Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏଣିକି ସ୍ବିଗି ଡେଲିଭରୀ ବଏ ଚଳାଇବେ ଇଲେଟ୍ରିକ୍ ଗାଡି, ରିଲାଏନ୍ସ ବିପି ସହିତ ହେଲା ବୁଝାମଣା
ଜାତୀୟ ଖବର

ଏଣିକି ସ୍ବିଗି ଡେଲିଭରୀ ବଏ ଚଳାଇବେ ଇଲେଟ୍ରିକ୍ ଗାଡି, ରିଲାଏନ୍ସ ବିପି ସହିତ ହେଲା ବୁଝାମଣା

August 5, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଏଣିକି ସ୍ବିଗି ଡେଲିଭରୀ ବଏ ଚଳାଇବେ ଇଲେଟ୍ରିକ୍ ଗାଡି, ରିଲାଏନ୍ସ ବିପି ସହିତ ହେଲା ବୁଝାମଣା

ମୁମ୍ବାଇ, ଏକ ସୁସଂହତ ବିଦ୍ୟୁତ ଚାଳିତ ବାହନ (ଇଭି) ପରିବ୍ୟବସ୍ଥା ସୃଷ୍ଟି ଦିଗରେ ଯୋଗଦାନ ସ୍ୱରୂପ ରିଲାଏନ୍ସ ବିପି ମୋବିଲିଟି ଲିମିଟେଡ ଏବଂ ସ୍ୱିଗି ପକ୍ଷରୁ ସମ୍ମିଳିତ ଉଦ୍ୟମ ଆକାରରେ ଆଜି ପରୀକ୍ଷାମୂଳକ ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି, ଯାହା ଭାରତର ସର୍ବବୃହତ ଖାଦ୍ୟ ଯୋଗାଣ ପ୍ଲାଟଫର୍ମରେ ବିଦ୍ୟୁତ ଚାଳିତ ବାହନ (ଇଭି) ନିୟୋଜନ ବୃଦ୍ଧି ଘଟାଇବ ।

ବିଦ୍ୟୁତ ଚାଳିତ ୨-ଚକିଆ ନିୟୋଜନ ସହିତ ବ୍ୟାଟେରୀ ଚାଳିତ ବିଦ୍ୟୁତ ଯାନବାହନ (ଇଭି) ଗୁଡିକର ବ୍ୟବହାର ନିମନ୍ତେ ଏହି ସହଭାଗିତାରେ ଲକ୍ଷ୍ୟ ରଖାଯାଇଛି, ଯାହାକୁ ଜିଓ-ବିପିର ବ୍ୟାଟେରୀ ସ୍ୱାପ ଷ୍ଟେସନସମୂହର ନେଟୱର୍କ ଏବଂ ସ୍ୱିଗିର ଯୋଗାଣ ସହଭାଗୀମାନଙ୍କର ନେଟୱର୍କ ସମର୍ଥନ ଯୋଗାଇବ ।

ଦୁଇ ଅଗ୍ରଣୀ ଶିଳ୍ପ ସଂସ୍ଥାର ଏହି ସହଭାଗିତା ସଂପୂର୍ଣ୍ଣ ନୂତନ ବ୍ୟବସାୟିକ ମଡେଲ ଜରିଆରେ ଯୋଗାଣକାରୀ ଯାନବାହନ ନିମନ୍ତେ ଏକ ସବୁଜ ଓ କମ୍ ବ୍ୟୟସାପେକ୍ଷ ସମାଧାନ ଯୋଗାଇବାକୁ ସେମାନଙ୍କର ଯଥାସାଧ୍ୟ ସାମର୍ଥ୍ୟ, ପରିବ୍ୟାପ୍ତି ଏବଂ ପ୍ରଯୁକ୍ତି କ୍ଷେତ୍ରରେ ସମନ୍ୱୟ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି । ସ୍ୱିଗି ସହଯୋଗରେ ଆରବିଏମଏଲ ବିଭିନ୍ନ ସ୍ଥାନରେ ଜିଓ-ବିପି ବ୍ୟାଟେରୀ ସ୍ୱାପିଂ ଷ୍ଟେସନଗୁଡିକ ସ୍ଥାପନ କରିବ ଏବଂ ସ୍ୱିଗିର ସମସ୍ତ ଯୋଗାଣକାରୀ ସହଭାଗୀ ତଥା ବ୍ୟାଟେରୀ ସ୍ୱାପିଂ ସମ୍ପର୍କିତ ସ୍ୱିଗିର ଅଧିକୃତ କର୍ମଚାରୀଙ୍କୁ ସମସ୍ତ ଆବଶ୍ୟକ ବୈଷୟିକ ସହାୟତା ଓ ତାଲିମ ଯୋଗାଇଦେବ ।

