Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଦୈନିକ ୭୦୦ ଟନ୍ ଅକ୍ସିଜେନ୍ ଯୋଗାଣ
ଆଜିର ଖବର

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଦୈନିକ ୭୦୦ ଟନ୍ ଅକ୍ସିଜେନ୍ ଯୋଗାଣ

April 21, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ ଜାମନଗର ରିଫାଇନାରିରେ ଉତ୍ପାଦନ ପ୍ରକ୍ରିୟାରେ ପରିବର୍ତନ ଆଣି ଦୈନିକ ୭୦୦ ମେଟ୍ରିକ୍ ଟନ୍ ମେଡିକାଲ୍ ମାନର ଅକ୍ସିଜେନ୍ (ଅମ୍ଳଜାନ) ଉତ୍ପାଦନ କରାଯିବା ସହ ତିନିଟି ରାଜ୍ୟ ଓ ଏକ କେନ୍ଦ୍ର ଶାସିତ ଅଂଚଳକୁ ବିନାମୂଲ୍ୟରେ ଯୋଗାଇ ଦିଆଯାଉଛି।

ବିଗତ ଦୁଇ ଦିନ ଧରି ଦୈନିକ ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଡାମନ୍ ଆଣ୍ଡ୍ ଡିଉ ଓ ଦାଦ୍ରା ଆଣ୍ଡ୍ ନଗର ହାଭେଲି କେନ୍ଦ୍ର ଶାସିତ ଅଂଚଳକୁ ସେମାନଙ୍କ ସ୍ୱତନ୍ତ୍ର ଆବଶ୍ୟକତା ଅନୁସାରେ ୭୦୦ ଟନ୍ ଅକ୍ସିଜେନ୍‌କୁ ସ୍ୱତନ୍ତ୍ର ଟ୍ୟାଙ୍କର୍ ଜରିଆରେ ବିନା ମୂଲ୍ୟରେ ପରିବହନ କରାଯାଉଛି। ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଅତିକମ୍‌ରେ ୭୦,୦୦୦ ଅତି ଗୁରୁତର କୋଭିଡ୍‌-୧୯ ରୋଗୀଙ୍କ ଦୈନିକ ଆବଶ୍ୟକତା ପୂରଣ କରିବାକୁ ଏହି ଅକ୍ସିଜେନ୍ ଯଥେଷ୍ଟ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ସିଏସ୍‌ଆର୍ ଅଭିଯାନ ଅଂଶସ୍ୱରୂପ ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡ଼ିକୁ ବିଯୁକ୍ତ ୧୮୩ ଡିଗ୍ରି ସେଲ୍‌ସିଅସ୍‌ରେ ବିନା ମୂଲ୍ୟରେ ସ୍ୱତନ୍ତ୍ର ଟ୍ୟାଙ୍କର ଜରିଆରେ ଅକ୍ସିଜେନ୍ ପରିବହନ କରାଯାଉଛି। ପୂର୍ବରୁ ଜାମନଗର ରିଫାଇନାରିରେ ମେଡିକାଲ୍ ମାନର ଅକ୍ସିଜେନ୍ ଉତ୍ପାଦନ ହେଉନଥିଲା ଏବଂ ଶିଳ୍ପ ଗ୍ରେଡ୍‌ର ଅକ୍ସିଜେନ୍ ଅଶୋଧିତ ତୈଳରୁ ପେଟ୍ରୋଲ୍‌, ଡିଜେଲ୍ ଓ ଜେଟ୍ ଇନ୍ଧନ ଆଦି ପ୍ରସ୍ତୁତିରେ ବ୍ୟବହାର କରାଯାଉଥିଲା। ମାତ୍ର ଦେଶରେ କୋଭିଡ୍‌-୧୯ ମାମଲରେ ଘଟିଥିବା ବୃଦ୍ଧି ଯୋଗୁଁ ଅକ୍ସିଜେନ୍ ଚାହିଦା ବୃଦ୍ଧି ପାଇବାରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଶିଳ୍ପ ପାଇଁ ବ୍ୟବହାର ହେବାକୁ ଥିବା ଅକ୍ସିଜେନ୍‌କୁ ନେଇ ମେଡିକାଲ୍ ମାନର ଅକ୍ସିଜେନ୍ ଉତ୍ପାଦନ କରିବା ଲାଗି ଉପକରଣ ସ୍ଥାପନ କରାଯିବା ସହ ବ୍ୟବସ୍ଥା ବିକଶିତ କରାଯାଇଛି। ଅନ୍ୟ ରାଜ୍ୟଗୁଡ଼ିକରୁ ଚାହିଦା ଆସିଲେ କଂପାନି ସେମାନଙ୍କୁ ମଧ୍ୟ ମେଡିକାଲ୍ ମାନର ଅକ୍ସିଜେନ୍ ଯୋଗାଇ ଦେବାକୁ ପ୍ରସ୍ତୁତ ରହିଛି। କମ୍ପାନୀ ଏହାର ମେଡିକାଲ୍ ଗ୍ରେଡ୍ ଅକ୍ସିଜେନ୍ ଉତ୍ପାଦନ କ୍ଷମତାକୁ ଦୈନିକ ୧୦୦୦ ଟନ୍‌କୁ ବୃଦ୍ଧି କରିବାକୁ ଯୋଜନା ରଖିଥିବା ଜଣାପଡିଛି।

