Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚଳିତ ଧନତେରସରେ “କାସ୍ୟମ୍ କଲେକ୍‌ସନ” ସହିତ ପାର୍ବଣରେ ପ୍ରବେଶ କରିଛି ରିଲାଏନ୍‌ସ ଜୁଏଲ୍‌ସ
ଜାତୀୟ ଖବର

ଚଳିତ ଧନତେରସରେ “କାସ୍ୟମ୍ କଲେକ୍‌ସନ” ସହିତ ପାର୍ବଣରେ ପ୍ରବେଶ କରିଛି ରିଲାଏନ୍‌ସ ଜୁଏଲ୍‌ସ

October 12, 2021No Comments4 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ/ଭୁବନେଶ୍ଵର: ଅକ୍ଟୋବର ୧୨, ୨୦୨୧: ରିଲାଏନ୍‌ସ ଜୁଏଲ୍‌ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ପାର୍ବଣ ଋତୁକୁ ସ୍ୱାଗତ କରିବା ପାଇଁ ଆକର୍ଷଣୀୟ ଜୁଏଲାରୀ “କାସ୍ୟମ୍‌” ର ଉତ୍କୃଷ୍ଟ କଲେକ୍‌ସନର ଶୁଭାରମ୍ଭ କରିଛି। ଏହି କଲେକସନ ଟି ବନାରସର ସମୃଦ୍ଧ ଐତିହ୍ୟ, ପରମ୍ପରା ଓ ବିଶ୍ୱାସକୁ ନେଇ ତଥା ମନ୍ଦିର, ସ୍ଥାପତ୍ୟ ଆଦିର କଳା ଓ ସଂସ୍କୃତିରୁ ପ୍ରେରଣା ଲାଭ କରିଛି।

ଗ୍ରାହକମାନେ ଅନେକ ଗୁଡ଼ିଏ ଆକର୍ଷଣୀୟ ଭେରାଇଟି ମଧ୍ୟରୁ ଅତ୍ୟନ୍ତ ସୁନ୍ଦର କଳାକୃତିର ଜୁଏଲାରୀ ପାଇପାରିବେ। ଏଥିରେ ଅନ୍ତର୍ଭୁକ୍ତ ରହିଛି କାଶୀ ବିଶ୍ୱନାଥ ଦୁର୍ଗା କୁଣ୍ଡ ମନ୍ଦିର, ରତ୍ନେଶ ମହାଦେବ ମନ୍ଦିର, ବିଶାଳାକ୍ଷି ଓ ବୁଦ୍ଧ ମନ୍ଦିର, ରାମନଗର କିଲା, ତୁଳସୀ ଘାଟ, ପୁରାତନ ଗେଟୱେ ଓ ଯନ୍ତରମନ୍ତର ଏବଂ ଏହା ସହିତ ବନାରସ ସାଢ଼ୀ, ଗଙ୍ଗା ଆରତୀ, ଗଙ୍ଗା ଘାଟ ଓ ଗୁଳାବି ମୀନାକାରି ଓ ରିପାଉସେର ଅତ୍ୟନ୍ତ ସୁନ୍ଦର ଓ ଜୀବନ୍ତ କଳାକୃତି।

ଏହି ଆକର୍ଷଣୀୟ ଡିଜାଇନର ଧାରା ଜାରି ରଖିବା ସହିତ ଏହି ପାର୍ବଣ ସମୟ ଯଥା ନବରାତ୍ରୀ, ଦୁର୍ଗାପୂଜା, ଦୀପାବଳୀ ଓ ଧନତେରସକୁ ଆହୁରି ମଜାଦାର କରିବା ପାଇଁ ତଥା ବିବାହ ଅବସରକୁ ଗ୍ରାହକମାନଙ୍କ ନିମନ୍ତେ ଅଧିକ ସ୍ୱତନ୍ତ୍ର କରିବା ପାଇଁ ବ୍ରାଣ୍ଡ ଅତ୍ୟନ୍ତ ସୁନ୍ଦର କଲେକ୍‌ସନର ଶୁଭାରମ୍ଭ କରିଛି ଯାହାକି ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ସ୍ଥାପତ୍ୟ କଳାକୃତି ଓ ବନାରସର କଳାକୃତିକୁ ସୁନା ଓ ହୀରାର ସୁନ୍ଦର ନେକଲେସ୍‌, ଇୟରିଂ ଓ ଚୁଡ଼ି ଆକାରରେ ଉପସ୍ଥାପିତ କରିଛି।