ଏ ସମ୍ପର୍କରେ ପ୍ରକାଶକରି ରିଲାଏନ୍ସ ବିପି ମୋବିଲିଟି ଲିମିଟେଡର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ହରିଶ ସି. ମେହଟା କହିଛନ୍ତି, “ବିଦ୍ୟୁତ ଚାଳିତ ଗମନାଗମନ ନିମନ୍ତେ ଭାରତ ସରକାର ରଖିଥିବା ଦୂରଦୃଷ୍ଟିକୁ ସମର୍ଥନ କରିବା ଲକ୍ଷ୍ୟରେ ଆରବିଏମଏଲ ଇ-ମୋବିଲିଟି ସେବା କ୍ଷେତ୍ରକୁ ପ୍ରବେଶ କରିଛି ଏବଂ ଏଭଳି ଏକ ପରିବ୍ୟବସ୍ଥା ସୃଷ୍ଟି କରିବାକୁ ପ୍ରତିବଦ୍ଧ, ଯାହା ଦେଶରେ ବିଦ୍ୟୁତ ଚାଳିତ ଯାନବାହନ ବ୍ୟବହାରିତାକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ।

ବିଦ୍ୟୁତିକରଣ କ୍ଷେତ୍ରରେ ବିପିର ବିଶ୍ୱସ୍ତରୀୟ ଜ୍ଞାନକୁ ଉପଯୋଗ କରି ଆରବିଏମଏଲ ଇଭି ଚାର୍ଜିଂ ହବ୍ ଏବଂ ବ୍ୟାଟେରୀ ସ୍ୱାପିଂ ଷ୍ଟେସନସମୂହର ଏକ ମଜଭୁତ ଏବଂ ଦୀର୍ଘସ୍ଥ୍ରାୟୀ ଭିତିଭୂମି ସୃଷ୍ଟି କରୁଛି, ଯାହା ସମସ୍ତ ସହଭାଗୀଙ୍କୁ ଡିଜିଟାଲ ଉପାୟରେ ପରିଚାଳିତ ସେବା ଯୋଗାଇବ । ସ୍ୱିଗି ସହିତ ଆମର ସହଭାଗିତା ଦେଶରେ ଯୋଗାଣ ଏବଂ ପରିବହନ କମ୍ପାନୀଗୁଡିକ ମଧ୍ୟରେ ଇଭିର ବ୍ୟବହାର ବୃଦ୍ଧି କରିବାର ସାମର୍ଥ୍ୟ ରଖୁଛି । ଆମେ ଦୃଢ ନିଶ୍ଚିତ ଯେ ସ୍ୱିଗି ଏବଂ ତାହାର ଯୋଗାଣ ସହଭାଗୀମାନେ ଆମର ବ୍ୟାଟେରୀ ସ୍ୱାପ ଷ୍ଟେସନଗୁଡିକର ବିସ୍ତାରିତ ନେଟୱର୍କରୁ ବହୁ ଭାବରେ ଉପକୃତ ହେବେ ।”

ସ୍ୱିଗିର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଶ୍ରୀହର୍ଷ ମାଜେଟି କହିଛନ୍ତି, “ବ୍ୟବସାୟିକ ଅଭିବୃଦ୍ଧି ସହିତ ସମାନ ସମୟରେ ଏହାର ଅଂଶୀଦାରଙ୍କ ସ୍ୱାର୍ଥ, ଗୋଷ୍ଠୀର କଲ୍ୟାଣ ଏବଂ ପରିବେଶ ଉପରେ ପ୍ରଭାବକୁ ସର୍ବନିମ୍ନ ସ୍ତରରେ ରଖିବା ଆଦି ବିଷୟ ପ୍ରତି ଦୃଷ୍ଟି ଦେବାକୁ ହେବ । ସ୍ୱିଗିର ଯାନବାହନଗୁଡିକ ପ୍ରତି ମାସରେ ନିୟୁତାଧିକ ସଂଖ୍ୟାରେ ସାମଗ୍ରୀ ଯୋଗାଇ ଦେଉଛନ୍ତି ଏବଂ ଆମ ସହଭାଗୀମାନେ ଦୈନିକ ହାରାହାରି ୮୦-୧୦୦ କିଲୋମିଟର ଯାତ୍ରା କରୁଛନ୍ତି ।

