Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓକୁ ପୂରିଲା ୫ ବର୍ଷ: ଭାରତରେ ୪ଜି ଡିଜିଟାଲ କ୍ରାନ୍ତିର ଯାତ୍ରା
ଆଜିର ଖବର

ଜିଓକୁ ପୂରିଲା ୫ ବର୍ଷ: ଭାରତରେ ୪ଜି ଡିଜିଟାଲ କ୍ରାନ୍ତିର ଯାତ୍ରା

September 6, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆଜିକୁ ୫ ବର୍ଷ ପୂର୍ବେ ସେପ୍ଟେମ୍ବର ୫, ୨୦୧୬ ରେ ରିଲାଏନ୍ସ ଜିଓ ଭାରତରେ ମୋବାଇଲ ସେବା ଆରମ୍ଭ କରିଥିଲା। ତେବେ ସେତେବେଳେ ବହୁତ କମ ଲୋକ ଭାବି ପାରିଥିଲେ ଜିଓ ପାଂଚ ବର୍ଷ ଭିତରେ ଭାରତରେ ଡାଟା ବ୍ୟବହାର କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ ଏବଂ ଭାରତକୁ ମୋବାଇଲ ଡାଟା ବ୍ୟବହାରରେ ସେତେବେଳର ୧୫୫ ସ୍ଥାନରୁ ଆଣି ବିଶ୍ୱର ଏକ ନମ୍ବର ସ୍ଥାନରେ ପହଞ୍ଚାଇବ। କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ବର୍ତ୍ତମାନର ଆହ୍ୱାନପୂର୍ଣ୍ଣ ସମୟରେ ଶସ୍ତା ଡାଟା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। ୱାର୍କ ଫ୍ରମ୍ ହୋମ୍ ହେଉ କିମ୍ବା ଅନଲାଇନ କ୍ଲାସ ଅଥବା ଅନଲାଇନ ସପିଂ ସବୁଥିରେ ସହାୟକ ହୋଇଛି ମୋବାଇଲ ଡାଟା।

୨୦୧୬ ସେପ୍ଟେମ୍ବରରେ ଜିଓ ଦେଶରେ ବ୍ୟବସାୟିକ ଭାବରେ ୪ଜି ସେବା ଆରମ୍ଭ କରିବା ପରେ ସୁଲଭ ହାଇସ୍ପିଡ୍ ଇଂଟରନେଟ୍‌ର ଏକପ୍ରକାର ବିପ୍ଳବର ପ୍ରାରମ୍ଭ ହୋଇଥିଲା।  ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତରେ ବ୍ରଡ୍‌ବ୍ୟାଣ୍ଡ ଉପଭୋକ୍ତା ସଂଖ୍ୟା ସେପ୍ଟେମ୍ବର ୨୦୧୬ରେ ମାତ୍ର ୧୯.୨୩ କୋଟିରୁ ପ୍ରାୟ ତିନିଗୁଣାରୁ ଅଧିକ ବୃଦ୍ଧି ପାଇ ଜୁନ୍ ୨୦୨୧ ସୁଦ୍ଧା ୭୯.୨୮ କୋଟିରୁ ଉର୍ଦ୍ଧ୍ୱରେ ପହଁଚିଛି।

ସେହିଭଳି ପ୍ରତି ଗ୍ରାହକ ପିଛା ହାରାହାରି ମାସିକ ଡାଟା ବ୍ୟବହାର ୨୦୧୬ର ମାତ୍ର ୮୭୮.୬୩ ଏମବି ରୁ ପ୍ରାୟ ୧୩ ଗୁଣା ବୃଦ୍ଧି ପାଇ ମାର୍ଚ୍ଚ ୨୦୨୧ ସୁଦ୍ଧା ୧୨.୩୩ ଜିବିରେ ପହଁଚିଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡିଛି। ଏକ ଜିବି ଡାଟାର ମୂଲ୍ୟ ୨୦୧୬ରେ ୧୮୫ରୁ ୨୦୦ ଟଙ୍କା ମଧ୍ୟରେ ରହିଥିବା ବେଳେ ଟ୍ରାଇର ଟେଲିକମ୍ କ୍ଷେତ୍ରର ପ୍ରଦର୍ଶନ ରିପୋର୍ଟ ଅନୁଯାୟୀ ଏହା ପ୍ରାୟ ଜିବି ପ୍ରତି ୧୦.୭୭ ଟଙ୍କାରେ ପହଞ୍ଚିଛି । ସେହିଭଳି ଗ୍ରାହକ ପ୍ରତି ମାସିକ ଭଏସ୍ କଲ୍ ବ୍ୟବହାର ୩୧୦ ମିନିଟ୍ ରୁ ବୃଦ୍ଧିପାଇ ୮୧୮ ମିନିଟ୍‌ରେ ପହଂଚିଛି।