ଏହି କଲେକସନ ମାଧ୍ୟମରେ ଗ୍ରାହକମାନେ ଉତ୍କୃଷ୍ଟ ଓ ଲକ୍‌ଜୁରୀ ସମୃଦ୍ଧ ଓପୁଲେଂଟ ଚୋକର ସେଟ୍ ଓ ସୁନ୍ଦର ନେକଲେସ୍ ସେଟ୍ ଓ ଚମତ୍କାର ନେକଲେସ୍ ସେଟ୍ ଏବଂ ଚୁଡ଼ିକୁ ବାଛି ପାରିବେ। ବିଭିନ୍ନ ପ୍ରକାର ଅବସର ଓ ଭିନ୍ନ ଭିନ୍ନ ବଜେଟ୍ ପାଇଁ ଏଠାରେ ବ୍ୟାପକ ସମ୍ଭାର ରହିଛି। ସୁନା କଲେକସନ ଡିଜାଇନରେ ଆକର୍ଷଣୀୟ ଐତିହ୍ୟ ଓ ମନ୍ଦିର କଳାକୃତିର ଜୁଏଲାରୀ ସହିତ ମୀନାକାରି କଳା, ଆଂଟିକ୍ ଓ ହଳଦିଆ ଗୋଲ୍‌ଡ ଫିନିସ୍‌, ଓ ଆହୁରି ମଧ୍ୟ ଅତ୍ୟନ୍ତ ସୂକ୍ଷ୍ମ ଫିଲିଗ୍ରୀ ଷ୍ଟାଇଲ୍ ଜୁଏଲାରୀ ହଳଦିଆ ସୁନା ଓ ଆଂଟିକ୍ ଫିନିସ୍‌ରେ ପ୍ରସ୍ତୁତ କରାଯାଇଛି। ଏଠାରେ ଉପଲବ୍ଧ ଥିବା ଡାଏମଣ୍ଡ ସେଟ୍ ପର୍ବପର୍ବାଣୀ, ବ୍ରାଇଡାଲ୍ ଓ ସମସାମୟିକ ଲୁକ୍ ପାଇଁ ଅନ୍ତ୍ୟନ୍ତ ଉପଯୋଗୀ।

ବନାରସର ବୈଭବକୁ ନେଇ ସମୃଦ୍ଧ କାସ୍ୟମ କଲେକ୍‌ସନରେ ରହିଛି:

ବନାରସୀ ସାଢ଼ୀ କଲେକ୍‌ସନ: ବନାରସୀ ସାଢ଼ୀ ହେଉଛି ଭାରତର ସବୁଠାରୁ ଉତ୍କୃଷ୍ଟ ସାଢ଼ୀମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ଏହା ଏହାର ଗୋଲ୍‌ଡ ଓ ସିଲଭର ବ୍ରୋକେଡ୍ ବା ଜରି, ଫାଇନ୍ ସିଲ୍କ ଓ ଅପୁଲେଂଟ ଏମ୍ବ୍ରୋଇଡେରି ପାଇଁ ଜଣାଶୁଣା। ବନାରସୀ ସାଢ଼ୀ କଲେକ୍‌ସନଟି ବନାରସୀ ସାଢ଼ୀ ର ଉତ୍କୃଷ୍ଟ ଡିଜାନରୁ ଅନୁପ୍ରେରିତ ଅଟେ।

ଗୁଲାବି ମୀନାକାରି କଲେକ୍‌ସନ: ଏହା ଭାରତର ଏକ ଦୁର୍ଲଭ କଳାକୃତି ଯାହାକୁ ବାରଣାସୀର ଗାଇ ଘାଟ ନିକଟରେ ଗଳିରେ ସାଧାରଣତଃ ଦେଖା ଯାଇଥାଏ। ଏହି କଳାକୃତିକୁ ପର୍ସିଆଲ୍ ଏନାମେଲିଷ୍ଟଙ୍କ ଦ୍ୱାରା ମୋଗଲ ଶାସନ ସମୟରେ ପ୍ରାୟ ୧୭ଶ ଶତାବ୍ଦୀରେ ଏଠାକୁ ଅଣାଯାଇଥିଲା। ‘ମୀନା’ ହେଉଛି ପର୍ସିଆନ୍ ଶବ୍ଦ ‘ମିନୁ’ ର ଫେମିନାଇନ୍ ଫର୍ମ ଯାହାର ଅର୍ଥ ହେଉଛି ‘ସ୍ୱର୍ଗ’। ଏହା ସ୍ୱର୍ଗୀୟ ଆଭାକୁ ପ୍ରତିଫଳିତ କରିଥାଏ।

