Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆକର୍ଷଣୀୟ କଲେକ୍‌ସନ ସହିତ “ଡାଏମଣ୍ଡ ଡିଲାଇଟ୍‌ସ”ର ଶୁଭାରମ୍ଭ କଲା ରିଲାଏନ୍ସ ଜୁଏଲ୍ସ
ଆଜିର ଖବର

ଆକର୍ଷଣୀୟ କଲେକ୍‌ସନ ସହିତ “ଡାଏମଣ୍ଡ ଡିଲାଇଟ୍‌ସ”ର ଶୁଭାରମ୍ଭ କଲା ରିଲାଏନ୍ସ ଜୁଏଲ୍ସ

December 17, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ହୀରା ହେଉଛି ଦୁର୍ଲଭ ଓ ବର୍ତ୍ତମାନର ଅବସର ମଧ୍ୟ। ରିଲାଏନ୍‌ସ ଜୁଏଲ୍‌ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ଡାଏମଣ୍ଡ ନେକଲେସ ସେଟର ଆକର୍ଷଣୀୟ “ଡାଏମଣ୍ଡ ଡିଲାଇଟ୍‌ସ” କଲେକ୍‌ସନକୁ ଅବିଶ୍ୱସନୀୟ ମୂଲ୍ୟରେ ଉପସ୍ଥାପନ କରିଛି ଯାହାର ମୂଲ୍ୟ ମାତ୍ର ଟ.୪୯,୯୯୯ ରୁ ଆରମ୍ଭ। ସୁନ୍ଦର ଡାଏମଣ୍ଡ ଡିଲାଇଟ୍‌ସ କଲେକ୍‌ସନର ଆକର୍ଷଣୀୟ ପ୍ରାଇସ୍ ପଏଂଟ ତଥା ଏହାର ସ୍ୱତନ୍ତ୍ର ଡିଜାଇନ୍ ନିଶ୍ଚିତ ଭାବରେ ଗ୍ରାହକମାନଙ୍କୁ ଆକର୍ଷିତ କରିବ।

“ଡାଏମଣ୍ଡ ଡିଲାଇଟ୍ସ” କଲେକ୍‌ସନରେ ରହିଛି ହୀରାର ଆକର୍ଷଣୀୟ ବ୍ୟାପକସ୍ତରୀୟ ଡିଜାଇନ୍ ଓ ଲମ୍ବା ନେକଲେସ୍ ଯାହାକୁ ସ୍ୱତନ୍ତ୍ର ଭାବରେ ବଡ଼ ଦିନ ଓ ନବ ବର୍ଷ ପାଇଁ ପ୍ରସ୍ତୁତ କରାଯାଇଛି। ଏହା ପାର୍ଟି ଓ ବିବାହ ଉତ୍ସବ ପାଇଁ ଏକ ଉତ୍କୃଷ୍ଟ ପସନ୍ଦ ହୋଇପାରିବ। ଏହାକୁ ମଧ୍ୟ ଆପଣ ନିଜର ପ୍ରିୟଜନଙ୍କୁ ଉପହାର ଭାବରେ ଦେଇପାରିବେ। ଏହା ହେଉଛି ଏକ ଲିମିଟେଡ୍ ଏଡିସନ କଲେକ୍‌ସନ ଯାହା କେବଳ ଷ୍ଟକ୍ ରହିଥିବା ପର୍ଯ୍ୟନ୍ତ ଉପଲବ୍ଧ ହେବ।

ଏହି କଲେକ୍‌ସନରେ ସମସ୍ତ ଡାଏମଣ୍ଡ ସେଟ ଗୁଡ଼ିକ ଆଇଜିଆଇ ପ୍ରମାଣିତ। ଏହି କଲେକ୍‌ସନ ସହିତ, ରିଲାଏନ୍‌ସ ଜୁଏଲ୍‌ସ ଏହାର ଗ୍ରାହକମାନଙ୍କୁ ଡାଏମଣ୍ଡର ଅନେକ ଆକର୍ଷଣୀୟ ଡିଜାଇନକୁ ଅବିଶ୍ୱସନୀୟ ମୂଲ୍ୟରେ ପ୍ରଦାନ କରୁଛି।

ଏହି କଲେକ୍‌ସନ ସମ୍ପର୍କରେ ସୂଚନା ପ୍ରଦାନ କରି, ସୁନିଲ୍ ନାୟକ, ସିଇଓ, ରିଲାଏନ୍‌ସ ଜୁଏଲ୍‌ସ କହିଛନ୍ତି ଯେ, “ଏହି କଲେକ୍‌ସନ ମାଧ୍ୟମରେ, ଆମେ ଆମର ଗ୍ରାହକମାନଙ୍କୁ ରିଲାଏନ୍‌ସ ଜୁଏଲ୍‌ସ ପକ୍ଷରୁ ଅତ୍ୟନ୍ତ ସୁନ୍ଦର ଡାଏମଣ୍ଡ ନେକ୍‌ଲେସ୍ ସେଟକୁ ସୁଲଭ ମୂଲ୍ୟରେ ପ୍ରଦାନ କରିବୁ। ଯେହେତୁ କିଛି ଦିନ ମଧ୍ୟରେ ବର୍ଷ ଶେଷ ହେବାକୁ ଯାଉଛି, ତେଣୁ ଆମେ ଆମର ଗ୍ରାହକମାନଙ୍କୁ ଏକ ଚମତ୍କାର ଅଫର ପ୍ରଦାନ କରୁଛୁ ଯଦ୍ୱାରା ହୀରା ପରି ଆମର ଗ୍ରାହକମାନଙ୍କ ପାଇଁ ନୂତନ ବର୍ଷଟି ମଧ୍ୟ ଉଜ୍ଜ୍ୱଳ ହୋଇପାରିବ।”