ଆମେ ଆମ ଗ୍ରାହକଙ୍କୁ ଅଧିକ ସ୍ୱାଚ୍ଛନ୍ଦ୍ୟ ଯୋଗାଇଦେବା ଦିଗରେ ଉଦ୍ୟମ ଜାରି ରଖିଥିବାବେଳେ ଆମେ ଆମ ବ୍ୟବସାୟ ପରିଚାଳନା କ୍ଷେତ୍ରରେ ପରିବେଶ ଉପରେ ପଡୁଥିବା ପ୍ରଭାବ ପ୍ରତି ମଧ୍ୟ ସଚେତନ ରହିଛୁ ଏବଂ ଆମର ଯାତ୍ରାକୁ ଅଧିକ ନିରନ୍ତର କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେଉଛୁ । ଏ କ୍ଷେତ୍ରରେ ଇଭିକୁ ରୂପାନ୍ତରଣ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ହୋଇଛି । ଏହା ପରିବେଶ ଉପରେ ସକାରାତ୍ମକ ପ୍ରଭାବ ପକାଇବା ସହିତ ଆମର ଯୋଗାଣ ସହଭାଗୀଙ୍କୁ ଅଧିକ ଆୟ କରିବା ନିମନ୍ତେ ସଶକ୍ତ କରିବ ।”

ସମଗ୍ର ଦେଶରେ ବ୍ୟାଟେରୀ ସ୍ୱାପିଂ ଷ୍ଟେସଗୁଡିକର ସର୍ବବୃହତ ନେଟୱାର୍କ ସ୍ଥାପନ ଲକ୍ଷ୍ୟରେ ଆରବିଏମଏଲ ଏକ ପରିବ୍ୟବସ୍ଥା ସୃଷ୍ଟି କରୁଛି ଯାହା ଇଭି ମୂଲ୍ୟ ଶୃଙ୍ଖଳରେ ସମସ୍ତ ସହଭାଗୀଙ୍କୁ ଫାଇଦା ପହଂଚାଇବ । ସ୍ୱିଗି ସହିତ କମ୍ପାନୀର ସହଭାଗିତା ଭାରତର ସାମଗ୍ରୀ ଯୋଗାଣ ଓ ପରିବହନକାରୀ କମ୍ପାନୀଗୁଡିକ ମଧ୍ୟରେ ଇଭିର ବ୍ୟବହାର ବୃଦ୍ଧି ଘଟାଇବ । ଉଚ୍ଚ ପ୍ରଦର୍ଶନକାରୀ ବ୍ୟାଟେରୀ ସଡକରେ ଉତ୍ତମ ଫଳାପଳ ଦେଉଥିବାବେଳେ ମାତ୍ର କେଇ ମିନିଟ ମଧ୍ୟରେ ସ୍ୱାପିଂ ଦ୍ୱାରା ବିଶେଷକରି ଶେଷ ମାଇଲ ସାମଗ୍ରୀ ଯୋଗାଣ ନିମନ୍ତେ ଚଳାଚଳ କରୁଥିବା ଦୁଇ ଓ ତିନି-ଚକିଆ ଯାନବାହନ ନିମନ୍ତେ ଏକ ଉପଯୁକ୍ତ ସମାଧାନ ହୋଇଛି ।

