Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜନୈତିକ ଦଳକୁ ଚାନ୍ଦା ଦେବା ପାଇଁ କେନ୍ଦ୍ର ସରକାର ଜାରୀ କଲେ ନିର୍ବାଚନ ବଣ୍ଡ, ଜାଣନ୍ତୁ ଏହା କଣ
ବିଶେଷ ଖବର

ରାଜନୈତିକ ଦଳକୁ ଚାନ୍ଦା ଦେବା ପାଇଁ କେନ୍ଦ୍ର ସରକାର ଜାରୀ କଲେ ନିର୍ବାଚନ ବଣ୍ଡ, ଜାଣନ୍ତୁ ଏହା କଣ

January 1, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପାଞ୍ଚୋଟି ରାଜ୍ୟରେ ନିର୍ବାଚନ ଥିବାରୁ, ଚାନ୍ଦା ଦେବା ପାଇଁ କେନ୍ଦ୍ର ସରକାର ଜାରୀ କଲେ ନିର୍ବାଚନ ବଣ୍ଡ

ନୂଆଦିଲ୍ଲୀ: ନିର୍ବାଚନ ବଣ୍ଡର 19 ତମ କିସ୍ତି ପ୍ରଦାନକୁ ସରକାର ଗୁରୁବାର ଦିନ ଅନୁମୋଦନ କରିଛନ୍ତି। ସେହି ଅନୁସାରେ ଜାନୁଆରୀ 1 ରୁ 10 ତାରିଖ ପର୍ଯ୍ୟନ୍ତ ଏହି ବଣ୍ଡ କିଣିବା ପାଇଁ ଅବଧୀ ରଖାଯାଇଛି। ପାଞ୍ଚୋଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଅନୁମୋଦନ ଦିଆଯାଇଛି। ଏହି ନିର୍ବାଚନ ବଣ୍ଡ ବା ଇଲୋକଟ୍ରାଲ ବଣ୍ଡରେ ଯେଉଁମାନେ ଦାନ ଦେବା କଥା ତାହା ପ୍ରଦାନ କରିଥାନ୍ତି।

ଏହି ନିର୍ବାଚନ ବଣ୍ଡ କ’ଣ କେଉଁମାନେ କିଣିପାରିବେ

ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏହି ନିର୍ବାଚନ ବଣ୍ଡର ପ୍ରଚଳନ କରିଛି। ଏହି  ବ୍ୟବସ୍ଥା ଅନୁଯାୟୀ, ଯେଉଁମାନେ କୌଣସି ଦଳକୁ ଆର୍ଥିକ ସାହାଯ୍ୟ ଦେବାକୁ ଚାହାଁନ୍ତି ସେମାନେ ଏହି ନିର୍ବାଚନ ବଣ୍ଡ କିଣିପାରିବେ। ହେଲେ ସେମାନେ ଭାରତର ନାଗରିକ କିମ୍ବା ଭାରତରେ ଏକ କମ୍ପାନୀ କିମ୍ବା ପ୍ରତିଷ୍ଠିତ କମ୍ପାନୀ ହୋଇଥିବା ଆବଶ୍ୟକ। 

କେବଳ ପଞ୍ଜୀକୃତ ରାଜନୈତିକ ଦଳଗୁଡିକ ନିର୍ବାଚନ ବଣ୍ଡ ପାଇବାକୁ ଯୋଗ୍ୟ ହେବେ। ଗତ ସାଧାରଣ ନିର୍ବାଚନରେ ​​ଲୋକସଭା କିମ୍ବା ରାଜ୍ୟ ବିଧାନସଭାରେ ଅତିକମରେ ଏକ ପ୍ରତିଶତ ଭୋଟ୍ ପାଇଥିବା ଦଳକୁ ଆପଣ ସାହାଯ୍ୟ କରିପାରିବେ। ଏହି ବଣ୍ଡଟି ଯେଉଁମାନେ କିଣିବେ ସେମାନେ ନିର୍ଦ୍ଧିଷ୍ଠ ରାଜନୈତିକ ଦଳର ନାମ କହିବେ। ସେହି ଦଳର ନାମ ଅନୁସାରେ ଏହା ବ୍ୟାଙ୍କ ପ୍ରଦାନ କରିବ। ତେବେ ଏହି ଦାନ କିଏ ଦେଲା ତାହା ବ୍ୟାଙ୍କ ଗୋପନ ରଖିବ।

ନିର୍ବାଚନ ବଣ୍ଡ କେଉଁଠି ମିଳେ

ଏଭଳି ବଣ୍ଡ ପ୍ରଦାନ କରିବାରେ ଏସବିଆଇ ହେଉଛି ଏକମାତ୍ର ସ୍ବୀକୃତ ପ୍ରାପ୍ତ ବ୍ୟାଙ୍କ।ଅର୍ଥ ବିଭାଗ ଅନୁଯାୟୀ, ଏହି ନିର୍ବାଚନ ବଣ୍ଡ ମାତ୍ର 10 ଦିନ ପାଇଁ ଜାରୀ ହେବ। ଏହି ଅବଧି ଶେଷ ହେବା ପରେ କୈଣସି ପ୍ରାପ୍ତକର୍ତ୍ତା କିମ୍ବା ରାଜନୈତିକ ଦଳକୁ ବଣ୍ଡର ଜମା ଉପରେ କୈଣସି ଦେୟ ଦିଆଯିବ ନାହିଁ । ଯେକୈଣସି ଯୋଗ୍ୟ ରାଜନୈତିକ ଦଳ ଏହାର ଆକାଉଣ୍ଟରେ ଜମା ହୋଇଥିବା ବଣ୍ଡ ସେହି ଦିନ କ୍ରେଡିଟ୍ ହେବ।

