Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କିଶାନ ଯୋଜନାରେ ଦେଶର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରଦାନ କଲେ ୨୧ ହଜାର କୋଟି ଟଙ୍କା
ଜାତୀୟ ଖବର

କିଶାନ ଯୋଜନାରେ ଦେଶର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରଦାନ କଲେ ୨୧ ହଜାର କୋଟି ଟଙ୍କା

May 14, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଆଜି ୯ କୋଟି ୫୦ ଲକ୍ଷ ୬୭ ହଜାର ୬୦୧ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏଥିରେ ୨୦ ହଜାର ୬୬୭ କୋଟି ୭୫ ଲକ୍ଷ ୬୬ ହଜାର ଟଙ୍କାର ଅଷ୍ଟମ କିସ୍ତି ଆର୍ଥିକ ସହାୟତା ବଣ୍ଟନ କରିଛନ୍ତି। ଏଥିରେ ଓଡ଼ିଶାର ୨୫ ଲକ୍ଷ ୯୦ ହଜାର ୩୧୫ ଜଣ ଚାଷୀ ଏହି ସହାୟତା ରାଶି ପାଇଛନ୍ତି ।

ଭିଡିଓ କନଫ୍ରେସିଂ ଯୋଗେ ଏହା ପ୍ରଦାନ କରିବା ପରେ ପ୍ରଧାନମନ୍ତ୍ରୀ କୃଷକମାନଙ୍କ ସହ ମତ ବିନିମୟ କରିଥିଲେ। କେନ୍ଦ୍ର କୃଷିମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ପିଏମ କିଷାନ ହିତାଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ ମତ ବିନିମୟ କାଳରେ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ଉନାଓର ଚାଷୀ ଅରବିନ୍ଦଙ୍କୁ ପ୍ରଶଂସା କରିଥିଲେ । ଅରବିନ୍ଦ ତାଙ୍କ ଅଞ୍ଚଳର ଯୁବଶକ୍ତି ମାନଙ୍କୁ ଜୈବିକ କୃଷି ଓ ନୂତନ କୃଷି ପଦ୍ଧତି ସମ୍ପର୍କରେ ସମ୍ପର୍କରେ ଶିକ୍ଷା ଦେଉଛନ୍ତି ।

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ପାଟ୍ରିକଙ୍କୁ ବହୁଳଭାବେ ଜୈବିକ କୃଷି ପାଇଁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ଅନନ୍ତପୁରର ଏନ. ଭେନୁରମ୍ମାଙ୍କୁ ୧୭୦ରୁ ଅଧିକ ଆଦିବାସୀ ଚାଷୀଙ୍କୁ ମାର୍ଗଦର୍ଶନ ଦେଉଥିବାରୁ ପ୍ରଶଂସା କରିଥିଲେ । ମେଘାଳୟର ପାର୍ବତ୍ୟାଂଚଳରେ ଅଦା, ହଳଦୀ, ଡାଲଚିନି ଇତ୍ୟାଦି ଚାଷ କରିଥିବା ପାଇଁ ସେ ରେଭିଷ୍ଟ୍ରାରଙ୍କ ପ୍ରଶଂସା କରିଥିଲେ ।

ସେ ମଧ୍ୟ ଜାମ୍ମୁ ଓ କାଶ୍ମୀରର ଶ୍ରୀନଗର ନିବାସୀ ଖୁରସିଦ ଅହମ୍ମଦ ସିମଳାମିର୍ଚ୍, କଂଚାଲଙ୍କା ଓ କାକୁଡି ଜୈବିକ କୃଷି ପଦ୍ଧତିରେ ଉତ୍ପାଦନ କରିଛନ୍ତି ତାଙ୍କ ସହ ମତବିନିମୟ କରିଥିଲେ । ଏହି ଯୋଜନା ଅଧୀନରେ ଓଡିଶାରେ ୨୫ଲକ୍ଷ ୯୦ହଜାର ୩୧୫ଜଣ କୃଷକ ୭୨୦କୋଟି ୪୬ଲକ୍ଷରୁ ଉର୍ଦ୍ଧ୍ୱ ଆର୍ଥିକ ସହାୟତା ପାଇଛନ୍ତି ।