ଜିଓ-ବିପି ଆଗାମୀ ପାଂଚବର୍ଷ ମଧ୍ୟରେ ଏହାର ରିଟେଲ ବିକ୍ରୟ ସ୍ଥଳଗୁଡିକରେ ହଜାର ହଜାର ବ୍ୟାଟେରୀ ସ୍ୱାପିଂ ଷ୍ଟେସନଗୁଡିକର ଏକ ବିତରଣ ନେଟୱର୍କ ସ୍ଥାପନ ସହିତ ସମଗ୍ର ଭାରତରେ ପ୍ରମୁଖ ଆବାସିକ ଏବଂ ବ୍ୟବସାୟିକ କଂପ୍ଲେକ୍ସ, ମଲ୍‌, ହୋଟେଲ, ବିଜନେସ ପାର୍କ, ଆଇଟି ହବ୍‌, ପାର୍କିଂ ସ୍ଥଳ ଆଦିରେ ମଧ୍ୟ ଏହି ଷ୍ଟେସନ ସ୍ଥାପନ କରିବ ।

ଏକ ସମନ୍ୱିତ ଇଭି ଭିତିଭୂମି କମ୍ପାନୀ ଭାବରେ ଜିଓ-ବିପି ମଧ୍ୟ ଅଗ୍ରଣୀ ଓଇଏମ, ପ୍ରଯୁକ୍ତି ଏବଂ ପ୍ଲାଟଫର୍ମ ସଂସ୍ଥାଗୁଡିକ ସହିତ ଏହାର ଇଭି ସ୍ଥିର ଚାର୍ଜିଂ ଷ୍ଟେସନ ସ୍ଥାପନ ନିମନ୍ତେ ସକ୍ରିୟ ଭାବରେ ସହଭାଗିତା କରୁଛି ଏବଂ ଏହା ନିର୍ଦ୍ଦିଷ୍ଟ ଭାବରେ କାର୍ ଏବଂ ବସ ପାଇଁ କରାଯାଉଛି । ନିକଟ ଭବିଷ୍ୟତରେ ଏଗୁଡିକ ବିଭିନ୍ନ ସହରାଂଚଳରେ ମଧ୍ୟ ଦେଖିବାକୁ ମିଳିବ।

Swiggy
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଆଜି ମଙ୍ଗଳବାରରେ କେତେକ ରାଶି ଉପରେ ହନୁମାନଙ୍କ ରହିଛି ଆଶୀର୍ବାଦ

October 21, 2025

ଲୋକପ୍ରିୟ ହାସ୍ୟ ଅଭିନେତା ଅସରାନିଙ୍କ ଦେହାନ୍ତ: ଜାଣନ୍ତୁ ତାଙ୍କ ବିଷୟରେ ସବୁ କିଛି

October 20, 2025

ନାମାଙ୍କନ ଦାଖଲ କରିବା ମାତ୍ରେ ଆରଜେଡି ପ୍ରାର୍ଥୀଙ୍କୁ ଗିରଫ କଲା ଝାଡ଼ଖଣ୍ଡ ପୋଲିସ: ଜାଣନ୍ତୁ କାରଣ

October 20, 2025

ପାର୍ବଣ ଋତୁରେ ଯାତ୍ରୀଙ୍କ ଗତିବିଧିର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

October 20, 2025
Latest News

ରାଶିଫଳ: ଆଜି ମଙ୍ଗଳବାରରେ କେତେକ ରାଶି ଉପରେ ହନୁମାନଙ୍କ ରହିଛି ଆଶୀର୍ବାଦ

October 21, 2025

ଲୋକପ୍ରିୟ ହାସ୍ୟ ଅଭିନେତା ଅସରାନିଙ୍କ ଦେହାନ୍ତ: ଜାଣନ୍ତୁ ତାଙ୍କ ବିଷୟରେ ସବୁ କିଛି

October 20, 2025

ନାମାଙ୍କନ ଦାଖଲ କରିବା ମାତ୍ରେ ଆରଜେଡି ପ୍ରାର୍ଥୀଙ୍କୁ ଗିରଫ କଲା ଝାଡ଼ଖଣ୍ଡ ପୋଲିସ: ଜାଣନ୍ତୁ କାରଣ

October 20, 2025

ପାର୍ବଣ ଋତୁରେ ଯାତ୍ରୀଙ୍କ ଗତିବିଧିର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

October 20, 2025

ଆଇଏନଏସ ବିକ୍ରାନ୍ତରେ ଦେଶପ୍ରେମ ଓ ଆଲୋକର ଉତ୍ସବ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

October 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.