ଅର୍ଥ ମନ୍ତ୍ରଣାଳୟର ନିଷ୍ପତି ଅନୁସାରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର 29 ଟି ପ୍ରାଧିକୃତ ଶାଖା ମାଧ୍ୟମରେ ନିର୍ବାଚନ ବଣ୍ଡ ଜାରି କରିବାକୁ ଅନୁମତି ଦିଆଯାଇଛି। ଏସବିଆଇର ଏହି 29 ଟି ସ୍ୱତନ୍ତ୍ର ଶାଖା ଲକ୍ଷ୍ମୈ, ଶିମଲା, ଡେରାଡୁନ୍, କୋଲକାତା, ଗୁଆହାଟି, ଚେନ୍ନାଇ, ଥିରୁବନନ୍ତପୁରମ୍, ପାଟନା, ନୂଆଦିଲ୍ଲୀ, ଚଣ୍ଡିଗଡ଼, ଶ୍ରୀନଗର, ଗାନ୍ଧିନଗର, ଭୋପାଳ, ରାୟପୁର ଏବଂ ମୁମ୍ବାଇ ଭଳି ସହରରେ ଅଛି।

ବର୍ତ୍ତମାନ ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ହିମାଚଳ ପ୍ରଦେଶ ଏବଂ ଗୋଆରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ବଣ୍ଡର ବିକ୍ରୟ ମାର୍ଚ୍ଚ 1 ରୁ 10, 2018 ପର୍ଯ୍ୟନ୍ତ ହୋଇଥିଲା। ବଣ୍ଡର 18 ତମ କିସ୍ତିର ବିକ୍ରୟ 1-10 ସେପ୍ଟେମ୍ବର 2021 ରେ ହୋଇଥିଲା।

ଏହି ନିର୍ବାଚନ ବଣ୍ଡକୁ ନେଇ ବିବାଦ

ନିର୍ବାଚନ ବଣ୍ଡ ଯୋଜନା କାର୍ଯ୍ୟକାରୀ କରିବାକୁ ମୋଦୀ ସରକାର 2017 ମସିହାରେ ବିଭିନ୍ନ ଆଇନରେ ସଂଶୋଧନ କରିଥିଲେ। ନିର୍ବାଚନ ସଂସ୍କାର ଦିଗରେ କାର୍ଯ୍ୟ କରୁଥିବା ଏକ ଅଣ-ସରକାରୀ ସଂଗଠନ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ସୁପ୍ରିମକୋର୍ଟରେ ଏହି ସଂଶୋଧନକୁ ଚ୍ୟାଲେଞ୍ଜ କରିଛି। ତେବେ ଏହି ଶୁଣାଣି କ୍ରମାଗତ ଭାବରେ ଅନେକ ଥର ସ୍ଥଗିତ ରଖାଯାଇଛି। ଏହି ସଂଶୋଧନ ବିଦେଶୀ କମ୍ପାନୀଗୁଡିକର ଅସୀମିତ ରାଜନୈତିକ ଦାନ ପାଇଁ ଦ୍ୱାର ଖୋଲିଛି। ଫଳରେ ବୃହତ ନିର୍ବାଚନୀ ଭ୍ରଷ୍ଟାଚାରକୁ ବୈଧ କରିଛି।

2019 ମସିହାରେ, ନିର୍ବାଚନ ବଣ୍ଡ ସମ୍ବନ୍ଧରେ ଅନେକ ଖୁଲାସା ହୋଇଥିଲା ଯେଉଁଥିରେ ପ୍ରକାଶ ପାଇଥିଲା ଯେ ଆରବିଆଇ, ନିର୍ବାଚନ ଆୟୋଗ, ଆଇନ ମନ୍ତ୍ରଣାଳୟ, ଆରବିଆଇ ଗଭର୍ଣ୍ଣର, ମୁଖ୍ୟ ନିର୍ବାଚନ କମିଶନର ଏବଂ ବହୁ ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କୁ ଲେଖି ଏହି ଯୋଜନାକୁ ବିରୋଧ କରିଛନ୍ତି।

ତେବେ ଅର୍ଥ ମନ୍ତ୍ରଣାଳୟ ଏହି ସମସ୍ତ ଆପତ୍ତି ପ୍ରତ୍ୟାଖ୍ୟାନ କରି ନିର୍ବାଚନ ବଣ୍ଡ ସ୍କିମ୍ ପାସ୍ କରିଛି। ନିର୍ବାଚନ ବଣ୍ଡ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ ଜଡିତ ବିଜେପି ସର୍ବାଧିକ ଲାଭ କରିଛି। 2018-19 ବର୍ଷରେ, ବିଜେପିକୁ ଦିଆଯାଇଥିବା ମୋଟ ଦାନର 60 ପ୍ରତିଶତ ନିର୍ବାଚନ ବଣ୍ଡରୁ ମିଳିଥିଲା । ଏହି କାରଣରୁ ବିଜେପି ମୋଟ ଆୟ 1,450 କୋଟି ଟଙ୍କା ଆୟ କରିଥିଲା। ଏଥି ସହିତ, 2017-2018 ଆର୍ଥିକ ବର୍ଷରେ, ନିର୍ବାଚନ ବଣ୍ଡରୁ ବିଜେପି 210 କୋଟି ଟଙ୍କା ଦାନ ପାଇଛି। 

ଉତ୍ତର ପ୍ରଦେଶ ନିର୍ବାଚନ ନିର୍ବାଚନ ବଣ୍ଡ ବିଧାନସଭା ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026

ବଜେଟକୁ ନେଇ ନବୀନ କହିଲେ- Full Menu in Empty Kitchen

February 20, 2026
Latest News

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.