal Ads
BJP Ads
Latest News

ବିହାର ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ କେଉଁ ଦଳର ପ୍ରାର୍ଥୀ ଅଧିକ ଦାଗୀ?: ଆଗରେ ଜନ ସୂରାଜ

November 7, 2025

୧୬ ଦିନ ପରେ ଜେଲରୁ ମୁକୁଳିଲେ ଆରଜେଡି ପ୍ରାର୍ଥୀ: ସତ୍ୟେନ୍ଦ୍ର ଶାହଙ୍କୁ ସ୍ୱାଗତ କଲେ ସମର୍ଥକ

November 7, 2025

Vande Mataram ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଲେ….

November 7, 2025

ଆଜି ମୁହାଁମୁହିଁ ହେବ ଭାରତ ଏବଂ ପାକିସ୍ତାନୀ କ୍ରିକେଟ୍ ଦଳ: ଜାଣନ୍ତୁ କେବେ ଓ କିପରି ଦେଖିବେ ଲାଇଭ୍ ଷ୍ଟ୍ରିମିଂ?

November 7, 2025

ପୂର୍ବତଟ ରେଳପଥର ସର୍ବାଧିକ ମାଲ ପରିବହନ ରେକର୍ଡ

November 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.