Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କେଭିଆଇସି ଦ୍ୱାରା ଓଡିଶାର ପ୍ରଥମ ସିଲ୍‌କ ସୂତା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା
ଜାତୀୟ ଖବର

କେଭିଆଇସି ଦ୍ୱାରା ଓଡିଶାର ପ୍ରଥମ ସିଲ୍‌କ ସୂତା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା

September 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେଭିଆଇସି ଦ୍ୱାରା ଓଡିଶାର ପ୍ରଥମ ସିଲ୍‌କ ସୂତା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା

ଭୁବନେଶ୍ବର: ଶହ ଶହ ବର୍ଷ ଧରି ଓଡିଶା ଏହାର ରମଣୀୟ ସିଲ୍‌କ ବିଶେଷ କରି ଟସର ପ୍ରଜାତି ସିଲ୍‌କ ପାଇଁ ପ୍ରସିଦ୍ଧି ଲାଭ କରିଛି । ଏହା ହଜାର ହଜାର ଆଦିବାସୀ ମହିଳାଙ୍କୁ କର୍ମନିଯୁକ୍ତି ଦେଇଥାଏ । ମାତ୍ର ଓଡିଶାର ସିଲ୍କ ବୁଣାଳୀମାନେ କଞ୍ଚାମାଲ ପାଇଁ ପୁରାପୁରି ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ କର୍ଣ୍ଣାଟକ ରାଜ୍ୟ ଉପରେ ନିର୍ଭରଶୀଳ ହେବା ସହ ଅଧିକ ମୂଲ୍ୟ ଦେଇ ସିଲ୍‌କ ସୂତା କ୍ରୟ କରିଥାନ୍ତି ।

ମାତ୍ର ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ଏକ ଐତିହାସିକ ନିଷ୍ପତ୍ତିକ୍ରମେ କଟକ ଜିଲ୍ଲା ଚୌଦ୍ୱାରଠାରେ ରାଜ୍ୟର ପ୍ରଥମ ଟସର ସିଲ୍‌କ ସୂତା ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ଏହି କେନ୍ଦ୍ର ଟସର ସିଲ୍‌କ ସୂତା ସ୍ଥାନୀୟ ବୁଣାକାର ମାନଙ୍କୁ ଯୋଗାଇବା ସହ କର୍ମନିଯୁକ୍ତି ସୁଯୋଗ ଓ ସିଲ୍‌କ ଉତ୍ପାଦନ ଖର୍ଚ୍ଚ ମଧ୍ୟ ହ୍ରାସ କରିପାରିବ । ଟସର ସିଲ୍‌କ ହେଉଛି ସର୍ବୋତ୍ତମ ପ୍ରଜାତିର ସିଲ୍‌କ ଓ ଏହାର ମୋଟା ଖଦଡ ଓ ସଚ୍ଛିଦ୍ର ବୁଣା ଶୈଳୀ ଓ ଗାଉଁଲୀ ଉପଢୌକନ ଭାବେ ବେଶ୍ ପରିଚିତ । କେଭିଆଇସି ଅଧ୍ୟକ୍ଷ ଶ୍ରୀ ବିନୟ କୁମାର ସକ୍‌ସେନା ଏହି ସିଲକ୍ ସୂତା ଉତ୍ପାଦନ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି ।