ଏହି ଆକର୍ଷଣୀୟ କଲେକ୍ସନ ସାରା ଦେଶରେ ରିଲାଏନ୍ସ ଜୁଏଲ୍ସ ଫ୍ଲାଗସିପ୍ ଅପରେସନାଲ୍ ସୋରୁମ୍‌, ସପ୍‌-ଇନ୍ ସପ୍‌ରେ ଓ ରିଲାଏନ୍ସ ଜୁଏଲ୍ସ ୱେବସାଇଟ https://bit.ly/3E2PKyd ରେ ଉପଲବ୍ଧ ଅଟେ।

ରିଲାଏନ୍ସ ଜୁଏଲ୍ସ ସମ୍ବନ୍ଧରେ ଜାଣନ୍ତୁ: 

ରିଲାଏନ୍‌ସ ଜୁଏଲ୍‌ସ ହେଉଛି ରିଲାଏନ୍‌ସ ରିଟେଲ୍ ଲିମିଟେଡ୍ ର ଏକ ଅଂଶ ଯାହାକି ଭାରତର ଟପ୍ ୧୦ ବିଶ୍ୱସନୀୟ ରିଟେଲ୍ ବ୍ରାଣ୍ଡ ମଧ୍ୟରୁ ଅନ୍ୟତମ। ଏହି ବ୍ରାଣ୍ଡ ସୁନା, ହୀରା, ପ୍ଲାଟିନମ୍ ଓ ସିଲଭର ଗହଣାର ଆକର୍ଷଣରୀୟ ଓ ବ୍ୟାପକ ସମ୍ଭାର ପ୍ରଦାନ କରିଥାଏ। ଏହାର ଗହଣାରେ ଡିଜାଇନ୍ ଓ କାରିଗରିକୁ ଧ୍ୟାନ ପ୍ରଦାନ କରାଯାଇଥାଏ। ରିଲାଏନ୍‌ସ ଜୁଏଲ୍‌ସ ଏହାର ଗ୍ରାହକମାନଙ୍କୁ ଏକ୍ସକ୍ଲୁସିଭ ଓ ସ୍ୱତନ୍ତ୍ର ଡିଜାଇନର କଲେକ୍‌ସନ ପ୍ରଦାନ କରିବା ପାଇଁ ଚେଷ୍ଟା କରିଥାଏ ଯାହାକି କଳା, କାରିଗରି ଓ ଭାରତୀୟ ସଂସ୍କୃତି ଓ ଐତିହ୍ୟରେ ସମୃଦ୍ଧ ଅଟେ। ରିଲାଏନ୍‌ସ ଜୁଏଲ୍‌ସର ଜୀବନର ପ୍ରତିଟି ମୁହୂର୍ତକୁ ଉପଭୋଗ କରିବାରେ ବିଶ୍ୱାସ କରେ ଓ ଏଥିରେ ପ୍ରେମ ଓ ଆବେଗର ଏକ ସ୍ୱତନ୍ତ୍ର ଭୂମିକା ରହିଛି।

