Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଇକ୍ରୋ ଫାଇନାନ୍ସ ଋଣ ମହିଳାମାନଙ୍କ ପାଇଁ ଋଣଯନ୍ତା ପାଲଟିଛି: ଡକ୍ଟର ଥୋମାସ ଆଇଜାକ
ଆଜିର ଖବର

ମାଇକ୍ରୋ ଫାଇନାନ୍ସ ଋଣ ମହିଳାମାନଙ୍କ ପାଇଁ ଋଣଯନ୍ତା ପାଲଟିଛି: ଡକ୍ଟର ଥୋମାସ ଆଇଜାକ

December 19, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମାଇକ୍ରୋ ଫାଇନାନ୍ସ ଜରିଆରେ ଗରିବ ଲୋକଙ୍କ ଅସହାୟତାକୁ ଲାଭ ଉପାର୍ଜନର ଉର୍ବର କ୍ଷେତ୍ର ବନାଇ ଦିଆଯାଇଛି ଓ ମହିଳାମାନେ ଋଣ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି କେରଳର ପୂର୍ବତନ ଅର୍ଥମନ୍ତ୍ରୀ ଡକ୍ଟର ଥୋମାସ ଆଇଜାକ୍ ଓ ଟାଟା ଇନ୍‌ଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସର ପ୍ରଫେସର ଡ଼କ୍ଟର ଆର. ରାମକୁମାର।

ବିଶିଷ୍ଟ ଶିକ୍ଷାବିତ୍ ଡ଼କ୍ଟର ଆଶା ଦାସଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ଇଡ଼କଲ ଅଡ଼ିଟୋରିୟମଠାରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଓ ଅନ୍ୟତମ ସହଯୋଗୀ ସଂସ୍ଥାମାନଙ୍କ ଆନୁକୂଲ୍ୟରେ ‘ସୁଶିଳା ଗୋପାଳନ ସ୍ମାରକୀ ବକ୍ତୃତା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହିଳାମାନଙ୍କ ଋଣଗ୍ରସ୍ତତା ଉପରେ କରାଯାଇଥିବା ସର୍ବେକ୍ଷଣ ରିପୋର୍ଟକୁ ଏହି ଅନୁଷ୍ଠାନରେ ଉନ୍ମୋଚିତ କରିଥିଲେ ସଂଗଠନର ସର୍ବଭାରତୀୟ ସାଧାରଣ ସମ୍ପାଦିକା ଶ୍ରୀମତୀ ମାରିୟମ ଧାୱଲେ। ଦରବୃଦ୍ଧି, ବେକାରୀ, ରୋଜଗାର ହ୍ରାସ ଓ ଅନାହାର ତଥା ଅର୍ଦ୍ଧାହାର ସାଙ୍ଗକୁ ଋଣଗ୍ରସ୍ତତା କିପରି ମହିଳାମାନଙ୍କ ଜୀବନକୁ ଦୁର୍ବିସହ କରିପକାଇଛି ତାହା ସେ ତାଙ୍କ ବକ୍ତବ୍ୟରେ ତୋଳି ଧରିଥିଲେ।

