Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍‌ସ ଡିଜିଟାଲ୍ ପକ୍ଷରୁ ଡିଜିଟାଲ୍ ଇଣ୍ଡିଆ ସେଲ ଶୁଭାରମ୍ଭ ଘୋଷଣା: ଅତୁଳନୀୟ ଅଫର, ଆକର୍ଷଣୀୟ ରିହାତି
ଆଜିର ଖବର

ରିଲାଏନ୍‌ସ ଡିଜିଟାଲ୍ ପକ୍ଷରୁ ଡିଜିଟାଲ୍ ଇଣ୍ଡିଆ ସେଲ ଶୁଭାରମ୍ଭ ଘୋଷଣା: ଅତୁଳନୀୟ ଅଫର, ଆକର୍ଷଣୀୟ ରିହାତି

July 26, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ରିଲାଏନ୍‌ସ ଡିଜିଟାଲ୍ ଜୁଲାଇ ୨୬ ରେ ଭାରତର ସର୍ବବୃହତ୍ ଇଲେକ୍‌ଟ୍ରୋନିକ୍‌ସ ସେଲ୍ – ଡିଜିଟାଲ୍ ଇଣ୍ଡିଆ ସେଲ ର ଆରମ୍ଭ କରିବାକୁ ଯାଉଛି। ଏହି ସେଲ୍ ରିଲାଏନ୍‌ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋରରେ ଲାଇଭ୍ ହେବ ଓ ଏହା ମଧ୍ୟ www.reliancedigital.in ରେ ଉପଲବ୍ଧ ହେବ। ଗ୍ରାହକମାନେ ବ୍ୟାପକଶ୍ରେଣୀୟ ଇଲେକଟ୍ରୋନିକ୍ ଆଇଟମ ଉପରେ ଅତୁଳନୀୟ ଡିଲ୍ ପାଇପାରିବେ ଓ ଏହା ସହିତ ଜୁଲାଇ ୨୨ ରୁ ଅଗଷ୍ଟ ୫, ୨୦୨୧ ମଧ୍ୟରେ ଏସବିଆଇ କ୍ରେଡିଟ୍ କାର୍ଡ଼ରେ ସର୍ବନିମ୍ନ ଟ.୧୦,୦୦୦/- ଟ୍ରାନ୍‌ଜାକ୍‌ସନରେ ଆଶ୍ୱସ୍ତ ୧୦% କ୍ୟାସବ୍ୟାକ୍ ଞ୍ଚ ସୁବିଧା ପାଇପାରିବେ। ସେମାନେ ମଧ୍ୟ ଏସବିଆଇ କ୍ରେଡିଟ୍ କାର୍ଡ଼ ଟ୍ରାନ୍‌ଜାକ୍‌ସନରେ ଟ.୫,୦୦୦/- ପର୍ଯ୍ୟନ୍ତ ସଂଚୟ କରିପାରିବେ। ଏହି ଅଫର ମଧ୍ୟ ଏସବିଆଇ କ୍ରେଡିଟ୍ କାର୍ଡ଼ ଇଏମଆଇ ଟ୍ରାନ୍‌ଜାକ୍‌ସନରେ ଉପଲବ୍ଧ ରହିଛି। ବ୍ୟାପକ ବର୍ଗ ଯଥା ଟେଲିଭିଜନ, ହୋମ୍ ଆପ୍ଲିଆନ୍‌ସେସ୍‌, ମୋବାଇଲ୍ ଫୋନ୍‌, ଲାପଟପ୍ ଓ ଆକ୍‌ସେସୋରିରେ ସ୍ୱତନ୍ତ୍ର ଅଫରମାନ ଉପଲବ୍ଧ ରହିଛି।

