Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଶାଖାପାଟଣା ଷ୍ଟେସନରୁ ବାହାରିଲା ପ୍ରଥମ ପିଆଜ ସ୍ୱତନ୍ତ୍ର ଟ୍ରେନ୍
ବିଶେଷ ଖବର

ବିଶାଖାପାଟଣା ଷ୍ଟେସନରୁ ବାହାରିଲା ପ୍ରଥମ ପିଆଜ ସ୍ୱତନ୍ତ୍ର ଟ୍ରେନ୍

October 1, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଶାଖାପାଟଣା ଷ୍ଟେସନରୁ ବାହାରିଲା ପ୍ରଥମ ପିଆଜ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର: କେବଳ ପିଆଜ ପରିବହନ କରୁଥିବା ପ୍ରଥମ ପିଆଜ ସ୍ୱତନ୍ତ୍ର ଟ୍ରେନ୍ ଆଜି ବିଶାଖାପାଟଣା ଷ୍ଟେସନ ଠାରୁ ଉତ୍ତର-ପୂର୍ବ ସୀମାନ୍ତ ରେଳପଥର କାଟିହର ରେଳ ମଣ୍ଡଳ ଅନ୍ତର୍ଗତ ଜଲାଲଗଡ ଷ୍ଟେସନ କୁ ଯାତ୍ରା କରିଛି।

ପୂର୍ବତଟ ରେଳପଥର ୱାଲଟିୟର ରେଳ ମଣ୍ଡଳର ଉଦ୍ୟମରେ ଏକ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଏହାର ପ୍ରଥମ ଯାତ୍ରା ଆରମ୍ଭ କରାଯାଇଅଛି । ଏହି ଟ୍ରେନରେ ୧୦ ଟି ପାର୍ସଲ୍ ଭ୍ୟାନ୍ କୋଚ୍ ଯାହାକି ପ୍ରତ୍ୟେକରେ ୨୩ ଟନ୍ ପିଆଜ ଏବଂ ଦୁଇଟି ଦ୍ଵିତୀୟ ଶ୍ରେଣୀ ଓ ଲଗେଜ୍ କୋଚ୍ ଅଛି ଯାହାର ପରିବହନ କ୍ଷମତା ପ୍ରତ୍ୟକ ୮ ଟନ୍ ଅଛି। ଏହି ପାଇଲଟ ପ୍ରୋଜେକ୍ଟ ରେ ବିଶାଖାପାଟନମ୍ ରୁ ୨୪୬ ଟନ୍ ପିଆଜ ବିହାରର ପୁର୍ନିଆ ଜିଲ୍ଲାର ଜଲାଲଗଡ଼କୁ ନିଆଯାଇଅଛି।

ୱାଲଟିୟର ରେଳ ମଣ୍ଡଳର ବ୍ୟବସାୟ ବିକାଶ ୟୁନିଟ୍ ଏହି ଅଞ୍ଚଳର କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢ଼ିଅଛି ଯେଉଁଠାରେ କୃଷକମାନେ ସୁରକ୍ଷିତ ଏବଂ ଦ୍ରୁତ ଗତିରେ ପିଆଜ ପରିବହନରେ ଅସୁବିଧାର ସମ୍ମୁଖୀନକୁ ଏଡାଇପାରିବେ। ଏହି ଅଞ୍ଚଳ ତଥା ନିକଟବର୍ତ୍ତୀ ଅଞ୍ଚଳର ପିଆଜ ଚାଷୀମାନେ ସେମାନଙ୍କ ଉତ୍ପାଦକୁ ଟ୍ରେନରେ ଲୋଡ୍ କରିଛନ୍ତି। ୱାଲଟିୟର ରେଳ ମଣ୍ଡଳ ଦ୍ୱାରା ଏହା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି ଯାହା ଦ୍ୱାରା ପିଆଜ ଚାଷୀମାନେ ସେମାନଙ୍କ ଫସଲ ପାଇଁ ଉଚିତ ମୂଲ୍ୟ ପାଇପାରିବେ ଏବଂ ଏହାକୁ ସର୍ବନିମ୍ନ ସମୟରେ ପରିବହନ କରିପାରିବେ। ଏହି ପାର୍ସଲ ଭ୍ୟାନ ମଧ୍ୟ ପିଆଜକୁ ବର୍ଷା ଠାରୁ ରକ୍ଷା କରିବ।

ଏହି ଟ୍ରେନ୍ ପିଆଜ ଚାଷୀଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। ଏହାର ପରୀକ୍ଷା ଚାଲିବା ପରେ, କୃଷକ, ବ୍ୟବସାୟୀ ଏବଂ ରେଳ ଅଧିକାରୀଙ୍କ ସହ ଉଚିତ ଆଲୋଚନା ପରେ ପରିବହନରେ ସଂଶୋଧନ କରାଯିବାକୁ ପ୍ରୟାସ କରାଯିବ ଏବଂ କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବ।

ପୂର୍ବତଟ ରେଳପଥ ବିଶାଖାପାଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 24, 2026

LPG e-KYC ର ଆଜି ଶେଷ ଦିନ: ଶୀଘ୍ର ସମାପ୍ତ କରନ୍ତୁ ଏହି ପ୍ରକ୍ରିୟା, ନଚେତ ବଢିବ ସମସ୍ୟା

August 23, 2026

ରାସନ କାର୍ଡ ଧାରକଙ୍କୁ ମିଳୁଛି ଶସ୍ତା ଚିନି: ଜାଣନ୍ତୁ କେଉଁମାନଙ୍କ ପାଇଁ ପ୍ରଯୁଜ୍ୟ?

August 23, 2026
Latest News

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026

ଗିନିରେ ଭୂସ୍ଖଳନ : ଅଳିଆ ପାହାଡ଼ ଧସି ୩୦ ମୃତ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.