Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଚଳିତ ରବି ଫସଲରୁ ୯ ଲକ୍ଷ ୫୩ ହଜାର ମେଟ୍ରିକ୍‌ ଟନ୍‌ ଧାନ ଉତ୍ପାଦନର ଲକ୍ଷ୍ୟ ରଖିଛି କୃଷି ବିଭାଗ
ବିଶେଷ ଖବର

ଚଳିତ ରବି ଫସଲରୁ ୯ ଲକ୍ଷ ୫୩ ହଜାର ମେଟ୍ରିକ୍‌ ଟନ୍‌ ଧାନ ଉତ୍ପାଦନର ଲକ୍ଷ୍ୟ ରଖିଛି କୃଷି ବିଭାଗ

October 7, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଚଳିତ ରବି ଫସଲରୁ ୯ ଲକ୍ଷ ୫୩ ହଜାର ମେଟ୍ରିକ୍‌ ଟନ୍‌ ଧାନ ଉତ୍ପାଦନର ଲକ୍ଷ୍ୟ ରଖିଛି କୃଷି ବିଭାଗ

ଭୁବନେଶ୍ୱର : ସମନ୍ୱିତ କୃଷି ପଦ୍ଧତିକୁ ବହୁଳ ଭାବରେ ଆପଣାଇଲେ କୃଷି ଉତ୍ପାଦନ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

ରାଜ୍ୟ କୃଷି ଭବନସ୍ଥିତ ସମ୍ମିଳନୀ କକ୍ଷରେ ଓସ୍ୱାନ୍‌ ମାଧ୍ୟମରେ ଅନୁଷ୍ଠିତ ରବି କାର୍ଯ୍ୟକ୍ରମ ଅଭିଯାନ ୨୦୨୧-୨୨ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଛନ୍ତି ଯେ ସମନ୍ୱିତ କୃଷି ପଦ୍ଧତି ମାଧ୍ୟମରେ ହିଁ କୃଷିର ବିବିଧିକରଣ ସମ୍ଭବ ହୋଇପାରିବ । ସମନ୍ୱିତ କୃଷିର ମୂଳଦୁଆ ଭାବେ ରବି ଫସଲକୁ ମନ୍ତ୍ରୀ ଅଭିହିତ କରିଛନ୍ତି ।

ଧାନ ଉତ୍ପାଦନରେ ଓଡ଼ିଶା ଦେଶର ଚତୁର୍ଥ ବୃହତ୍‌ ଓ ଧାନ ବଳକା ରାଜ୍ୟ ଭାବେ ମାନ୍ୟତାପ୍ରାପ୍ତ ହୋଇଥିଲେ ମଧ୍ୟ ଧାନଚାଷରେ ଚାଷୀ ବିଶେଷ ଲାଭବାନ ହୋଇପାରୁନାହିଁ । ତେଣୁ କୃଷିର ବିବିଧିକରଣ, ବିଶେଷ କରି ରବି ଫସଲ ମାଧ୍ୟମରେ କୃଷକମାନେ ଲାଭଜନକ ହୋଇପାରିବେ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି ।

ପ୍ରକାଶ ଥାଉ କି ୨୦୨୧-୨୨ ରବି ଋତୁରେ ୨.୭୦ ଲକ୍ଷ ହେକ୍ଟର ଜମିରେ ଧାନଚାଷ କରି ୯.୫୩ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ଉତ୍ପାଦନର ଲକ୍ଷ୍ୟ ରଖାଯାଇଥିବାବେଳେ ଧାନର ଉତ୍ପାଦକତା ହେକ୍ଟର ପ୍ରତି ୩୫.୩ କ୍ୱିଣ୍ଟାଲକୁ ବୃଦ୍ଧି କରାଯିବାକୁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଚଳିତ ରବି ଋତୁରେ ୪୦ ହଜାର ହେକଫର ଜମିରେ ମକା ଏବଂ ପ୍ରାୟ ୫ ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଓଡ଼ିଶା ମିଲେଟ୍‌ ମିଶନ ଯୋଜନା ମାଧ୍ୟମରେ ରାଜ୍ୟରେ ମକା ଓ ମାଣ୍ଡିଆ ଉତ୍ପାଦନ ଓ ଉତ୍ପାଦକତାକୁ ବଢ଼ାଇବା ପାଇଁ ସରକାର ବିଶେଷ ଧ୍ୟାନ ଦେଉଛନ୍ତି । ଆଞ୍ଚଳିକ ବିଶେଷତାକୁ ଧ୍ୟାନରେ ରଖି ବିବିଧ ଚାଷ କରାଗଲେ ଉତ୍ପାଦନ ବଢ଼ିବା ସହିତ ଚାଷୀ ଲାଭବାନ ହୋଇପାରିବ ବୋଲି ମନ୍ତ୍ରୀ ଡ.ସାହୁ କହିଛନ୍ତି । ମୁଗ, ବିରି, ହରଡ଼ ଆଦି ଡାଲିଜାତୀୟ ଫସଲକୁ ଆମେ ଢିପ ଜମି, ଧାନ ପରବର୍ତ୍ତୀ ଖାଲି ଜମି ଏବଂ ଜମି ହୁଡ଼ାରେ ଚାଷ କରିପାରିବା ।