ପ୍ରାଥମିକ ସୂଚନା ପ୍ରଦାନ କରି ସଂଗଠନର ଜାତୀୟ ସମ୍ପାଦିକା ଶ୍ରୀମତୀ ତାପସୀ ପ୍ରହରାଜ ଓଡ଼ିଶାରେ ମାଇକ୍ରୋ ଫାଇନାନ୍ସର ଉତ୍ପୀଡ଼ନ ବିରୋଧରେ ହୋଇଥିବା ଆନ୍ଦୋଳନ ଯୋଗୁଁ ଏହି ଋଣ ଲଗାକାରୀ ସଂସ୍ଥାମାନଙ୍କୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ବର୍ଷ ବର୍ଷ ଧରି ପଡ଼ି ରହିଥିବାରୁ ତାର ତୀବ୍ର ନିନ୍ଦା କରିଥିଲେ। ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ମହିଳା ସଶକ୍ତିକରଣ ଯୋଜନା ଶେଷକୁ କିପରି ମାଇକ୍ରୋ ଫାଇନାନ୍ସର ଋଣ ଯନ୍ତାରେ ପଡ଼ିବା ସାର୍ ହୋଇଛି, ସେହି ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ସଂଯୁକ୍ତା ସେଠୀ, ସୀମା ନାୟକ ଓ ସୁମତି ନାୟକ, ମିନତୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ୟାଙ୍କ ଜାତୀୟକରଣ ଦ୍ୱାରା ଗ୍ରାମାଞ୍ଚଳରେ ବ୍ୟାଙ୍କର ସମ୍ପ୍ରସାରଣ ସହ ସ୍ୱଳ୍ପ ସୁଧରେ କୃଷି ଋଣ ଯୋଗାଣ ଏବଂ ଋଣ ଯୋଗାଣ କ୍ଷେତ୍ରରେ କୃଷକ, କ୍ଷୁଦ୍ର ବ୍ୟବସାୟୀ, ମହିଳା, ଦଳିତ ଓ ଆଦିବାସୀ ପ୍ରମୁଖଙ୍କୁ ଅଗ୍ରାଧିକାର ଦେବାର ବ୍ୟବସ୍ଥା ବ୍ୟାଙ୍କ ଘରୋଇକରଣ ଦ୍ୱାରା ଧୂଳିସାତ୍ ହେବାକୁ ବସିଛି ବୋଲି ପ୍ରଫେସର ରାମ କୁମାର ଉଦ୍‌ବେଗ ପ୍ରକାଶ କରିଥିଲେ। ଏହାର ପରିଣାମସ୍ୱରୂପ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଶୋଷଣ, ଲୁଣ୍ଠନ, ଉତ୍ପୀଡ଼ନ ଓ ନାରୀ ନିର୍ଯ୍ୟାତନା ଆହୁରି ବଢିବ ବୋଲି ସେ ଚେତେଇ ଦେଇଥିଲେ । ମାଇକ୍ରୋ ଫାଇନାନ୍ସ ଋଣର ସୁଧ ହାର ଉପରୁ କଟକଣା ଉଠାଇବାର ସରକାରୀ ନୀତି ଏହି ଦୁର୍ଦ୍ଦଶାକୁ ବହୁଗୁଣିତ କରିବ ବୋଲି ସେ ଦୃଢ ମତବ୍ୟକ୍ତ କରିଥିଲେ।

୨୦୧୯-୨୦ ଆର୍ଥିକ ବର୍ଷରେ କର୍ମନିଯୁକ୍ତି ହ୍ରାସ ଓ ବଜାରରେ ଚାହିଦା ହ୍ରାସ କାରଣରୁ ଯେଉଁ ଅର୍ଥନୈତିକ ସଙ୍କଟ ଭାରତରେ ଦେଖା ଦେଇଥିଲା, କୋଭିଡ଼ ମହାମାରୀ ଯୋଗୁ ଏହି ଚାହିଦା ଆହୁରି ହ୍ରାସ ପାଇଛି ଓ ଅନ୍ୟ ପକ୍ଷରେ ଯୋଗାଣ ମଧ୍ୟ ହ୍ରାସ ପାଇଛି ବୋଲି ମତବ୍ୟକ୍ତ କରିଥିଲେ କେରଳର ପୂର୍ବତନ ଅର୍ଥମନ୍ତ୍ରୀ ଡକ୍ଟର ଥୋମାସ ଆଇଜାକ। ନିଯୁକ୍ତିହାରକୁ ଉର୍ଦ୍ଧ୍ୱଗାମୀ କରି ଲୋକଙ୍କ ଆୟବୃଦ୍ଧି ଜରିଆରେ ବଜାରରେ ଚାହିଦା ବୃଦ୍ଧି କରିବାର ପଥକୁ କେନ୍ଦ୍ର ସରକାର ପ୍ରତ୍ୟାଖାନ କରିଥିବାରୁ ସେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏପରିକି ସଙ୍କଟର ମୁକାବିଲା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନ ଏହି ପନ୍ଥା ଅନୁସରଣ କରୁଥିଲା ବେଳେ ଭାରତ ସରକାର ବ୍ୟୟ ସଙ୍କୋଚନ କରି ବିଦେଶୀ ପୁଞ୍ଜିକୁ ଆକୃଷ୍ଟ କରିବାର ପଥ ଧରିଛନ୍ତି। ନିଯୁକ୍ତି ଓ ଆୟ ହ୍ରାସ ଜନିତ ପରିସ୍ଥିତିରେ ଘରକରଣା ବିକିବା ଓ କରଜ କରିବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନଥିବାରୁ ଋଣଗ୍ରସ୍ତତା ବଢୁଛି ଓ ମହିଳାମାନେ ତାର ଅଧିକ ଶିକାର ହେଉଛନ୍ତି ବୋଲି ଅର୍ଥନୀତି ବିଶାରଦ ଡକ୍ଟର ଆଇଜାକ ତଥ୍ୟ ଉପସ୍ଥାପନ ଜରିଆରେ ଏହି ସତ୍ୟକୁ ତୋଳି ଧରିଥିଲେ।