ତେବେ ଜିଓର ପାଂଚ ବର୍ଷ ମଧ୍ୟରେ ଭାରତରେ ସୋସିଆଲ୍ ମିଡିଆ, ଓଟିଟି ପ୍ଲାଟଫର୍ମ ଏବଂ ବିଭିନ୍ନ ଉପଯୋଗୀ ଆପ୍ସ ବ୍ୟବହାର ବହୁଗୁଣିତ ହୋଇଛି। ଉଦାହରଣ ସ୍ୱରୂପ ଏହି ପାଂଚ ବର୍ଷରେ ଭାରତରେ ଫେସ୍‌ବୁକ ବ୍ୟବହାରକାରୀଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇ ୨୦୧୬ର ୨୦ କୋଟିରୁ ୨୦୨୧ରେ ୪୨ କୋଟିରୁ ଉର୍ଦ୍ଧ୍ୱରେ ପହଁଚିଛି। ସମାନ ସମୟରେ ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ସଂଖ୍ୟା ୧୯ କୋଟିରୁ ବଢି ୩୯ କୋଟିରେ ପହଁଚିଛି। ୟୁଟ୍ୟୁବ୍ ଭଳି ଭିଡିଓ ପ୍ଲାଟଫର୍ମର ବ୍ୟବହାର ବହୁଗୁଣିତ ହୋଇଥିବା ବେଳେ ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍ ଓ ଡିଜ୍‌ନି ହଟ୍‌ଷ୍ଟାର ଭଳି ଓଟିଟି ପ୍ଲାଟ୍‌ଫର୍ମ ଦେଶର କୋଣ ଅନୁକୋଣରେ ଲୋକମାନଙ୍କ ପାଖରେ ପହଂଚିପାରିଛନ୍ତି।

ତେବେ ୪ଜି ଡିଜିଟାଲ୍ ବିପ୍ଳବର ଏହି ପାଂଚ ବର୍ଷରେ ସବୁଠାରୁ ବଡ ପରିବର୍ତନ ଆସିଛି ଗ୍ରାମାଂଚଳରେ ଇଂଟରନେଟ୍ ଓ ମୋବାଇଲ୍ ବ୍ରଡବ୍ୟାଣ୍ଡ୍‌ର ବ୍ୟବହାର କ୍ଷେତ୍ରରେ। ଟ୍ରାଇ ତଥ୍ୟ ଅନୁଯାୟୀ ସେପ୍ଟେମ୍ବର ୨୦୧୬ରେ ଭାରତର ଗ୍ରାମାଂଚଳରେ ପ୍ରାୟ ୪.୪୨ କୋଟି ଲୋକ ବ୍ରଡବ୍ୟାଣ୍ଡ ଇଂଟରନେଟ୍ ବ୍ୟବହାର କରୁଥିବା ବେଳେ ମାର୍ଚ୍ଚ ୨୦୨୧ ସୁଦ୍ଧା ଏହି ସଂଖ୍ୟା ଏବେ ପ୍ରାୟ ୩୦ କୋଟିରେ ପହଂଚିିଛି। ସେହିଭଳି ଦେଶରେ ମୋଟ ଇଂଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୨୦୧୬ ସେପ୍ଟେମ୍ବରରେ ୩୬.୭ କୋଟିରୁ ବୃଦ୍ଧିପାଇ ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ୮୨.୫ କୋଟିରେ ପହଁଚିଛି। ସେହିଭଳି ଟ୍ରାଇ ତଥ୍ୟ ଅନୁସାରେ ୨୦୧୬ ସେପ୍ଟେମ୍ବରରେ ଦେଶର ଗ୍ରାମାଂଚଳରେ ପ୍ରତି ୧୦୦ ଜଣ ଲୋକଙ୍କ ମଧ୍ୟରୁ ୧୩.୬୫ ଜଣଙ୍କ ପାଖରେ ଇଂଟରନେଟ୍ ସୁବିଧା ଉପଲବ୍ଧ ଥିବାବେଳେ ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ଏହା ପ୍ରତି ୧୦୦ ଜଣରେ ୩୬.୨୪ ଜଣଙ୍କ ପାଖରେ ପହଁଚିଛି। ଜିଓର ଶସ୍ତା ୪ଜି ଫୋନ୍ ଜିଓଫୋନ୍ ଜରିଆରେ ଗ୍ରାମାଂଚଳରେ ଇଣ୍ଟରନେଟ୍ ବ୍ୟବହାର ସୁଲଭ ଓ ପରିବ୍ୟାପ୍ତ ହୋଇଛି।

ଓଡିଶାରେ ଜିଓ:

ଦେଶର ଅନ୍ୟ ସ୍ଥାନଭଳି ଓଡିଶାରେ ମଧ୍ୟ ୨୦୧୬ ସେପ୍ଟେମ୍ବର ୫ ରେ ଜିଓ ବ୍ୟବସାୟିକ ସେବା ଆରମ୍ଭ କରିଥିଲା। ବିଗତ ପାଂଚବର୍ଷ ମଧ୍ୟରେ ଜିଓ ଅନ୍ୟ ସମସ୍ତ ଟେଲିକମ୍ ଅପରେଟରମାନଙ୍କୁ ପଛରେ ପକାଇ ଉଭୟ ଗ୍ରାହକ ସଂଖ୍ୟା ଓ ରାଜସ୍ୱ କ୍ଷେତ୍ରରେ ଓଡିଶାରେ ଏକ ନମ୍ବର ସ୍ଥାନ ହାସଲ କରିଛି।

ନିକଟରେ ଟ୍ରାଇ ପକ୍ଷରୁ ପ୍ରକାଶିତ ଆର୍ଥିକ ରିପୋର୍ଟ ଅନୁଯାୟୀ ଓଡିଶାରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱର ୫୨.୩% ରୁ ଉର୍ଦ୍ଧ୍ୱ ହାସଲ କରିଛି ଜିଓ। ସେହିଭଳି ରାଜ୍ୟର ମୋଟ ୩.୪୭ କୋଟି ମୋବାଇଲ୍ ଉପଭୋକ୍ତାଙ୍କ ମଧ୍ୟରୁ ପ୍ରାୟ ଦେଢ କୋଟି ମୋବାଇଲ୍ ଗ୍ରାହକଙ୍କ ସହ ଜିଓ ଏକ ନମ୍ବର ସ୍ଥାନ ହାସଲ କରିଛି । ଅନ୍ୟମାନଙ୍କ ମଧ୍ୟରେ ଓଡିଶାରେ ଭାରତୀ ଏୟାରଟେଲ୍‌ର ୧.୧୧ କୋଟି ମୋବାଇଲ୍ ଗ୍ର୍ରାହକ ରହିଥିବାବେଳେ ବିଏସ୍‌ଏନ୍‌ଏଲ୍‌ର ୬୪.୨ ଲକ୍ଷ ଏବଂ ଭୋଡାଫୋନ୍ ଆଇଡିଆର ୨୪.୮୯ ଲକ୍ଷ ଗ୍ରାହକ ରହିଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି।

ଜିଓ ସହିତ ଆସିଥିବା ଡାଟା କ୍ରାନ୍ତି ବଳରେ ଓଡିଶାରେ ମୋବାଇଲ୍ ଡାଟା ବ୍ୟବହାରରେ ମଧ୍ୟ ଏହି ଚାରି ବର୍ଷ ମଧ୍ୟରେ ବ୍ୟାପକ ବୃଦ୍ଧି ଘଟିଛି। ଟ୍ରାଇ ତଥ୍ୟ ଅନୁସାରେ ଓଡିଶାରେ ୨୦୧୬ ସେପ୍ଟେମ୍ବରରେ ମୋବାଇଲ୍ ବ୍ରଡବ୍ୟାଣ୍ଡ୍ ବ୍ୟବହାରକାରୀଙ୍କ ସଂଖ୍ୟା ୪୧.୪ ଲକ୍ଷ ରହିଥିବା ବେଳେ ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ଏହା ୨.୦୫ କୋଟିରେ ପହଁଚିଛି। ସେହିଭଳି ଓଡିଶାର ଗ୍ରାମାଂଚଳରେ ବ୍ରଡ୍‌ବ୍ୟାଣ୍ଡ୍ ବ୍ୟବହାରକାରୀଙ୍କ ସଂଖ୍ୟା ସେପ୍ଟେମ୍ବର ୨୦୧୬ରେ ୮.୭ ଲକ୍ଷରୁ ବୃଦ୍ଧିପାଇ ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ୧.୩୧ କୋଟିରେ ପହଁଚିଥିବା ଟ୍ରାଇ ତଥ୍ୟରୁ ଜଣାପଝିଛି। ରାଜ୍ୟର ଗ୍ରାମାଂଚଳରେ ଏହି ଡିଜିଟାଲ୍ କ୍ରାନ୍ତିରେ ଜିଓର ସର୍ବବୃହତ୍ ୪ଜି ନେଟ୍‌ୱର୍କ ଓ ଦୁର୍ଗମ ଅଂଚଳକୁ ୪ଜି ନେଟ୍‌ୱର୍କରେ ଯୋଡିବାକୁ ନିରନ୍ତର ପ୍ରୟାସ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣକରିଛି ଏବଂ ସାଂପ୍ରତିକ ସମୟରେ ଅନ୍‌ଲାଇନ୍ ପାଠପଢାରେ ଗ୍ରାମାଂଚଳର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ବେଶ୍ ସହାୟକ ସାବ୍ୟସ୍ତ ହୋଇଛି।

ଜିଓ ଡିଜିଟାଲ କ୍ରାନ୍ତି ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Latest News

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025

ବାଣପୁର ବ୍ଲକରେ ଯୋଗଦେଲେ ନୂତନ ବିଡ଼ିଓ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.