ସ୍ମାର୍ଟଫୋନ୍ ବର୍ଗରେ, ଗ୍ରାହକମାନେ ଡିସକାଉଂଟ ଓ ଆକର୍ଷଣୀୟ କ୍ୟାସବ୍ୟାକ୍ ସୁବିଧା ପାଇପାରିବେ। ଜୁଲାଇ ୩୧ ପର୍ଯ୍ୟନ୍ତ ବଛା ବଛା ଫୋନ୍ କ୍ରୟ ଉପରେ ଦୁର୍ଘଟଣାଜନିତ କ୍ଷତି ଓ ଲିକ୍ୟୁଇଡ୍ କ୍ଷତି କଭରେଜ୍ ସୁବିଧା ରହିଛି। ଜୁଲାଇ ୨୮ ରେ ଶୁଭାରମ୍ଭ ପରେ ବହୁ ପ୍ରତୀକ୍ଷିତ ୱାନପ୍ଲସ୍ ନର୍ଡ଼୨ ସ୍ମାର୍ଟଫୋନ୍ ବିକ୍ରି ପାଇଁ ଉପଲବ୍ଧ ହେବ। ଏହା ସହିତ, କେତେକ ଲୋକପ୍ରିୟ ୱିରେବଲ୍‌ସ ଯଥା ଆପଲ୍ ୱାଚ୍ ସିରିଜ୍ ୬ ସେଲ୍ୟୁଲାର ୪୪ ମିମି ଓ ସାମସଙ୍ଗ ଗାଲାକ୍ସି ଆକ୍ଟିଭ୍ ୨ ଅତ୍ୟନ୍ତ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ ହେଉଛି । ବ୍ରାଣ୍ଡ ନ୍ୟୁ ସ୍ମାର୍ଟ ୱାଚ୍ ଫାୟାର-ବୋଲ୍‌ଟ ଏଜିଏନଆଇ ଏସପିଓ୨ ବୈଶିଷ୍ଟ୍ୟ ସହିତ ଡିଜିଟାଲ୍ ଇଣ୍ଡିଆ ସେଲରେ ସ୍ୱତନ୍ତ୍ର ଭାବରେ ଉପଲବ୍ଧ ହେବ ଯାହା ଟ.୨,୫୯୯/- ର ସ୍ୱତନ୍ତ୍ର ମୂଲ୍ୟରେ ମିଳିପାରିବ।

ଲାପଟପ୍ ବର୍ଗରେ, ଗ୍ରାହକମାନେ ଟ.୧୪,୯୯୦/- ପର୍ଯ୍ୟନ୍ତ ଲାଭ ପାଇପାରିବେ, ଏହା ସହିତ ବ୍ୟାଙ୍କ କ୍ୟାସବ୍ୟାକ୍ ଓ ବ୍ରାଣ୍ଡ ୱାରେଂଟି ଅଫର ମଧ୍ୟ ରହିଛି । ଆସସ୍ ୧୦ମ ଜେନ୍ ଆଇ୫ ଗେମିଂ ଲାପଟପ୍ ସହିତ ୧୬ ଜିବି ରାମ୍ ଓ ୪ ଜିବି ଏନଭିଡିଆ ଜିଇଫୋର୍ସ ଜିଟିଏକ୍ସ ୧୬୫୦ ଗ୍ରାଫିକ୍‌ସ ସୁବିଧା ସ୍ୱତନ୍ତ୍ର ମୂଲ୍ୟ ଟ.୬୪,୯୯୯/- ରେ ମିଳିପାରିବ। ଆଉ ମଧ୍ୟ ମାକ୍‌ବୁକ୍ ପ୍ରୋ ଫ୍ଲାଟ ମୂଲ୍ୟ ଟ.୧,୧୨,୯୯୦/- ରେ ଉପଲବ୍ଧ ହେବ ଯେଉଁଥିରେ ଛାତ୍ର ଓ ଶିକ୍ଷକମାନଙ୍କ ପାଇଁ ଟ.୭୦୦୦/- ର ସ୍ୱତନ୍ତ୍ର ଏଚଡିଏଫସି କ୍ୟାସବ୍ୟାକ୍ ସୁବିଧା ରହିଛି। ଗ୍ରାହକମାନେ ମଧ୍ୟ ପତଳା ଓ ହାଲୁକା ଲାପଟପ୍ କିଣିପାରିବେ ଯାହାର ମୂଲ୍ୟ ଟ.୧୬,୯୯୯/- ରୁ ଆରମ୍ଭ ଅଟେ। ପତଳା ଓ ହାଲୁକା ଲାପଟପରେ ସ୍ୱତନ୍ତ୍ର ଡିଲ୍ କେବଳ ଜୁଲାଇ ୨୬ ଓ ୨୭ ରେ ଉପଲବ୍ଧ ରହିବ।

