
ନୂଆଦିଲ୍ଲୀ: ମହାନଦୀ କୋଇଲଫିଲ୍ଡସ୍ ଲିମିଟେଡ୍ (ଏମସିଏଲ), ଏହାର ସିଏସ୍ଆର୍ ପଦକ୍ଷେପ ଅନୁଯାୟୀ ଆଜି ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିପିଇଟି) ସହିତ 1.38 କୋଟି ଟଙ୍କା ବିନିଯୋଗରେ ଦୁଇଟି ଏମଓୟୁ ସ୍ୱାକ୍ଷର କରିଛି।
ଏଥିରେ ଖଣି ଅଞ୍ଚଳର ପାରିପାର୍ଶ୍ୱିକ ଗ୍ରାମଗୁଡିକର ଯୁବକମାନଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯିବ। ଏହି ଦୁଇଟି ସିଏସ୍ଆର୍ ପଦକ୍ଷେପ ଯଥା ‘ଉଡାନ’ ଏବଂ ‘ସହଯୋଗ’ ଦ୍ବାରା ନିକଟସ୍ଥ ଗ୍ରାମରୁ 40 ଜଣ ଯୁବକଙ୍କୁ ଫିଟର ଏବଂ ଇଲେକ୍ଟ୍ରିକାଲ୍ ରେ ଦୁଇ ବର୍ଷର ପୂର୍ଣ୍ଣକାଳୀନ ITI ତାଲିମରେ ଏବଂ 30 ଜଣ ଦିବ୍ୟାଙ୍ଗ ଏହି ଟ୍ରେଡରେ ଛଅ ମାସିଆ ଦକ୍ଷତା ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେବାରେ ସାହାଯ୍ୟ କରିବ।
ଏମଓଏଲ ପକ୍ଷରୁ ଶ୍ରୀ ପି.କେ ଚକ୍ରବର୍ତ୍ତୀ, ଜିଏମ (ସିଏସଆର) ଏବଂ ଶ୍ରୀ ପି.କେ ସାହୁ, CIPET ତରଫରୁ ପ୍ରିନ୍ସିପାଲ ଡାଇରେକ୍ଟର ଆଣ୍ଡ ହେଡ ଦସ୍ତଖତ କରିଛନ୍ତି।