Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»PIB_NEWS»ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର, ଫ୍ୟାମିଲି ପେନସନ ପରିମାଣ ଶେଷ ଦରମାର ୩୦ ପ୍ରତିଶତକୁ ବୃଦ୍ଧି
PIB_NEWS

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର, ଫ୍ୟାମିଲି ପେନସନ ପରିମାଣ ଶେଷ ଦରମାର ୩୦ ପ୍ରତିଶତକୁ ବୃଦ୍ଧି

August 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର, ଫ୍ୟାମିଲି ପେନସନ ପରିମାଣ ଶେଷ ଦରମାର ୩୦ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ, ବ୍ୟାଙ୍କ କର୍ମଚାରୀମାନଙ୍କ ପରିବାରକୁ ଆଶ୍ବସ୍ତି ପ୍ରଦାନ କରିବାର ଏକ ପଦକ୍ଷେପ ସ୍ବରୂପ, ଫ୍ୟାମିଲି ପେନସନ ପରିମାଣ ଶେଷ ଦରମାର ୩୦ ପ୍ରତିଶତକୁ ବୃଦ୍ଧି କରିବା ଲାଗିଇଣ୍ଡିଆନ ବ୍ୟାଙ୍କସ୍ ଆସୋସିଏସନ୍ସ (ଆଇବିଏ)ର ପ୍ରସ୍ତାବକୁ ସରକାର ମଞ୍ଜୁର କରିଛନ୍ତି। ଏହି ପଦକ୍ଷେପ ଫଳରେ ପ୍ରତ୍ୟେକ ବ୍ୟାଙ୍କ କର୍ମଚାରୀଙ୍କ ପାରିବାରିକ ପେନସନ ପରିମାଣ ୩୦,୦୦୦ରୁ ୩୫,୦୦୦ ଟଙ୍କାକୁ ବୃଦ୍ଧି ପାଇବ। ଆଜି ମୁମ୍ବାଇ ଠାରେ ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ଅର୍ଥ ମନ୍ତ୍ରଣାଳୟ ଅଧୀନ ଆର୍ଥିକ ବ୍ୟାପାର ବିଭାଗର ସଚିବ ଦେବାଶୀଷ ପଣ୍ଡା ଏହି ଘୋଷଣା କରିଛନ୍ତି।

ଆର୍ଥିକ ବ୍ୟାପାର ବିଭାଗ ସଚିବ ଶ୍ରୀ ପଣ୍ଡା ସୂଚନା ଦେଇଥିଲେ ଯେ, ରାଷ୍ଟ୍ରାୟତ୍ତ କ୍ଷେତ୍ର ବ୍ୟାଙ୍କ କର୍ମଚାରୀଙ୍କ ମଜୁରି ସଂଶୋଧନ ଉପରେ ୧୧ତମ ଦ୍ବିପକ୍ଷୀୟ ସେଟଲମେଣ୍ଟକୁ ଜାରି ରଖି, ଫ୍ୟାମିଲି ପେନସନ ଏବଂ ଏନପିଏସ ଅନ୍ତର୍ଗତ ନିଯୁକ୍ତିଦାତାଙ୍କ ଯୋଗଦାନ ପାଇଁ ଏକ ପ୍ରସ୍ତାବ ଦିଆଯାଇଥିଲା। ନଭେମ୍ବର ୧୧, ୨୦୨୦ରେ ବିଭିନ୍ନ ବ୍ୟାଙ୍କ ୟୁନିଅନ ଓ ଆଇବିଏ ମଧ୍ୟରେ ଏହି ଦ୍ବିପକ୍ଷୀୟ ସେଟଲମେଣ୍ଟ ସ୍ବାକ୍ଷରିତ ହୋଇଥିଲା। ଏହାକୁ ଆଧାର କରି ମିଳିଥିବା ପ୍ରସ୍ତାବକୁ ଅର୍ଥ ମନ୍ତ୍ରୀ ମଞ୍ଜୁର କରିଥିବା ସଚିବ ସୂଚନା ଦେଇଛନ୍ତି।

ସଚିବ ଆହୁରି କହିଥିଲେ ଯେ ପୂର୍ବରୁ ଏହି ଯୋଜନାରେ ପେନସନ ଭୋଗୀମାନେ ଏକ ସମୟରେ ୧୫, ୨୦, ୩୦ ପ୍ରତିଶତ ସ୍ଲାବରେ ପେନସନ ଉଠାଣ କରୁଥିଲେ। ଏହାର ସର୍ବାଧିକ ସୀମା ୯,୨୮୪ଟଙ୍କା ନିର୍ଦ୍ଧାରଣ କରାଯାଇଥିଲା। ଏହା ଅତ୍ୟନ୍ତ ସ୍ବଳ୍ପ ପରିମାଣ ଥିଲା ଏବଂ ଅର୍ଥ ମନ୍ତ୍ରୀ ଶ୍ରୀମତୀ ସୀତାରମଣ ଏହାକୁ ନେଇ ଚିନ୍ତିତ ଥିଲେ। ସେ ଏଥିରେ ସଂଶୋଧନ ଆଣିବାକୁ ଚାହିଁଥିଲେ ଯାହା ଫଳରେ ବ୍ୟାଙ୍କ କର୍ମଚାରୀମାନଙ୍କ ପରିବାରବର୍ଗ ଜୀବନ ନିର୍ବାହ ପାଇଁ ଆବଶ୍ୟକ ପରିମାଣର ଅର୍ଥ ପାଇପାରିବେ।

ସରକାର ମଧ୍ୟ ଏନପିଏସ ଅଧୀନରେ ନିଯୁକ୍ତିଦାତାଙ୍କ ଯୋଗଦାନକୁ ବର୍ତ୍ତମାନର ୧୦ ପ୍ରତିଶତରୁ ବୃଦ୍ଧି କରି ୧୪ ପ୍ରତିଶତ କରିବା ଲାଗି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ପରିବର୍ଦ୍ଧିତ ଫ୍ୟାମିଲି ପେନସନ ଦ୍ବାରା ସରକାରୀ ବ୍ୟାଙ୍କ କର୍ମଚାରୀମାନଙ୍କର ହଜାର ହଜାର ପରିବାର ସଦସ୍ୟ ଉପକୃତ ହେବେ। ସେହିପରି ନିଯୁକ୍ତିଦାତାଙ୍କ ଯୋଗଦାନ ବୃଦ୍ଧି କରାଯିବା ଫଳରେ ଏନପିଏସ ଅଧୀନରେ ବ୍ୟାଙ୍କ କର୍ମଚାରୀଙ୍କୁ ଅଧିକ ଆର୍ଥିକ ସୁରକ୍ଷା ମିଳିପାରିବ।

ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଥିବା ଅର୍ଥ ମନ୍ତ୍ରୀ ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କ ଗୁଡ଼ିକର ପ୍ରଦର୍ଶନ ସମୀକ୍ଷା କରିଥିଲେ ଏବଂ ସ୍ମାର୍ଟ ବ୍ୟାଙ୍କିଙ୍ଗ ପାଇଁ ଇଜ୍ ୪.୦ ସଂସ୍କାର ଏଜେଣ୍ଡାର ଶୁଭାରମ୍ଭ କରିଥିଲେ।

ବ୍ୟାଙ୍କ କର୍ମଚାରୀ
Share. Facebook Twitter LinkedIn Email WhatsApp Copy Link

Related Posts

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ: ବିବାହ ମଣ୍ଡପରେ କର୍ତ୍ତା ଭାବେ ବସିଲେ ମୁଖ୍ୟମନ୍ତ୍ରୀ

February 3, 2026

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.