ଇଲେକ୍‌ଟ୍ରୋନିକ୍ ଆଇଟମ ଗୁଡ଼ିକ ଉପରେ ମଧ୍ୟ ଆକର୍ଷଣୀୟ ଅଫର ଉପଲବ୍ଧ ରହିଛି। ୩୨” ସ୍ମାର୍ଟ ଟିଭି ଟ.୧୨,୯୯୦/- ର ପ୍ରାରମ୍ଭିକ ମୂଲ୍ୟରେ ମିଳିପାରିବ । ଡାଇରେକ୍ଟ-କୁଲ୍ ରେଫ୍ରିଜରେଟର ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୧୧,୯୯୦/- ଓ ଏହା ସହିତ ଟ.୧୯୯୯/-ର ମାଗଣା ସାମଗ୍ରୀର ଅଫର ରହିଛି। ଟପ-ଲୋଡ୍ ୱାସିଂ ମେସିନର ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୧୩,୨୯୦/- ଓ ଏହା ସହିତ ଟ.୧୯୯୯/-ର ମାଗଣା ସାମଗ୍ରୀର ଅଫର ରହିଛି। ଆଉ ମଧ୍ୟ ଟ.୩,୪୯୮/- ମୂଲ୍ୟର ବ୍ରେକଫାଷ୍ଟ କମ୍ବୋ (ଏକ ସାଣ୍ଡୱିଚ ମେକର ଓ ଏକ ଇଲେକଟ୍ରିକ୍ କେଟିଲ୍‌) ସ୍ୱତନ୍ତ୍ର ମୂଲ୍ୟ ଟ.୧୧୯୯/- ରେ ଉପଲବ୍ଧ ହେବ।

ଡିଜିଟାଲ୍ ଇଣ୍ଡିଆ ସେଲ୍ ଅନୁଭୂତିକୁ ସହଜିଆ ଫାଇନାନ୍ସ ଓ ଇଏମଆଇ ବିକଳ୍ପ ସହିତ ଆହୁରି ଆକର୍ଷଣୀୟ କରାଯାଇଛି । ଗ୍ରାହକମାନେ ମଧ୍ୟ ଇନଷ୍ଟା ଡେଲିଭରି (୩ ଘଂଟାରୁ କମ୍ ସମୟ ମଧ୍ୟରେ ଡେଲିଭରି) ଓ ନିକଟତମ ଷ୍ଟୋରରୁ ଷ୍ଟୋର ପିକ-ଅପ୍‌ ବିକଳ୍ପ ପାଇପାରିବେ। ସମସ୍ତ ଷ୍ଟୋର ଓ ଡେଲିଭରି ପାର୍ଟନରମାନେ ସମ୍ପୂର୍ଣ୍ଣ ଭାବରେ କୋଭିଡ-ସୁରକ୍ଷା ପଦକ୍ଷେପର ଅନୁପାଳନ କରୁଛନ୍ତି ଓ ଏହାର ଗ୍ରାହକ ତଥା କର୍ମଚାରୀଙ୍କ ପ୍ରତି ଯତ୍ନବାନ ରହିଛନ୍ତି।
*ସମସ୍ତ ଅଫର ଓ ମୂଲ୍ୟରେ ସର୍ତ ଓ ବ୍ୟବସ୍ଥାବଳୀ ଲାଗୁ ହେବ।