କଦଳୀ ଚାହିଦାକୁ ମେଣ୍ଟାଇବାକୁ ହେଲେ ଆମକୁ ବୌଦ୍ଧ, ଫୁଲବାଣୀ ପରି ଜିଲ୍ଲାରେ ଏହାକୁ ଅଧିକ ଚାଷ କରିବାକୁ ପଡ଼ିବ । ଚାଷୀର ଲାଭକୁ ଦ୍ୱିଗୁଣିତ ଏବଂ ବହୁଗୁଣିତ କରିବାକୁ ହେଲେ ବ୍ୟବସାୟଭିତ୍ତିକ କୃଷି କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଡ. ସାହୁ ମତବ୍ୟକ୍ତ କରିଥିଲେ।

ରବି କାର୍ଯ୍ୟକ୍ରମ ଅଭିଯାନ ୨୦୨୧-୨୨ର ପ୍ରାରମ୍ଭିକ ଅଭିଭାଷଣ ଦେଇ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର ଅଭିଯାନର ଉଦ୍ଦେଶ୍ୟ ଓ ଧାର୍ଯ୍ୟ ଲକ୍ଷ୍ୟ ପୂରଣର ପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ୨୦୨୧-୨୨ ରବି ଋତୁରେ ୪.୨୬ ଲକ୍ଷ ହେକଫର ଜମିରୁ ୪.୯୮ ଲକ୍ଷ ମେଟି୍ରକ୍‌ ଟନ୍‌ ତୈଳବୀଜ ଫସଲ, ୩୦ ହଜାର ହେକଫର ଜମିରୁ ୨୨.୬୫ ଲକ୍ଷ ମେଟି୍ରକ୍‌ ଟନ ଆଖୁ ଅମଳ ଲକ୍ଷ୍ୟ ରଖା ଯାଇଛି।

ସେହିପରି ଉଦ୍ୟାନ କୃଷି ମିଶନ ମାଧ୍ୟମରେ ଶଙ୍କର ଜାତୀୟ ପନିପରିବା ଚାଷ ୭୫୦୦ ହେକଫରରେ, ଟିସୁ୍ୟ କଲଚର କଦଳୀ ଚାଷ ୨୦୦ ହେକଫରରେ, ଅମୃତଭଣ୍ଡା ଚାଷ ୧୦୦ ହେକଫରରେ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏଥି ନିମନ୍ତେ ଆବଶ୍ୟକ ସମସ୍ତ ପ୍ରକାରର ପ୍ରୋତ୍ସାହନ, ବୈଷୟିକ ତଥା ଅନ୍ୟାନ୍ୟ ସହଯୋଗ ସରକାର ଯୋଗାଇ ଦେଉଛନ୍ତି।

ମୁଖ୍ୟମନ୍ତ୍ରୀଙ୍କର କୃଷକ କଲ୍ୟାଣ ଯୋଜନାରେ ୫ ବର୍ଷ ମଧ୍ୟରେ ୫ ଲକ୍ଷ କ୍ଷେତ ପୋଖରୀ ଖୋଳାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ମାଛ ଚାଷ ପାଇଁ ସାହାଯ୍ୟ ରାଶି, ବତକ ଚିଆଁ ଯୋଗାଣ, ପନିପରିବା ଚାଷ, ତୈଳବୀଜ ଫସଲ, ଡାଲିଜାତୀୟ ଫସଲ ଇତ୍ୟାଦି ପାଇଁ ବିହନ ପୁଡ଼ିଆ ଚାଷୀଭାଇ ଓ ଭଉଣୀଙ୍କୁ ଯୋଗାଇ ଦିଆଯିବ । ଏହି ସମନ୍ୱିତ କୃଷି ମାଧ୍ୟମରେ ଚାଷୀଭାଇମାନଙ୍କ ଆୟ ଦ୍ୱିଗୁଣିତ ବା ବହୁଗୁଣିତ ହୋଇପାରିବ ।