ଓଡିଶାର ଶତକଡା ୭୫ଭାଗ ଖଦୀ ଲୁଗା ସିଲ୍‌କ୍ ଶ୍ରେଣୀୟ ହୋଇଥିବାରୁ ଏହି କେନ୍ଦ୍ର ବେଶ୍ ଗୁରୁତ୍ୱ ବହନ କରେ । ଏହି କେନ୍ଦ୍ର ୩୪ଜଣ ମହିଳାଙ୍କ ସମେତ ୫୦ଜଣ କାରିଗରଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଦେବାକୁ ଥିବାବେଳେ ଟସର ଖୋସା ଚାଷ କରୁଥିବା ତିନିଶହ ଆଦିବାସୀ କୃଷକଙ୍କୁ ମଧ୍ୟ ଲାଭାନ୍ୱିତ କରିବ । ଏହା ରାଜ୍ୟର ବୁଣାକାର ଓ ତାକୁଡିରେ ସୂତା ଗୁଡାଉଥିବା ଲୋକଙ୍କୁ ମଧ୍ୟ ପରୋକ୍ଷ ନିଯୁକ୍ତି ଦେବ । ଗୋଟିଏ କେଜି କଂଚା ସିଲ୍‌କ ପ୍ରସ୍ତୁତିରେ ୧୧ଜଣ ନିଯୁକ୍ତ ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ଛଅଜଣ କାରିଗର ହେଉଛନ୍ତି ମହିଳା ।

“ସିଲ୍‌କ ହେଉଛି ଆମ ସଂସ୍କୃତି ଓ ପରମ୍ପରାର ଅଭିନ୍ନ ଅଙ୍ଗ ଓ ଆମର ଐତିହ୍ୟ ଭାବେ ଯୁଗ ଯୁଗ ଧରି ରହି ଆସିଛି । ଭାରତୀୟ ବୟନ ଶିଳ୍ପ ବିଶେଷକରି ଖଦୀର ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହି ସିଲ୍‌କ ସୂତା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ହେବା ଦ୍ୱାରା ସ୍ଥାନୀୟ ଉତ୍ପାଦନ କେନ୍ଦ୍ର ଯୋଗୁଁ ସୂତା ଦର ମଧ୍ୟ ହ୍ରାସ ପାଇବ । ଏଥିପାଇଁ ଓଡିଶାର ପ୍ରସିଦ୍ଧ ଟସର ସିଲ୍‌କକୁ ବ୍ୟାପକ ପ୍ରୋତ୍ସାହନ ମିଳିବା ସହ ରାଜ୍ୟର ପାରମ୍ପରିକ ସିଲକ୍ କଳା ମଧ୍ୟ ସମୃଦ୍ଧ ହେବ” ବୋଲି ଶ୍ରୀ ସାକ୍‌ସେନା କହିଛନ୍ତି ।

୭୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସିଲ୍‌କ ସୂତା ଉତ୍ପାଦନ କେନ୍ଦ୍ର ବାର୍ଷିକ ପ୍ରାୟ ୯୪ଲକ୍ଷ ଟଙ୍କାର ୨୦୦ କିଲୋଗ୍ରାମ ପର‌୍ୟ୍ୟନ୍ତ ସିଲ୍‌କ ସୂତା ଉତ୍ପାଦନ କରିପାରିବ । ଚାହିଦା ବୃଦ୍ଧି ପାଇବା ସହ ଏହି କେନ୍ଦ୍ରର ଉତ୍ପାଦନ କ୍ଷମତା ମଧ୍ୟ କ୍ରମଶଃ ବୃଦ୍ଧି ପାଇବ । ଏହି କେନ୍ଦ୍ରରେ ଆଧୁନିକ ସିଲ୍‌କ ତାକୁଡିଯନ୍ତ୍ର, ସ୍ପିନିଂ ମେସିନ ଇତ୍ୟାଦି ରହିଛି ।

ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ
Share. Facebook Twitter LinkedIn Email WhatsApp Copy Link

Related Posts

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ୱାର୍ମ-ଅପ୍ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ବଡ଼ ବିଜୟ: ଆମେରିକାକୁ ୩୮ ରନ୍‌ରେ ପରାସ୍ତ କଲା ଭାରତ

February 3, 2026

ଆଜି ଫେବୃୟାରୀ ୩ ତାରିଖ ମଙ୍ଗଳବାରରେ ଆପଣଙ୍କ ଭାଗ୍ୟରେ କଣ ଅଛି ଜାଣିବା ପାଇଁ ପଢନ୍ତୁ

February 3, 2026
Latest News

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.