Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାଜ୍ୟ ସରକାର ୧.୪୬ ଲକ୍ଷ କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ଦେଲେ ମଂଜୁରୀ, ୨୭ ହଜାର ନିଯୁକ୍ତି ସୁଯୋଗ
ଜାତୀୟ ଖବର

ରାଜ୍ୟ ସରକାର ୧.୪୬ ଲକ୍ଷ କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ଦେଲେ ମଂଜୁରୀ, ୨୭ ହଜାର ନିଯୁକ୍ତି ସୁଯୋଗ

July 6, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟ ସରକାର ୧.୪୬ ଲକ୍ଷ କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ଦେଲେ ମଂଜୁରୀ, ୨୭ ହଜାର ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଉଚ୍ଚ ସ୍ତରୀୟ କ୍ଲିୟରାନ୍ସ ଅଥରିଟି ଆଜି ପାଞ୍ଚଟି ପ୍ରମୁଖ ପ୍ରକଳ୍ପର ସଂପ୍ରସାରଣକୁ ମଂଜୁରୀ ପ୍ରଦାନ କରିଛନ୍ତି। ଏହି ସବୁ ଶିଳ୍ପରେ ୧,୪୬,୧୭୨ କୋଟି ଟଙ୍କା ପୁଂଜି ବିନିଯୋଗ ହେବ। ଏହି ପାଞ୍ଚଟି ପ୍ରକଳ୍ପ ୨୬,୯୫୯ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଏହି ପ୍ରକଳ୍ପଗୁଡିକୁ ଅନୁମୋଦନ କରି ମୁଖ୍ୟମନ୍ତ୍ରୀ  କହିଛନ୍ତି ଯେ ଓଡିଶାର ଇସ୍ପାତ ସ୍ୱପ୍ନକୁ ସାକାର କରିବା ପାଇଁ ଏହି ସମସ୍ତ ପ୍ରକଳ୍ପର ଏକ ବଡ଼ ଧରଣର ଅଗ୍ରଗତି ଆବଶ୍ୟକତା ରହିଛି।

ଏହି ସମସ୍ତ ପାଞ୍ଚଟି ପ୍ରକଳ୍ପ ୨୮ ମିଲିୟନ୍ ଟନ୍ ଅତିରିକ୍ତ ଇସ୍ପାତ ଉତ୍ପାଦନ କ୍ଷମତା ସୃଷ୍ଟି କରିବ। ଏହା ରାଜ୍ୟର ଇସ୍ପାତ ଉତ୍ପାଦନ କ୍ଷମତାକୁ ପ୍ରାୟ ଦୁଇଗୁଣ କରିବ ଯାହା ୫୮ ନିୟୁତ ଟନ୍ ଅଟେ, ଯାହା ବର୍ତ୍ତମାନ ବାର୍ଷିକ ୩୦ ନିୟୁତ ଟନ୍ ଅଟେ। ଏହା ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ। ବର୍ତ୍ତମାନ ରାଜ୍ୟରେ ୩୦ ମିଲିୟନ ଟନ୍ ଉତ୍ପାଦନ କ୍ଷମତା ରହିଛି, ଯାହା ୨୦୦୦ ମସିହାର ମାତ୍ର ୨ ମିଲିୟନ ଟନ୍ ଅଧିକ ଅଛି।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ କୋଭିଡ ମହାମାରୀ ସତ୍ବେ ୨୦୨୦-୨୧ ମସିହାରେ ରାଜ୍ୟ ₹ ୨.୯୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବାରେ ସକ୍ଷମ ହୋଇଛି। ଆଜିର ଅତିରିକ୍ତ ପୁଞ୍ଜି ବିନିଯୋଗ ସହିତ ଗତ ବର୍ଷ ଠାରୁ ମୋଟ ବିନିଯୋଗ ₹ ୪.୪୩ ଲକ୍ଷ କୋଟି ହେବ।

ଯେଉଁ ପାଞ୍ଚୋଟି ପ୍ରକଳ୍ପ ଅନୁମୋଦନ ଲାଭ କରିଛି ସେଗୁଡିକ ହେଲା

୧-ଭୂଷଣ ପାୱାର ଏବଂ ଷ୍ଟିଲ ଲିମିଟେଡର ଇଣ୍ଟିଗ୍ରେଟେଡ୍ ଇସ୍ପାତ କାରଖାନାର ସମ୍ପ୍ରସାରଣ ବାର୍ଷିକ ୫ ନିୟୁତ ଟନ୍ ରୁ ୧୫ ମିଲିୟନ୍ ଟନ୍ ପର‌୍ୟ୍ୟନ୍ତ ସମ୍ବଲପୁରର ରେଙ୍ଗାଲିରେ ପ୍ରତିଷ୍ଠା ହେବାକୁ ଥିବା ୫୫,୦୦୦ କୋଟି ବିନିଯୋଗ ହେବ। ଏଥିରେ ୧୦,୦୦୦ ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