ଲୋକଙ୍କ ଦୁର୍ଦ୍ଦଶା ବେଳେ ସରକାରମାନେ ଖର୍ଚ୍ଚ ନକରି ରାଜସ୍ୱ ବଳକା ସୃଷ୍ଟି କରିବା ଓ ସରକାରୀ ଯୋଜନାରେ ଖାଦ୍ୟଶସ୍ୟ ପତି ରହି ନଷ୍ଟ ହେବା ଠାରୁ ଅଧିକ ଅମାନବିକ ଓ ଜନବିରୋଧୀ ହୋଇପାରେ ବୋଲି ସେ ପ୍ରଶ୍ନ କରିଥିଲେ। କେରଳ ସରକାର ଅନୁସରଣ କରିଥିବା ବିକଳ୍ପ ନୀତି ଯୋଗୁଁ ଏହି ସମସ୍ତ ବିଲକ୍ଷଣକୁ କିଛି ମାତ୍ରାରେ ରୋକାଯାଇ ପାରିଛି ବୋଲି ତଥ୍ୟ ଭିତ୍ତିରେ ତାହା ସେ ସାବ୍ୟସ୍ତ କରିଥିଲେ।

ମାଇକ୍ରୋ ଫାଇନାନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ପାନ ଦୋକାନ ଉପରେ ଚଢାଉ: ଗଞ୍ଜେଇ ଜବତ, ଦୋକାନୀ ଗିରଫ

September 5, 2025

ମହାସମାବେଶରେ ନିଜର ହକ୍ ମାଗିଲେ ଗୁରୁ

September 5, 2025

NIRF Ranking-2025: ଇଞ୍ଜିନିୟରିଂ ବର୍ଗରେ ୩୯ତମ ସ୍ଥାନରେ ଆଇଆଇଟି ଭୁବନେଶ୍ୱର  

September 5, 2025

ଜାତୀୟ ଶିକ୍ଷକ ପୁରସ୍କାର ପାଇଲେ ଓଡ଼ିଶାର ଦୁଇ ଶିକ୍ଷକ

September 5, 2025
Latest News

ବାଣପୁରରେ ପାନ ଦୋକାନ ଉପରେ ଚଢାଉ: ଗଞ୍ଜେଇ ଜବତ, ଦୋକାନୀ ଗିରଫ

September 5, 2025

ମହାସମାବେଶରେ ନିଜର ହକ୍ ମାଗିଲେ ଗୁରୁ

September 5, 2025

NIRF Ranking-2025: ଇଞ୍ଜିନିୟରିଂ ବର୍ଗରେ ୩୯ତମ ସ୍ଥାନରେ ଆଇଆଇଟି ଭୁବନେଶ୍ୱର  

September 5, 2025

ଜାତୀୟ ଶିକ୍ଷକ ପୁରସ୍କାର ପାଇଲେ ଓଡ଼ିଶାର ଦୁଇ ଶିକ୍ଷକ

September 5, 2025

‘ଜାତୀୟ ଶିକ୍ଷକ ପୁରସ୍କାର- ୨୦୨୫’ ପ୍ରଦାନ କଲେ ରାଷ୍ଟ୍ରପତି

September 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.