ଏହି ଅଭିଯାନରେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ କମିଶନର ତଥା ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ କୃଷି ପୋଖରୀର ଉନ୍ନତିକରଣ, ବ୍ୟବସାୟିକ ମତ୍ସ୍ୟଚାଷ, ମତ୍ସ୍ୟ ପୋଖରୀ ଯୋଜନା ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପୱନ୍‌ କୁମାର ଅଗ୍ରୱାଲ ଯୋଗଦେଇ ଉତ୍ପାଦନର ବଜାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସେ ଆହୁରି ମଧ୍ୟ ନୂତନ କିସମ ବିହନ ଯୋଗାଣର ବ୍ୟବସ୍ଥା ଉପରେ ଜୋର ଦେଇଥିଲେ । ଆଗାମୀ ଦିନରେ ବିଭିନ୍ନ ବର୍ଗରେ ୧୫ଟି ନୂଆ କିସମର ବିହନ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରସ୍ତୁତ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କୃଷକମାନଙ୍କର ଆୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ନିବେଶ ଯୋଗାଣ ଯଥା-ବିହନ, ସାର ତଥା କୀଟନାଶକ ଆଦିର ସମୟଭିତ୍ତିକ ଯୋଗାଣ ଉପରେ ଜିଲ୍ଲାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଉଦ୍ୟାନ କୃଷି ନିର୍ଦ୍ଦେଶକ ଆଳୁ, ପିଆଜ, ଫୁଲକୋବି, ବନ୍ଧାକୋବି, ଟମାଟୋ ଆଦି ୫ଟି ପରିବା ଚାଷରେ ସ୍ୱାବଲମ୍ବୀ ହେବାର ସୂତ୍ର ବତାଇବାବେଳେ ମତ୍ସ୍ୟ ବିଭାଗ ନିର୍ଦ୍ଦେଶ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରୋତ୍ସାହନ ଉପରେ ଗୁରୁତ୍ୱ ଦେଇଥିଲେ । ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ କୃଷି ପୋଖରୀ, କୃଷି ପୋଖରୀର ଉନ୍ନତିକରଣ ଓ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାକୁ ପରାମର୍ଶ ଦେଇଥିଲେ । ଶେଷରେ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ରବି କାର୍ଯ୍ୟକ୍ରମ ଅଭିଯାନ ୨୦୨୧-୨୨ରେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଓସ୍ୱାନ୍‌ ମାଧ୍ୟମରେ ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ ।

ଅରୁଣ କୁମାର ସାହୁ କୃଷି ଉତ୍ପାଦନ ରବି ଫସଲ
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026
Latest News

ପରବର୍ତ୍ତୀ ଟି-୨୦ ବିଶ୍ୱକପ୍ କେବେ ଏବଂ କେଉଁ ଦେଶରେ ଖେଳାଯିବ?: ୧୨ଟି ଦଳ ନିଶ୍ଚିତ, ୮ଟି ସ୍ଥାନ ଖାଲି

March 12, 2026

ଟ୍ରମ୍ପଙ୍କ ‘୩୦୧’ ଛାଟ!: ଭାରତ ଏବଂ ଚୀନ୍ ସମେତ ୧୬ ଟି ଦେଶ ଉପରେ ହେବ କାର୍ଯ୍ୟାନୁଷ୍ଠାନ

March 12, 2026

ମଧ୍ୟପୂର୍ବ ଯୁଦ୍ଧର ପ୍ରଭାବ: ବିଶ୍ୱ ତେଲ ଓ ଗ୍ୟାସ ଯୋଗାଣ ଉପରେ ବଢ଼ୁଛି ସଙ୍କଟ

March 12, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 12, 2026

ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.