କାଶୀ ବିଶ୍ୱନାଥ ଟେମ୍ପଲ୍ କଲେକ୍‌ସନ: ଏହି ଟେମ୍ପଲ୍ କଲେକ୍‌ସନ ଭଗବାନ ଶିବଙ୍କ ପ୍ରତି ସମର୍ପିତ ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର ଉପରେ ଆଧାରିତ ଅଟେ। ମନ୍ଦିରର ନିର୍ମାଣକୁ ତିନିଟି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମଟିରେ ଭଗବାନ ବିଶ୍ୱନାଥ ବା ମହାଦେବଙ୍କର ମନ୍ଦିରର ଶିଖର ରହିଛି। ଦ୍ୱିତୀୟଟି ହେଉଛି ଏକ ସୁନା ଡୋମ୍ ଓ ତୃତୀୟଟି ହେଉଚି ଏକ ସୁନାର ଶୀଖର ଯାହାକି ଭଗବାନ ବିଶ୍ୱନାଥଙ୍କ ଶୀର୍ଷରେ ରହିଛି ଓ ଏଥିରେ ଏକ ପତାକା ଏବଂ ତ୍ରିଶୁଳ ରହିଛି।

ଆନସିଏଂଟ୍ ଗେଟୱେଜ୍ କଲେକ୍‌ସନ: ବନାରସ ଭାରତର ଏକ ଅତ୍ୟନ୍ତ ସୁନ୍ଦର ସହର ଅଟେ। ଏହା ପୁରୁଣା ସରୁ ଗଳି ହେଉ ବା ପୁରାତନ ଘରର ନିର୍ମାଣ ହେଉ ବା ଅତ୍ୟନ୍ତ ସୁନ୍ଦର ଭାବରେ ଦଣ୍ଡାୟମାନ ମନ୍ଦିରର କଳାକୃତି ହେଉ। ଏହାର ପୁରାତନ କଳାକୃତି ଏଠାକୁ ଆସୁଥିବା ସଭିଙ୍କୁ ବିମୋହିତ କରିଥାଏ। ଏକ ପଦ୍ମ କଢ଼ିର କଳାକୃତି ସହିତ ଏହା ଏକ ଦିବ୍ୟତ୍ୱର ଅନୁଭବ ପ୍ରଦାନ କରେ।

ଗଙ୍ଗା ଆରତୀ ଓ ଘାଟ କଲେକ୍‌ସନ: ବାରଣାସୀର ଘାଟ ଗୁଡ଼ିକ ହେଉଛି ନଦୀ ନିକଟରେ ରହିଥିବା ପାହାଚ ଯାହାକି ଗଙ୍ଗା ନଦୀ କୂଳକୁ ଯାଇଛି। ଏହି ସହରରେ ୮୮ ଟି ଘାଟ ରହିଛି। ଅଧିକାଂଶ ଘାଟରେ ସ୍ନାନ ଓ ପୂଜା କାର୍ଯ୍ୟ କରାଯାଏ। ଯେତେବେଳେ କି ମାତ୍ର ଦୁଇଟି ଘାଟରେ ଅନ୍ତିମ ସଂସ୍କାର କାର୍ଯ୍ୟ କରାଯାଇଥାଏ।