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗର ଚାଷୀମାନେ ଏହି ଯୋଜନା ଦ୍ୱାରା ଉପକୃତ ହେଉଛନ୍ତି । ମହାମାରୀ ସତ୍ୱେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଓ ପନିପରିବା ଉତ୍ପାଦନ କରିବାକୁ ସେ କୃଷକମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ସରକାର ମଧ୍ୟ ପ୍ରତିବର୍ଷ ନ୍ୟୁନତମ ସହାୟକ ମୂଲ୍ୟ ପ୍ରଦାନ କରି ଖାଦ୍ୟଶସ୍ୟ ସଂଗ୍ରହରେ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି ।

ଧାନ ସଂଗ୍ରହରେ ନୂତନ ରେକର୍ଡ ସୃଷ୍ଟି ହୋଇଥିବାବେଳେ, ଏବେ ଗହମ ସଂଗ୍ରହରେ ମଧ୍ୟ ନୂତନ ରେକର୍ଡ ହୋଇଛି । ଗତବର୍ଷ ତୁଳନାରେ ଚଳିତବର୍ଷ ଏପର‌୍ୟ୍ୟନ୍ତ ଶତକଡା ଅଧିକ ଦଶଗୁଣ ଗହମ ସଂଗୃହୀତ ହୋଇଛି । ଏପର‌୍ୟ୍ୟନ୍ତ ଗହମର ସହାୟକ ମୂଲ୍ୟ ବାବଦ ୫୮ହଜାର କୋଟି ଟଙ୍କା ଚାଷୀମାନଙ୍କ ଖାତାରେ ସିଧାସଳଖ ପହଁଚି ପାରିଛି ।

ଚାଷର ନୂତନ ସମାଧାନ ପନ୍ଥା ଓ ସୁବିଧା ପ୍ରଦାନରେ ସରକାର ସବୁବେଳେ ଚେଷ୍ଟା କରି ଆସୁଛନ୍ତି । ଜୈବିକ କୃଷି ଏହି ପ୍ରଚେଷ୍ଟାର ଏକ ଅଂଶବିଶେଷ । ଜୈବିକ ଚାଷରୁ ଅଧିକ ଲାଭ ମିଳୁଥିବା ବେଳେ ବର୍ତ୍ତମାନ ଅଧିକରୁ ଅଧିକ ଯୁବଚାଷୀ ଏଥିରେ ଆଗ୍ରହ ଦେଖାଉଛନ୍ତି। ଏବେ ଗଙ୍ଗାନଦୀର ଉଭୟ ପାଶ୍ୱର୍ର ପାଞ୍ଚ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଏହି ଚାଷ କରାଯାଉଛି ଯାହା ଯୋଗୁଁ ନଦୀ ନିର୍ମଳ ରହିପାରିବ ।

ମହାମାରୀ କାଳରେ କିଶାନ କ୍ରେଡିଟ୍ କାର୍ଡ ସମୟ ସୀମା ବୃଦ୍ଧି କରାଯିବା ସହ କିସ୍ତି ନବୀକରଣ କାର‌୍ୟ୍ୟ ଜୁନ ୩୦ ତାରିଖ ପର‌୍ୟ୍ୟନ୍ତ ବଢାଯାଇଛି । ନିକଟ ଅତୀତରେ ଦୁଇ କୋଟିରୁ ଅଧିକ କିଷାନ କ୍ରେଡିଟ୍ କାର୍ଡ ଜାରି କରାଯାଇଥିବା ମୋଦୀ ପ୍ରକାଶ କରିଥିଲେ।

ଚାଷୀ ଜୈବିକ କୃଷି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026

ପୁଣେସ୍ଥିତ ଏଫଟିଆଇଆଇ ଏବଂ ଦୂରଦର୍ଶନ କେନ୍ଦ୍ର ପରିଦର୍ଶନ କଲେ ଚଞ୍ଚଲ କୁମାର 

April 5, 2026

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତି, ମେଡିକାଲ ଇଂଜିନିୟରିଂ ନାମଲେଖାରେ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.