ରିଲାଏନ୍‌ସ ଡିଜିଟାଲ୍ ସମ୍ବନ୍ଧରେ

ରିଲାଏନଓ ଡିଜିଟାଲ୍ ହେଉଛି ଭାରତର ସର୍ବବୃହତ୍ ଇଲେକ୍‌ଟ୍ରୋନିକ୍‌ସ ରିଟେଲର ଯାହାକି ୮୦୦ ରୁ ଅଧିକ ସହରରେ ୪୬୦+ ବଡ଼ ଫର୍ମାଟ୍ ରିଲାଏନ୍‌ସ ଡିଜିଟାଲ୍ ଷ୍ଟୋର ଓ ୧୮୦୦+ ମାଇଁ ଜିଓ ଷ୍ଟୋରରେ ଉପଲବ୍ଧ ରହି ସାରା ଦେଶରେ କୋଣ ଅନୁକୋଣରେ ଥିବା ଗ୍ରାହକମାନଙ୍କୁ ସେବା ପ୍ରଦାନ କରୁଛି। ଏଥିରେ ରହିଛି ୨୦୦ ରୁ ଅଧିକ ଆନ୍ତର୍ଜାତିକ ଓ ଜାତୀୟ ବ୍ରାଣ୍ଡ ଓ ୫୦୦୦ ରୁ ଅଧିକ ଉତ୍ପାଦ ତାହା ପୁଣି ଅତ୍ୟନ୍ତ ଆକର୍ଷଣୀୟ ମୂଲ୍ୟରେ। ରିଲାଏନ୍‌ସ ଡିଜିଟାଲରେ ସର୍ବାଧିକ ମଡେଲ ରହିଛି ଯାହା ସହାୟତାରେ ଗ୍ରାହକମାନେ ସେମାନଙ୍କର ଆବଶ୍ୟକତା ଅନୁସାରେ ନିଜର ଜୀବନଶୈଳୀ ଉପଯୋଗୀ ଉତ୍ପାଦକୁ ବାଛି ପାରିବେ। ରିଲାଏନଓ ଡିଜିଟାଲରେ, ତାଲିମପ୍ରାପ୍ତ ଓ ଦକ୍ଷ କର୍ମଚାରୀମାନେ ଆମର ଗ୍ରାହକମାନଙ୍କୁ ସହାୟତା ଓ ପରାମର୍ଶ ପ୍ରଦାନ କରିଥାନ୍ତି ତଥା ଉତ୍ପାଦ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରିଲାଏନ୍‌ସ ଡିଜିଟାଲ୍ ଏହାର ସମସ୍ତ ଉତ୍ପାଦ ପାଇଁ ବିକ୍ରୟ ପରବର୍ତି ସେବା ପ୍ରଦାନ କରିଥାଏ। ରିଲାଏନ୍‌ସ ରେସକ୍ୟୁ ଯାହାକି ରିଟେଲରମାନଙ୍କର ସର୍ଭିସ ଶାଖା ଓ ଭାରତର ଏକମାତ୍ର ଆଇଏସଓ ୯୦୦୧ ପ୍ରମାଣିତ ଇଲେକ୍‌ଟ୍ରୋନିକ୍ସ ସର୍ଭିସ୍ ବ୍ରାଣ୍ଡ ସହାୟତା ପ୍ରଦାନ କରିବା ପାଇଁ ସର୍ବଦା ଉପସ୍ଥିତ ରହିଛି ଓ ଏହା ସମ୍ପୂର୍ଣ୍ଣ ସମାଧାନ କରିବା ପାଇଁ ପ୍ରସ୍ତୁତ ରହିଥାଏ।

ସହଜରେ କ୍ରୟ କରିବା ପାଇଁ ବର୍ତ୍ତମାନ ଗ୍ରାହକମାନେ ରିଲାଏନ୍‌ସ ଡିଜିଟାଲ ଷ୍ଟୋରକୁ ଯାଇପାରିବେ କିମ୍ବା www.reliancedigital.in ରେ ଲଗଅନ୍ କରିପାରିବେ ଯାହାକି ଅନେକ ସ୍ଥାନରେ ଦ୍ରୁତତମ ଡେଲିଭରି ସୁବିଧା (୩ ଘଂଟାରୁ କମ୍ ସମୟ ମଧ୍ୟରେ ଡେଲିଭରି) ଓ ନିକଟତମ ଷ୍ଟୋରରୁ ଷ୍ଟୋର ପିକ-ଅପ୍ ବିକଳ୍ପ ପ୍ରଦାନ କରେ।

ଡିଜିଟାଲ୍ ଇଣ୍ଡିଆ ସେଲ ରିଲାଏନ୍ସ ଡିଜିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

୪ ଦିନ ପରେ ଏହି ଲୋକମାନଙ୍କୁ ମିଳିବ ନାହିଁ ପେଟ୍ରୋଲ, ନିର୍ଦ୍ଦେଶ ଜାରି କଲେ ଯୋଗୀ ସରକାର

August 27, 2025

‘ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍‌ଶୀଘ୍ର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ହେବ’: ପୂର୍ବତନ ବୈଦେଶିକ ସଚିବ

August 27, 2025

ବୈଷ୍ଣୋ ଦେବୀ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୩୨ କୁ ବୃଦ୍ଧି

August 27, 2025

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଆହାର କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ

August 27, 2025
Latest News

୪ ଦିନ ପରେ ଏହି ଲୋକମାନଙ୍କୁ ମିଳିବ ନାହିଁ ପେଟ୍ରୋଲ, ନିର୍ଦ୍ଦେଶ ଜାରି କଲେ ଯୋଗୀ ସରକାର

August 27, 2025

‘ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍‌ଶୀଘ୍ର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ହେବ’: ପୂର୍ବତନ ବୈଦେଶିକ ସଚିବ

August 27, 2025

ବୈଷ୍ଣୋ ଦେବୀ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୩୨ କୁ ବୃଦ୍ଧି

August 27, 2025

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଆହାର କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ

August 27, 2025

ପ୍ୟାକ୍ସ ଗୁଡ଼ିକ ଗୋଟିଏ ଗୋଟିଏ ୱାନ୍-ଷ୍ଟପ୍ ସପ୍ ଭଳି କାର୍ଯ୍ୟ କରିବ: ରାଜେଶ ପ୍ରଭାକର ପାଟିଲ

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.