ରାମନଗର ଫୋର୍ଟ କଲେକ୍‌ସନ: ପ୍ରେମର ଏକ ଅତ୍ୟନ୍ତ ସୁନ୍ଦର ପରିପ୍ରକାଶ ହେଉଛି ଦିବ୍ୟତ୍ୱର ଭାବନା। ଏବଂ ଏହି ରାମନଗର ଫୋର୍ଟ ହେଉଛି ପ୍ରେମ ଓ ସୌନ୍ଦର୍ଯ୍ୟର ଏକ ସୁନ୍ଦର ସମନ୍ୱୟ। ଏହା ମୋଗଲ ଷ୍ଟାଇଲରେ ପ୍ରସ୍ତୁତ ଏହି ରାଜକୀୟ ପ୍ରାସାଦ ହେଉଛି ଏକ ଜୀବନ୍ତ ପ୍ରମାଣ ଯେଉଁଠାରେ ଜୀବନର ପ୍ରତ୍ୟେକ ସ୍ଥାନରେ ସୌନ୍ଦର୍ଯ୍ୟକୁ ଅନୁଭବ କରାଯାଇପାରେ।

ଯନ୍ତର ମନ୍ତର କଲେକ୍‌ସନ: ବନାରସରେ ଅନେକ ସମୃଦ୍ଧ ସ୍ଥାନ ରହିଛି। ଏବଂ ଯନ୍ତର ମନ୍ତର ସେମାନଙ୍କ ମଧ୍ୟରୁ ଅନ୍ୟତମ। ଏହାକୁ ୧୭୩୭ ମସିହାରେ ମହାରାଜ ଜୟ ସିଂଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ଏହା ଏକ କଳାକୃତି ସୌନ୍ଦର୍ଯ୍ୟ ଯାହାକି ସମୟାତୀତ ଓ ସହର ପରି ଅତ୍ୟନ୍ତ ଦିବ୍ୟ ଅନୁଭୂତି ପ୍ରଦାନ କରେ।

ଉପରୋକ୍ତ ନୂଆ କଲେକ୍‌ସନ ସମ୍ବନ୍ଧରେ ସୂଚନା ପ୍ରଦାନ କରି, ସୁନିଲ୍ ନାୟକ, ସିଇଓ, ରିଲାଏନ୍‌ସ ଜୁଏଲ୍‌ସ କହିଛନ୍ତି ଯେ, “ଭାରତୀୟ ସଂସ୍କୃତିରେ ପର୍ବପର୍ବାଣୀ ହେଉଛି ଏହାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଓ ଏମାନଙ୍କ ମଧ୍ୟରୁ ଧନତେରସ, ପୁଶ୍ୟା ନକ୍ଷତ୍ର, ଦୀପାବଳୀକୁ ସାରା ଦେଶରେ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଏ। ଧନତେରସ ସମୟରେ ସୁନା କିଣିବାକୁ ଶୁଭ ବୋଲି ବିବେଚନା କରାଯାଏ ଯାହାକୁ ଘରକୁ ସୁଖସମୃଦ୍ଧିରେ ଭରିଦିଏ ଏବଂ ଆମେ ବନାରସ ସହର ଦ୍ୱାରା ଅନୁପ୍ରେରିତ ଅତ୍ୟନ୍ତ ଆକର୍ଷଣୀୟ ଡିଜାଇନ୍ “କାସ୍ୟମ”ର ଶୁଭାରମ୍ଭ କରି ଅତ୍ୟନ୍ତ ଆନନ୍ଦିତ। ଏହି କଲେକ୍‌ସନର ପ୍ରତ୍ୟେକ ସୁନା ଓ ହୀରା ନେକଲେସ୍ ଗୁଡ଼ିକ ଅତ୍ୟନ୍ତ ସୁନ୍ଦର ଓ ସ୍ୱତନ୍ତ୍ର ଯାହାକି ବନାରସର ବିଭିନ୍ନ କଳା, ସଂସ୍କୃତି ଓ ଐତିହ୍ୟକୁ ପ୍ରଦର୍ଶିତ କରିଥାଏ। ଆଗାମୀ ଧନତେରସକୁ ଦୃଷ୍ଟିରେ ରଖି ଆମେ ଆମର ଗ୍ରାହକମାନଙ୍କ ପାଇଁ କାସ୍ୟମ କଲେକ୍‌ସନ ପ୍ରସ୍ତୁତ କରିଛୁ। ଏହା ସହିତ ସେମାନେ ନିଜର ପ୍ରିୟଜନଙ୍କ ସହିତ ପାର୍ବଣ ସମୟକୁ ଉପଭୋଗ କରିବେ।  ଏହି ସୁନ୍ଦର କଳାକୃତିକୁ ପାର୍ବଣ ଋତୁ ଅବସରରେ ଉପସ୍ଥାପନ କରାଯାଉଛି ଯାହାକି ଏହି ସମୟକୁ ଆହୁରି ଅଧିକ ଆନନ୍ଦ, ସମୃଦ୍ଧି, ଖୁସି ଓ ଶାନ୍ତିରେ ଭରିଦେବ।”