୨-ଟାଟା ଷ୍ଟିଲ୍ ଲିମିଟେଡର ଅଶୋଧିତ ଇସ୍ପାତ ଉତ୍ପାଦନର ବାର୍ଷିକ ୩ ନିୟୁତ ଟନ୍ ରୁ ୮ ନିୟୁତ ଟନକୁ ସଂପ୍ରସାରିତ ହେବ।  ଯାଜପୁର କଳିଙ୍ଗ ନଗରର ଥିବା ଏହି ପ୍ରକଳ୍ପ ସଂପ୍ରସାରଣରେ ୪୭,୫୯୯ କୋଟି ଟଙ୍କା ବିନିଯୋଗ ହେବ। ଏଥିରେ ୪,୬୨୫ ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

୩-ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡର ବାର୍ଷିକ ୬ ନିୟୁତ ଟନ୍ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ କାରଖାନାର ପ୍ରସ୍ତାବିତ କ୍ଷମତା ଠାରୁ ବାର୍ଷିକ ୧୮.୬ ନିୟୁତ ଟନ୍ ରୁ ୨୫.୨ ମିଲିୟନ୍ ଟନ୍ ପର‌୍ୟ୍ୟନ୍ତ ବୃଦ୍ଧି ହେବ। ଯାହା ଅନୁଗୁଳରେ ଥିବା ଏହି ସଂପ୍ରସାରଣରେ ୨୪,୬୫୨ କୋଟି ବିନିଯୋଗ ହେବ। ୧୦୦୦ ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ବିନିଯୋଗ JSPL ର ମୋଟ ବିନିଯୋଗ ୧,୦୦,୬୭୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଫଳରେ ଏହା ବିଶ୍ବର ସର୍ବ ବୃହତ ଏକକ ଇସ୍ପାତ କାରଖାନାରେ ପରିଣତ ହୋଇଛି।

୪- କେଉଁଝରରେ ଥିବା ରୁଙ୍ଗଟା ମାଇନ୍ସ ଲିମିଟେଡର ଇଣ୍ଟିଗ୍ରେଟେଡ୍ ଇସ୍ପାତ କାରଖାନାର ବାର୍ଷିକ ୦.୫୩ ନିୟୁତ ଟନ୍ ରୁ ୩ ମିଲିୟନ୍ ଟନ୍ କ୍ଷମତା ବୃଦ୍ଧି କରିବ। ଏହି ସଂପ୍ରସାରଣରେ ୭୯୨୦ କୋଟି ଟଙ୍କା ବିନିଯୋଗ କରିବ। ଏଥିରେ ୫୧୩୪ ଜଣଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

୫- ଛେଙ୍କାନାଳରେ ଥିଲା ରୁଙ୍ଗଟା ମାଇନ୍ସ ଲିମିଟେଡର ଇଣ୍ଟିଗ୍ରେଟେଡ୍ ଇସ୍ପାତ କାରଖାନାର ପ୍ରସ୍ତାବିତ କ୍ଷମତା  ବାର୍ଷିକ ୨.୮୫ ନିୟୁତ ଟନ୍ ରୁ ୭.୫୫ ମିଲିୟନ୍ ଟନ୍ ପର‌୍ୟ୍ୟନ୍ତ ବୃଦ୍ଧି କରିବ। ଏଥିରେ କଂପାନୀ ୧୧,୦୦୧ କୋଟି ବିନିଯୋଗରେ କରିବ। ଏଥିରେ ୬,୨୦୦ ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏହି ବୈଠକରେ ଅର୍ଥମନ୍ତ୍ରୀ ଶ୍ରୀ ନିରଂଜନ ପୂଜାରୀ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଆରଡି, ଶ୍ରମ ଓ ଇଏସଆଇ ମନ୍ତ୍ରୀ ସୁଶାନ୍ତ ସିଂ, ଶିଳ୍ପ ମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ଥିଲେ। ମୁଖ୍ୟ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ପ୍ରକଲ୍ପ ସଂପର୍କରେ ଅବଗତ କରାଇଥିଲେ।

HLCA Jindal Steel and Power Limited Rungta Mines Limited
Share. Facebook Twitter LinkedIn Email WhatsApp Copy Link

Related Posts

କୁଏତର ଯୁବରାଜଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର

March 19, 2026

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026
Latest News

କୁଏତର ଯୁବରାଜଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

March 19, 2026

‘ବନ୍ଦେ ଭାରତ ଚେୟାର କାର୍ ସର୍ଭିସ୍’ ର ସମ୍ପ୍ରସାରଣ ପାଇଁ ରାଜ୍ୟମାନଙ୍କର ସହାୟତା ଲୋଡିଲା କେନ୍ଦ୍ର

March 19, 2026

ଜିଓ ପେମେଣ୍ଟସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇ-ଆଧାରିତ ନଗଦ ଉଠାଣ ସେବା ଆରମ୍ଭ

March 19, 2026

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.