ଆଠ କୋଟି ଟଙ୍କାର କାର ଚଢୁଥିବା ନେତାଙ୍କ ଉପରେ ଆସିଲା ବିଦ୍ୟୁତ ଚୋରୀ ଅଭିଯୋଗ

Published: Jul 13, 2021, 6:07 pm IST

କୋଟିପତିଙ୍କ ବିଦ୍ୟୁତ ଚୋରୀ, ସେ ହେଉଛନ୍ତି ଜଣେ ବ୍ୟବସାୟୀ ଆଉ ନେତା ମଧ୍ୟ। ତାଙ୍କ ପାଖରେ ଅଛି ରୋଲସ ରୟସ କଂପାନୀର ଗାଡି। ଯାହାର ମୁଲ୍ୟ ହେବ ପାଖାପାଖି 8 କୋଚି ଚଙ୍କା। ତାଙ୍କ ନାମରେ ଆସିଛି ବିଦ୍ୟୁତ ଚୋରୀ ଅଭିଯୋଗ। ତାହା ପୁଣି 34 ହଜାର ଟଙ୍କା ବିଦ୍ୟୁତ ବିଲ ବାକି ଥିବା ଅଭିଯୋଗ। ଥାନାରେ ମାମଲା ଋଜୁ ପରେ ବର୍ତ୍ତମାନ ପୋଲିସ ଏହାର ତଦନ୍ତ କରୁଛି।

ଏହି ଅଭିଯୋଗଟି ମହାରାଷ୍ଟ୍ରର କଲ୍ୟାଣ ସହରରେ ରହୁଥିବା ପ୍ରତିଷ୍ଠିତ ବ୍ୟବସାୟୀ ତଥା ଶିବସେନା ନେତା ସଂଜୟ ଗାୟେକୱାଡଙ୍କ ନାମରେ ହୋଇଛି। ଏହାର ତଦନ୍ତ କରୁଛି ସ୍ଥାନୀୟ ପୋଲିସ। ଘଟଣା ଅନୁସାରେ ସଂଜୟଙ୍କ ନାମରେ 34 ହଜାର ଟଙ୍କାର ବିଦ୍ୟୁତ ବିଲ ବାକି ପଡିଛି ବୋଲି ବାରମ୍ବାର ତାଙ୍କ ନିକଟକୁ ବିଲ ଆସିଛି। ହେଲେ ସେ ଏହାକୁ ନ ଦେବାରୁ ମହାରାଷ୍ଟ୍ର ବିଦ୍ୟୁତ ବୋର୍ଡ ତାଙ୍କ ନାମରେ ମାମଲା ଋଜୁ କରିଛି।

ଏହାକୁ ନେଇ ସଂଜୟ କହିଛନ୍ତି ଯେ, ତାଙ୍କ ନାମରେ ଯେଉଁ ବକେୟା ଗଡୁଛି ତାହା ସେ କେବେଠାରୁ ପଇଠ କରିସାରିଲେଣି। ହେଲେ ତାହା ବିଦ୍ୟୁତ ବିଭାଗ ଅପଟୁଡେଟ କରି ନାହାଁନ୍ତି। ମୁଁ ସରକାରଙ୍କୁ ପ୍ରତି ବର୍ଷ କୋଟିକୋଟି ଟଙ୍କା ଆୟକର ଦେଉଛି। ଏପରି କ୍ଷେତ୍ରରେ ମାମଲା ଋଜୁ କରିବା ପୂର୍ବରୁ ବୋର୍ଡ ଚିନ୍ତା କରିବାର ଆବଶ୍ୟକ ଥିଲା ବୋଲି ସେ କହିଛନ୍ତି।

ତେବେ ତାଙ୍କ ନାମରେ ମାମଲା ଋଜୁ ହେବାର ଜାଣିବା ପରେ ସେ ସମସ୍ତଙ୍କ ବକେୟା ପ୍ରଦାନ କରିଦେଇଥିବାର ଜଣାପଡିଛି।

Related posts