କାସ୍ୟମ କଲେକ୍‌ସନ ରିଲାଏନ୍‌ସ ଜୁଏଲ୍‌ସ ଆଉଟଲେଟ୍‌ସରେ ସାରା ଭାରତରେ ଉପଲବ୍ଧ ଅଟେ। ଆପଣ ରିଲାଏନ୍ସ ଜୁଏଲ୍‌ସ ସୋରୁମରେ କିଣାକିଣି କରିପାରିବେ ଓ ସୁନା ଗହଣାର ଗଢ଼ା ମଜୁରୀ ଉପରେ ଓ ହୀରା ଗହଣାର ମୂଲ୍ୟରେ ୩୦% ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଫର ପାଇପାରିବେ। ଆପଣଙ୍କର ପରିବାରର ସୁରକ୍ଷା ପାଇଁ ସମସ୍ତ ସ୍ଥାନରେ ଥିବା ଆମର ଷ୍ଟୋର ସୁରକ୍ଷା ନିର୍ଦ୍ଦେଶାବଳୀର ଅନୁପାଳନ କରୁଛି ଓ ସାନିଟାଇଜିଂ ପଦକ୍ଷେପ ଗ୍ରହଣ କରୁଛି।

ଆକର୍ଷଣୀୟ କଲେକ୍‌ସନ ମଧ୍ୟରୁ ବଛା ବଛା ଡିଜାଇନ୍‌କୁ କେବଳ ରିଲାଏନ୍‌ସ ଜୁଏଲ୍‌ସର ୱେବସାଇଟ୍ ମାଧ୍ୟମରେ ଅନଲାଇନରେ କିଣାଯାଇପାରିବ ଓ ଗ୍ରାହକମାନେ ମଧ୍ୟ ସେମାନଙ୍କର ଘରେ ବସି ଭର୍ଚୁଆଲ୍ ଟ୍ରାଏ-ଅନ୍ ବିକଳ୍ପର ଅନୁଭବ ନେଇପାରିବେ।

କାସ୍ୟମ୍ କଲେକ୍‌ସନ ଧନତେରସ ପାର୍ବଣ ରିଲାଏନ୍‌ସ ଜୁଏଲ୍‌ସ
Share. Facebook Twitter LinkedIn Email WhatsApp Copy Link

Related Posts

ଗାଧୋଇବା ବେଳେ ନଈରେ ଭାସିଗଲେ ଯୁବକ: ବାଲୁଗାଁ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

August 18, 2025

ଯଦି ସିପି ରାଧାକୃଷ୍ଣନ୍ ନିର୍ବାଚିତ ହୁଅନ୍ତି, ତେବେ ନୂତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେ ହେବ?

August 18, 2025

NDAର CP ରାଧାକୃଷ୍ଣନଙ୍କ ବିରୋଧରେ ଇଣ୍ଡି ମେଣ୍ଟରୁ କିଏ?: ଉତ୍ତର ଦେଲେ SP ନେତା

August 18, 2025

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025
Latest News

ଗାଧୋଇବା ବେଳେ ନଈରେ ଭାସିଗଲେ ଯୁବକ: ବାଲୁଗାଁ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

August 18, 2025

ଯଦି ସିପି ରାଧାକୃଷ୍ଣନ୍ ନିର୍ବାଚିତ ହୁଅନ୍ତି, ତେବେ ନୂତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେ ହେବ?

August 18, 2025

NDAର CP ରାଧାକୃଷ୍ଣନଙ୍କ ବିରୋଧରେ ଇଣ୍ଡି ମେଣ୍ଟରୁ କିଏ?: ଉତ୍ତର ଦେଲେ SP ନେତା

August 18, 2025

ବାଣପୁର ଏନଏସି ଇଓଙ୍କୁ ୫ ଲକ୍ଷର କ୍ଷତିପୂରଣ ନୋଟିସ ପଠାଇଲେ ଆଇନଜୀବୀ

August 18, 2025

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.