ରିଲାଏନ୍‌ସ ଜୁଏଲ୍‌ସର ସାରା ଭାରାତରେ ୨୫୦+ ଫ୍ଲାଗସିପ୍ ସୋ ରୁମ୍ ରହିଛି ଓ ଭାରତର ୧୨୫+ ସହରରେ ସପ୍‌-ଇନ-ସପ୍‌ସ ମଧ୍ୟ ରହିଛି ଏବଂ ଏହା ଦ୍ରୁତ ଗତିରେ ସଂପ୍ରସାରଣ କରୁଛି। ଏହି ବ୍ରାଣ୍ଡ ଅତୁଳନୀୟ ସେବା ଓ ସ୍ୱତନ୍ତ୍ର ଜୁଏଲାରୀ ସପିଂ ଅନୁଭୂତି ମାଧ୍ୟମରେ ଗ୍ରାହକର ଖୁସି ପ୍ରତି ଧ୍ୟାନ ପ୍ରଦାନ କରିଥାଏ। ଏହାର କଲେକ୍ସନରେ ଅତ୍ୟନ୍ତ ଆକର୍ଷଣୀୟ ଡିଜାଇନ ରହିଛି । ରିଲାଏନ୍ସ ଜୁଏଲ୍ସରେ ସୁନା ଓ ହୀରା ପ୍ରତିଯୋଗୀତାମୂଳକ ମୂଲ୍ୟରେ ଉପଲବ୍ଧ। ଏହାର ଶୂନ୍ୟ ନଷ୍ଟ ଓ ଉପଯୁକ୍ତ ଗଢ଼ା ମଜୁରୀ ଗ୍ରାହକଙ୍କୁ ୧୦୦% ସନ୍ତୁଷ୍ଟି ପ୍ରଦାନ କରିଥାଏ ।ରିଲାଏନ୍ସ ଜୁଏଲ୍ସ ମଧ୍ୟ ୧୦୦ ପ୍ରତିଶତ ଶୁଦ୍ଧତା, ମୂଲ୍ୟରେ ସ୍ୱଚ୍ଛତା ଓ ପ୍ରତି ପିସରେ ଗୁଣମାନର ସୁନିଶ୍ଚିତତା ପ୍ରଦାନ କରିଥାଏ। ଏହି ବ୍ରାଣ୍ଡ କେବଳ ୧୦୦ ପ୍ରତିଶତ ବିଆଇଏସ୍ ହଲମାର୍କ ଗୋଲ୍ଡ ରଖିଥାଏ। ଏଠାରେ ରହିଥିବା ପ୍ରତିଟି ହୀରା ସ୍ୱାଧୀନ ପ୍ରମାଣନ ଲାବୋରାଟୋରି ଦ୍ୱାରା ଆନ୍ତର୍ଜାତିକ ଭାବରେ ପ୍ରମାଣିତ। ସମସ୍ତ ରିଲାଏନ୍ସ ଜୁଏଲ୍ ସୋରୁମରେ ମରାମତି ପାଇଁ ଏକ କ୍ୟୁସି ଟେକ୍ ରୁମ୍ ରହିଛି। ଏହା ସହିତ ସୁନାର ଶୁଦ୍ଧତାକୁ ମାଗଣାରେ ମାପ କରିବା ପାଇଁ କ୍ୟାରେଟ୍ ମିଟର ରହିଛି। ଏହି ସବୁ ସୁବିଧା ବ୍ୟତୀତ ଏହି ବ୍ରାଣ୍ଡ ମଧ୍ୟ ପ୍ରତି କ୍ରୟରେ ଲୟାଲିଟି ପଏଂଟ ପ୍ରଦାନ କରିଥାଏ।

ପ୍ରତି କଲେକ୍‌ସନରେ ଆକର୍ଷଣୀୟ ଡିଜାଇନ୍ ସହିତ, ରିଲାଏନ୍‌ସ ଜୁଏଲ୍‌ସରେ ପ୍ରତି ବ୍ୟକ୍ତିଙ୍କ ପାଇଁ ପ୍ରତି ଅବସର ନିମନ୍ତେ ଗହଣା ଉପଲବ୍ଧ ରହିଛି।

BJP Ads
ରିଲାଏନ୍‌ସ ଜୁଏଲ୍‌ସ
Share. Facebook Twitter LinkedIn Email WhatsApp Copy Link

Related Posts

ସିପିଗ୍ରାମ୍ସ ପୋର୍ଟାଲରେ ଅଭିଯୋଗର ମିଳିଲା ସୁଫଳ: ନଳକୂପ ସମସ୍ୟାର ହେଲା ସମାଧାନ

November 6, 2025

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟ

November 6, 2025

ସେବାରେ ନିୟୋଜିତ ହେଲା ଭାରତୀୟ ନୌସେନାର ନୂତନ ସର୍ଭେକ୍ଷଣ ଜାହାଜ “ଇକ୍ଷକ”

November 6, 2025

JNU ଛାତ୍ର ସଂଘ ନିର୍ବାଚନ: ସମସ୍ତ ଚାରୋଟି ଆସନରେ ବିଜୟୀ ହେଲା ​​ବାମପନ୍ଥୀ ଦଳ

November 6, 2025
Jindal Ads
BJP Ads
Latest News

CM in Nuapada: ନୂଆପଡା ଉପନିର୍ବାଚନ ପ୍ରଚାରରେ ଗର୍ଜିଲେ ମୁଖ୍ୟମନ୍ତ୍ରୀ , ନବୀନଙ୍କୁ ସିଧା ଟାର୍ଗେଟ

November 6, 2025

ସିପିଗ୍ରାମ୍ସ ପୋର୍ଟାଲରେ ଅଭିଯୋଗର ମିଳିଲା ସୁଫଳ: ନଳକୂପ ସମସ୍ୟାର ହେଲା ସମାଧାନ

November 6, 2025

ନୂଆପଡାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, ବିଜେଡି ଓ କଂଗ୍ରେସକୁ କଲେ ଟାର୍ଗେଟ

November 6, 2025

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଭାରତୀୟ ମହିଳା କ୍ରିକେଟ ଦଳର ସଦସ୍ୟ

November 6, 2025

ସେବାରେ ନିୟୋଜିତ ହେଲା ଭାରତୀୟ ନୌସେନାର ନୂତନ ସର୍ଭେକ୍ଷଣ ଜାହାଜ “ଇକ୍ଷକ”

November 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.