ଦେଶରେ କୋଭିଡ୍ ମୁକାବିଲାରେ ସହଯୋଗର ହାତ ବଢାଇଥିବା ରିଲାଏନ୍ସ ଫାଉଣ୍ଡେସନ ତରଫରୁ ଏହା ପୂର୍ବରୁ ଦେଶର ପ୍ରଥମ ୨୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍‌କୁ ବ୍ରିହାନମୁମ୍ବାଇ ମୁନିସପାଲ୍ କର୍ପୋରେସନ (ବିଏମ୍‌ସି) ସହଯୋଗରେ ମୁମ୍ବାଇ ଠାରେ ସ୍ଥାପନ କରାଯାଇଥିଲା। ଏହା ପରେ ମହାରାଷ୍ଟ୍ରର ଲୋଧିଭାଲି ଠାରେ ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥ ଥିବା ଆଇସୋଲେସନ ୱାର୍ଡ ସ୍ଥାପନ କରାଯାଇଥିବା ବେଳେ ମୁମ୍ବାଇର ସ୍ପନ୍ଦନ ହୋଲିଷ୍ଟିକ୍ ମଦର ଆଣ୍ଡ୍ ଚାଇଲଡ୍ କେୟାର ହସ୍ପିଟାଲ୍‌ରେ କ୍ୱାରାଂଟାଇନ୍ ୱାର୍ଡର ବ୍ୟବସ୍ଥା କରାଯାଇଛି। କୋଭିଡ୍‌-୧୯ ରୋଗୀଙ୍କ ପ୍ଲାଜମା ଥେରାପି ଲାଗି ଶ୍ରୀ ଏଚ୍ ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍‌କୁ ଆଇସିଏମ୍‌ଆର୍ ପକ୍ଷରୁ ଚିହ୍ନଟ କରାଯାଇଥିଲା।

ସେହଭଳି ଭାରତର କୋଭିଡ୍ ପରୀକ୍ଷଣ କ୍ଷମତା ବୃଦ୍ଧି ପାଇଁ ରିଲାଏନ୍ସ ଲାଇଫ୍ ସାଇନ୍ସେସ୍ ପରୀକ୍ଷଣ କିଟ୍ ଉପଲବ୍ଧ କରାଉଥିବା ବେଳେ ଦେଶରେ ସ୍ୱାସ୍ଥ୍ୟ କର୍ମୀ ଓ କୋଭିଡ୍ ଯୋଦ୍ଧାମାନଙ୍କ ପାଇଁ ରିଲାଏନ୍ସ ଦୈନିକ ଏକ ଲକ୍ଷ ବ୍ୟକ୍ତିଗତ ସୁରକ୍ଷା ଉପକରଣ ବା ପିପିଇ ଏବଂ ମାସ୍କ ଉତ୍ପାଦନ କରୁଛି। କମ୍ପାନୀ ପକ୍ଷରୁ ଓଡିଶା ସମେତ ଦେଶର ୨୧ ଟି ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଂଚଳରେ ମିଶନ କୋଭିଡ୍ ସୁରକ୍ଷା କାର୍ଯ୍ୟକ୍ରମରେ ୬୭ ଲକ୍ଷରୁ ଅଧିକ ମାସ୍କ ବଂଟନ କରାଯାଇଛି। ଗତବର୍ଷ ଲକ୍‌ଡାଉନ୍ ସମୟରେ ଜରୁରୀକାଳୀନ ସେବା ଅବ୍ୟାହତ ରଖିବା ପାଇଁ ଦେଶର ୧୮ ଟି ରାଜ୍ୟର ୨୪୯ ଜିଲ୍ଲାରେ ୧୪୦୦୦ରୁ ଉର୍ଦ୍ଧ୍ୱ ଆମ୍ବୁଲାନ୍ସକୁ ରିଲାଏନ୍ସ ପକ୍ଷରୁ ୫.୫ ଲକ୍ଷ ଲିଟର ମାଗଣା ଇନ୍ଧନ ଯୋଗାଇ ଦିଆଯାଇଥିଲା। ଏଥିସହିତ ମିଶନ ଅନ୍ନସେବା ଜରିଆରେ ୫.୫ କୋଟି ଭୋଜନ ଦେଶର ୮୦ ଟି ଜିଲ୍ଲାରେ ପ୍ରଦାନ କରାଯାଇଥିଲା। ପିଏମ୍ କେୟାର ପାଣ୍ଠି ସମେତ ବିଭିନ୍ନ ରିଲିଫ୍ ପାଣ୍ଠିକୁ ରିଲାଏନ୍ସ ପକ୍ଷରୁ ୫୫୬ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026
Latest News

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.